ଶୁକ୍ରବାର ଚତୁର୍ଥ ଦିବସରେ ୧୮ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ଯାଜପୁର;୧୦/୦୫(ଅସିତ କୁମାର ଦାସ ଙ୍କ ଠାରୁ): ଏକକାଳୀନ ସାଧାରଣ ନିର୍ବାଚନ ଯାଜପୁର ଜିଲ୍ଲା ନାମାଙ୍କନ ପତ୍ର ଦାଖଲ କରିବାର ଶୁକ୍ରବାର ଚତୁର୍ଥ ଦିବସରେ ୧୮ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଚ୍ଥନ୍ତି । ୦୮-ଯାଜପୁର (ସଂରକ୍ଷିତ) ଲୋକସଭା ଆସନ ନିମନ୍ତେ ଅଞ୍ଚଳ ଦାସ, ବିନୋଦ କୁମାର ଜେନା, ରବିନ୍ଦ୍ର ନାରାୟଣ ବେହେରା ସେମାନଙ୍କର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅପିଂସର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ନିଖିଲ ପବନ କଲ୍ୟାଣଙ୍କ ନିକଟରେ ଦାଖଲ କରିଚ୍ଥନ୍ତି ।

୪୯-ବରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ କବୀର ଦାସ, ଦେବାଶିଷ ନାୟକ, ଉମେଶ ଚନ୍ଦ୍ର ଜେନା ରିଟର୍ଣ୍ଣିଂ ଅପିଂସର ଅତିରିକ୍ତ ଉପ-ଜିଲ୍ଲାପାଳ, ଶ୍ରୀମତୀ ମନୋରମା ଜାଲି ଙ୍କ ନିକଟରେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଚ୍ଥନ୍ତି । ୫୦-ବଡଚଣା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଅଜୟ କୁମାର ସାମଲ, ବର୍ଷା ପ୍ରିୟଦର୍ଶିନୀ, ଅମର କୁମାର ନାୟକ ତାଙ୍କର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅପିଂସର, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ନବକ୍ରିଷ୍ଣ ଜେନାଙ୍କ ନିକଟରେ ଦାଖଲ କରିବା ସହ ୫୧-ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଲାଲୁ ପ୍ରସାଦ କଦମ, ସତୀଶ କୁମାର ବିଶ୍ୱାଳ ସେମାନଙ୍କର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅପିଂସର ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ନବକ୍ରିଷ୍ଣ ଜେନା, ଯାଜପୁର ଙ୍କ ନିକଟରେ ମଧ୍ୟ ଦାଖଲ କରିଚ୍ଥନ୍ତି । ୫୨-ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଗୈାତମ ରାୟ, ଦେବ ପ୍ରକାଶ ମହାନ୍ତି ଓ ୫୩-କୋରେଇ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଆକାଶ ଦାସନାୟକ, ସହଦେବ ଜେନା ସେମାନଙ୍କର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅପିଂସର ଉପ-ଜିଲ୍ଲାପାଳ ଶ୍ରୀ ଅଂଶୁମାନ ଶତପଥୀଙ୍କ ନିକଟରେ ଦାଖଲ କରିଚ୍ଥନ୍ତି । ୫୪-ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ପ୍ରୀତି ରଂଜନ ଘଡାଇ, ପ୍ରଦୀପ ବଳ ସାମନ୍ତ ଓ ରାଖାଲ ପରିଡା ସେମାନଙ୍କର ନାମାଙ୍କନ ପତ୍ର ରିଟର୍ଣ୍ଣିଂ ଅପିଂସର ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗ ନଗର ଶ୍ରୀ ଲଙ୍କେଶ୍ୱର ଅମାତଙ୍କ ନିକଟରେ ଦାଖଲ କରିଚ୍ଥନ୍ତି । ଆଜି ୪୮-ବିଂଝାରପୁର (ସଂରକ୍ଷିତ) ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ କେହି ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି ।
ପ୍ରକାଶ ଥାଉ କି, ଗତ ୩ ଦିନରେ ୦୮-ଯାଜପୁର (ସଂରକ୍ଷିତ) ଲୋକସଭା ଆସନ, ୪୮-ବିଂଝାରପୁର (ସଂରକ୍ଷିତ) ବିଧାନସଭା ନିର୍ବାଚନ ମଣ୍ଡଳୀ, ୫୦-ବଡଚଣା, ୫୧-ଧର୍ମଶାଳା, ୫୩-କୋରେଇ ଏବଂ ୫୪-ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ୧୪ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଆଜି ସୁଦ୍ଧା ମୋଟ ୩୨ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କଲେ ।

 

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129