ତୃତୀୟ ଦିବସରେ ୮ ଜଣ ପ୍ରାର୍ଥୀ ଙ୍କ ନାମାଙ୍କନ ପତ୍ର ଦାଖଲ

ଯାଜପୁର;୧୦/୦୫(ଅସିତ କୁମାର ଦାସଙ୍କ ଠାରୁ ): ଏକକାଳୀନ ସାଧାରଣ ନିର୍ବାଚନ ଯାଜପୁର ଜିଲ୍ଲା ନାମାଙ୍କନ ପତ୍ର ଦାଖଲ କରିବାର ଆଜି ତୃତୀୟ ଦିବସରେ ୮ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଚ୍ଥନ୍ତି । ୪୮-ବିଂଝାରପୁର ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ପ୍ରମିଳା ମଲ୍ଳ୍‌ିକ, ରିଟର୍ଣ୍ଣିଂ ଅପିଂସର ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ ଙ୍କ ନିକଟରେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଚ୍ଥନ୍ତି । ୫୧-ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ କିସାନ ପଣ୍ଡା, ସିଗ୍‌ମା ଶୁଭଲକ୍ଷ୍ମୀ ଏବଂ ମିନତି ସାହୁ ତାଙ୍କର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅପିଂସର, ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ନବକ୍ରିଷ୍ଣ ଜେନାଙ୍କ ନିକଟରେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଚ୍ଥନ୍ତି । ୫୩-କୋରେଇ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ମନୋଜ କୁମାର ପଣ୍ଡା, ସଂଧ୍ୟାରାଣୀ ଦାସ, ବନ୍ଦିତା ପରିଡା ଓ ସରୋଜ କର ସେମାନଙ୍କର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅପିଂସର ଉପଜିଲ୍ଲାପାଳ, ଶ୍ରୀ ଅଂଶୁମାନ ଶତପଥୀ, ଯାଜପୁର ଙ୍କ ନିକଟରେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଚ୍ଥନ୍ତି ।

୪୯-ବରୀ ବିଧାନସଭା ନିର୍ବାଚନ ମଣ୍ଡଳୀ, ୫୦-ବଡଚଣା, ୫୨-ଯାଜପୁର ଓ ୫୪-ସୁକିନ୍ଦା ବିଧାନସଭା ଆସନ ନିମନ୍ତେ କୈାଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ନଥିବା ବେଳେ ୦୮-ଯାଜପୁର ସଂରକ୍ଷିତ ଲୋକସଭା ଆସନ ନିମନ୍ତେ କୈାଣସି ପ୍ରାର୍ଥୀ ଜିଲ୍ଲାପାଳ ଓ ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି । ପ୍ରକାଶ ଥାଉ କି, ଗତ ୨ ଦିନରେ ୦୮-ଯାଜପୁର ସଂରକ୍ଷିତ ଲୋକସଭା ଆସନ, ୪୮-ବିଂଝାରପୁର ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳୀ, ୫୦-ବଡଚଣା, ୫୧-ଧର୍ମଶାଳା ଏବଂ ୫୪- ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ୬ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଆଜି ସୁଦ୍ଧା ମୋଟ ୧୪ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କଲେ ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129