ଦେବ ଇଣ୍ଟର ନ୍ୟାସନାଲ ସ୍କୁଲରେ “ଗ୍ରାଣ୍ଡ ପାରେଣ୍ଟସ ଡେ ” କାର୍ଯ୍ୟକ୍ରମ ଅନୁଷ୍ଠିତ

ଯାଜପୁର/ବ୍ୟାସନଗର ; ୧୪/୦୯(ନି ପ୍ର ) : ସ୍ଥାନୀୟ ବ୍ୟାସନଗର ପୋୖରାଞ୍ଚଳ କୁସୁନପୁର ସ୍ଥିତ ଦେବ ଇଣ୍ଟର ନ୍ୟାସନାଲ ସ୍କୁଲ ଠାରେ ଶନିବାର ସକାଳ ୯ ଘଟିକାରେ ଜୁନିଅର ,ସିନିୟର କେଜି ପିଲାଙ୍କ ଦାଦା ଦାଦିଙ୍କୁ ନେଇ ଏକ ବିଶେଷ କାର୍ଯ୍ୟକ୍ରମ ” ଗ୍ରାଣ୍ଡ ପାରେଣ୍ଟସ ଡେ ” ଅନୁଷ୍ଠିତ ହୋଇଯାଇଛି। ଏହି କର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ପ୍ରଶାସନିକ ଅଧିକାରୀ ଇଂ ନିର୍ମଳ କୁମାର ରଣା , ଅଧ୍ୟକ୍ଷ ବୁଦ୍ଧଦେବ ରାଉତ,, ଏକାଡେମିକ କୋ ର୍ଡିନେଟର ସୋନିଆ ବେଦୀ, ଯୋଗେନ୍ଦ୍ର ପଣ୍ଡା ଯୋଗ ଦେଇ ଦୀପ ପ୍ରଜ୍ବଳିତ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ। ଏକାଡେମୀକ ମୁଖ୍ୟ ବଲବୀର ସିଂ ବେଦୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପିଲାମାନଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଥିଲା। ବେଲୁନ୍‍ ଓ ଫୁଲମାଳରେ ଶିକ୍ଷାନୁଷ୍ଠାନ ସଜାଯାଇଥିବାବେଳେ କୁନି କୁନି ପିଲା,ସେମାନଙ୍କ ଦାଦା ଦାଦି ଓ ଅଭିଭାବକ ମାନଙ୍କୁ ସ୍ୱାଗତ ଲାଗି ବିଦ୍ୟାଳୟ ଅଭିନବ ପଦକ୍ଷେପ ଗ୍ରହଣ କରିଥିଲା। ଏଥିରେ ୨୦୦ ରୁ ଅଧିକ ଦାଦା ଦାଦି ଉପସ୍ଥିତ ଥିଲେ। ବିଦ୍ୟାଳୟ ମୂଖ୍ୟ ଦ୍ଵାରରେ ସମସ୍ତ ପିଲା ଓ ଦାଦା ଦାଦିଙ୍କୁ ଗୋଲାପ ଫୁଲ ଓ ତିଲକ ଦ୍ୱାରା ସ୍ୱାଗତ କରାଯାଇଥିଲା। କୁନି କୁନି ପିଲାଙ୍କର ନାଚ,ଗୀତ କାର୍ଯ୍ୟକ୍ରମ ମଧ୍ୟ ରହିଥିଲା। ପିଲାଙ୍କର ଦାଦା ଦାଦି ମାନେ ନିଜର ପ୍ରତିଭା ଯେପରିକି ନାଚ ଗୀତ ମଞ୍ଚ ଉପରେ ପରିବେଷଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ହେମାଙ୍ଗିନୀ ଦେହୁରୀ, ବିଷ୍ଣୁପ୍ରିୟା ପଟ୍ଟନାୟକ, ଅପରିମିତା ସାମଲ, ସ୍ମିତା ପଣ୍ଡା, ନିଲମ ମିଶ୍ର, ସ୍ରୋତାଶ୍ୱିନୀ ପୃଷ୍ଟି , ନିବେଦିତା ଦାଶ, ପ୍ରଭାସିନୀ ଚିନାରା,ସାଗରିକା ଗୁରୁ, ପ୍ରାର୍ଥନା ଦାସ,ଅଞ୍ଜନା ମହାପାତ୍ର, ରୋଜାଲିନ ସାମନ୍ତରାୟ, ଫାରା ପରୱିନ,ମିନତି ବାରିକ,ସନ୍ଧ୍ୟା ବାସ୍କେ,ପ୍ରିୟତମା ଜେନା,ଦିପ୍ତିମୟୀ,ସୁମିତ୍ରା, ବୀଣାପାଣି ନାୟକ, ଇତିଶ୍ରୀ ସ୍ୱାଇଁ ,ମଧୁସ୍ମିତା ଚକ୍ରବର୍ତ୍ତୀ ପ୍ରମୁଖ ଯୋଗଦେଇ କୁନିକୁନି ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ସ୍କୁଲର ଏଭଳି ଗ୍ରାଣ୍ଡ ପାରେଣ୍ଟସ୍ ଡେ କାର୍ଯ୍ୟକ୍ରମକୁ ଅଭିଭାବକ ମହଲରେ ପ୍ରଶଂସା କରାଯାଇଥିବା ବେଳେ ବିଦ୍ୟାଳୟର ଚେୟାରମ୍ୟାନ ବୁଦ୍ଧଦେବ ରାଉତ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

 

 

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129