ସିବିଏସଇ ଦଶମ ଓ ଦ୍ଵାଦଶ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରିଛି “ଦେବ ଇଣ୍ଟର ନ୍ୟାସନାଲ ସ୍କୁଲ” ଯାଜପୁର

ଯାଜପୁର/ବ୍ୟାସନଗର;୧୪/୦୫(ବ୍ୟୁରୋ): ପ୍ରକାଶ ପାଇଛି ୨୦୨୩-୨୪ ଶିକ୍ଷାବର୍ଷ ସିବିଏସଇ ଦଶମ ଓ ଦ୍ଵାଦଶ ପରୀକ୍ଷା ଫଳ । ଚଳିତ ବର୍ଷ ମୋଟ ପାସ୍ ହାର ୮୭.୯୮ ପ୍ରତିଶତ ରହିଛି । ଏହା ମଧ୍ୟରୁ ଝିଅଙ୍କ ପାସ୍ ହାର ୯୧.୫୨ ପ୍ରତିଶତ ଥିବା ବେଳେ, ପୁଅଙ୍କ ପାସ୍ ହାର ୮୫.୧୨ ରହିଛି । ତେବେ ବ୍ୟାସନଗର ପୌରାଞ୍ଚଳ କୁସୁନପୁର ସ୍ଥିତ “ଦେବ ଇଣ୍ଟର ନ୍ୟାସନାଲ ସ୍କୁଲ”ର ଛାତ୍ର ଛାତ୍ରୀ ସିବିଏସଇ ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ ଅପୂର୍ବ ସଫଳତା ହାସଲ କରିଛନ୍ତି।
ଦୁଇଟି ଯାକ ପରୀକ୍ଷାରେ ସ୍କୁଲ ଶତ ପ୍ରତିଶତ ସଫଳତା ହାସଲ କରିଛି।

ସିବିଏସଇ ଦଶମ ବୋର୍ଡ ପରୀକ୍ଷା ରେ ୧୦୯ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସୁତିର୍ଥ ମହାପାତ୍ର ୯୮% ରଖି ଟପର ହୋଇଛନ୍ତି। ତତ୍ ସହିତ ଚିରଞ୍ଜିବୀ, ସୋହନ କର ,ଜ୍ୟୋତି କୁମାରୀ, ଦେବାଂଶ ଚୋବେ ୯୬%, ସ୍ୱୟଂ ଦୀପ ସିଂ ୯୫%, ଅର୍ପିତା ସିହ୍ନା , ଭକ୍ତି ଅଗୀଵାଲ , ମୋରିନ ବଞ୍ଜାରା, ନବ୍ୟା ନୟନିକା, ସ୍ଵାତୀ ସାଗରିକା ୯୪% ନମ୍ୱର୍ ରଖିଛନ୍ତି। ୯୦%ଉର୍ଦ୍ଧ୍ବ ନମ୍ୱର୍ ରଖି ୫୧ଜଣ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

ସେହିପରି ଦ୍ୱାଦଶ ପରୀକ୍ଷାରେ ୧୫୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ଅର୍ବାଜ୍ ହୁସେନ ୯୭.୨% ନମ୍ୱର୍ ରଖି ଟପର ହୋଇଛନ୍ତି। ତତ୍ ସହିତ ଆଶୁତୋଷ ମିଶ୍ର,ସୁମନ ବେହୁରା,ନିହାର ରଞ୍ଜନ ସାହୁ ୯୫%,ସାଇ ମୋନାଲିସା ଖୁଣ୍ଟିଆ ୯୩%, ସ୍ମୃତି ରେଖା ବେହେରା ,ହରିହର ସାହୁ ୯୨%,ସମୀର ଅନ୍ସାରୀ ୯୧% ,୯୦%ଉର୍ଦ୍ଧ୍ବ ନମ୍ୱର୍ ରଖି ୨୦ ଜଣ ଛାତ୍ର ଛାତ୍ରୀ
ସ୍କୁଲର ଗୌରବ ବଢାଇଛନ୍ତି। ଅଧ୍ୟକ୍ଷ ବୁଦ୍ଧଦେବ ରାଉତ,ମୁଖ୍ୟ ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା, ପ୍ରଧାନ ଶିକ୍ଷକ ନବୀନ କୁମାର ଶର୍ମା,
ସହକାରୀ ପ୍ରଧାନଶିକ୍ଷକ ଚକ୍ରଧର ପାଣି, ଆର ଏନ ରୟତ ସିଂ,ଏକାଡେମିକ କୋର୍ଡିନେଟର ସୋନିଆ ବେଦୀ ଓ ବଲବୀର ସିଂ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ବିଦ୍ୟାର୍ଥୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସଫଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି।

 

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129