ବିସ୍ଥାପିତ ଜମିହରା କ୍ଷତିଗ୍ରସ୍ତ ବିଚାର ମଞ୍ଚ ସହ ଜିଲ୍ଲା ପ୍ରଶାସନ ବୈଠକ ଅନୁଷ୍ଠିତ

ଯାଜପୁର;୦୪/୦୫(ଅସିତ୍ କୁମାର ଦାସଙ୍କ ଠାରୁ): ଶନିବାର ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ନିଖିଲ ପବନ କଲ୍ୟାଣଙ୍କ ଅଧ୍ୟକ୍ଷତାରେ ବିସ୍ଥାପିତ ଜମିହରା କ୍ଷତିଗ୍ରସ୍ତ ବିଚାର ମଞ୍ଚ, ଗୋବରଘାଟି, ଯାଜପୁର କର୍ମକର୍ତ୍ତା ମାନଙ୍କ ସହ ଜିଲ୍ଲା ପ୍ରଶାସନର ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଚ୍ଥି । ଊକ୍ତ ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନୀତ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ, କଳିଙ୍ଗନଗର ଶ୍ରୀ ଲଙ୍କେଶ୍ୱର ଅମାତ, ନୀଳାଚଳ ଇସ୍ପାତ ନିଗମ, ଜିନ୍ଦଲ ଓ ଟାଟା ଷ୍ଟିଲ ଏବଂ ବିସ୍ଥାପିତ ମଞ୍ଚର ଆବାହକ ମଣ୍ଡଳୀ କର୍ମକର୍ତ୍ତା ରବିନ୍ଦ୍ର ନାଥ ଜାରିକା, ସୁରେଶ କୁମାର ହାଇବ୍ରୁ, ଶନି ସଏ ମାନଙ୍କ ସହ ଜିଲ୍ଲାପାଳ ଶ୍ରୀ କଲ୍ୟାଣ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଗ୍ରୱାଲ ସେମାନଙ୍କର ବିଭିନ୍ନ ଦାବୀ ସମ୍ୱନ୍ଧରେ ଆଲୋଚନା କରିଥିଲେ । ସୁବିସ୍ତୃତ ଆଲୋଚନା ପରେ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କ ପ୍ରାସଙ୍ଗିକ ଦାବୀ ଗୁଡିକୁ ବିସ୍ଥାପିତ ମଞ୍ଚ କର୍ମକର୍ତ୍ତାଙ୍କ ସହ ଆସନ୍ତା ୧୩ ତାରିଖ ଦିନ ବୈଠକ ଡକାଇ ନିର୍ଯ୍ୟାସ ରିପୋର୍ଟ କଳିଂଗନଗର ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିବାକୁ ଜିଲ୍ଲାପାଳ ଶ୍ରୀ ନିଖିଲ ପବନ କଲ୍ୟାଣ ସଂପୃକ୍ତ କମ୍ପାନୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିସ୍ଥାପିତ ମଞ୍ଚର ସଭ୍ୟ, ସଭ୍ୟା ଏବଂ ଗୋବରଘାଟି ବାସିନ୍ଦା ଉପସ୍ଥିତ ଥିଲେ ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129