କୋରେଇ ବି.ଜେ.ଡି ର ପ୍ରଥମ ସମ୍ବର୍ଦ୍ଧନା ସଭାରେ ଦେଖିବାକୁ ମିଳିଛି ଜନ ସମୁଦ୍ର

ଯାଜପୁର/କୋରେଇ;୦୯/୦୫(ଅସିତ କୁମାର ଦାସ ଙ୍କ ଠାରୁ): କୋରେଇ ବି.ଜେ.ଡି ର ସମ୍ବର୍ଦ୍ଧନା ସଭାରେ ଜନ ସମୁଦ୍ର ଦେଖିବାକୁ ମିଳିଛି ।ମା ଙ୍କ ପାଇଁ ସମ୍ବଲପୁର ଛାଡି କୋରେଇରେ ପ୍ରଚାର କଲେ ବି.ଜେ.ଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରଥମ ସମ୍ବର୍ଦ୍ଧନା ସଭା କରି ତାର ଶକ୍ତି ପ୍ରଦର୍ଶନ କରିଛି। ଏହି ସଭାରେ ଶ୍ରୀମତୀ ସନ୍ଧ୍ୟା ରାଣୀ ଦାସଙ୍କ ଲୋକପ୍ରିୟତା ଦେଖିବାକୁ ମିଳିଥିଲା । ଏହି ସଭାରେ ସନ୍ଧ୍ୟା ରାଣୀ ଦାସ ଓ ପ୍ରଣବ ପ୍ରକାଶ ଦାସ ଙ୍କ ଅଭିଭାଷଣ ଶୁଣିବା ପାଇଁ ସଭାକୁ ୪୦ ହଜାର ରୁ ଉର୍ଦ୍ଧ ଲୋକଙ୍କ ସୁଅ ଛୁଟିଥିଲା। ତେବେ କୋରେଇବାସୀ ବିକାଶ ପାଇଁ ଆଉ ଅପେକ୍ଷା କରିବେନି ଓ ଏହି ପାଞ୍ଚବର୍ଷ ରେ ଦୁଇଗୁଣ ବିକାଶ ହେବ ବୋଲି ପ୍ରଣବ ପ୍ରକାଶ ଦାସ ତାଙ୍କ ଅଭିଭାଷଣ ରଖିଥିଲେ । ତେବେ ଏହି ସଭାରେ କୋରେଇ ବିଜେଡି ର ବହୁ ପଦାଧିକାରୀ ନେତା ମାନେ ଫୁଲ ତୋଡା ଓ ମାଲ୍ୟାର୍ପଣ କରି ସନ୍ଧ୍ୟାରାଣୀ ଦାସ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।ତେବେ ସଭାରେ ଶ୍ରୀମତୀ ଦାସ ଓ ତାଙ୍କ ତ ସୁପୁତ୍ର ବାବି ଦାସ ଙ୍କ ଅଭିଭାଷଣ ଶୁଣିବା ପାଇଁ ଲୋକେ ଚାତକ ପରି ଚାହିଁ ରହିଥିବା ବେଳେ ବର୍ଷା ଯୋଗୁଁ ଅଳ୍ପ ସମୟରେ ସଭା ଶେଷ କରାଯାଇଥିଲା ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129