ଯାଜପୁର ଜିଲ୍ଲାର ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ-୨୦୨୪ କୁ ସର୍ବୋତ୍କୃଷ୍ଟ ଭାବେ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବାକୁ ପର୍ଯ୍ୟବେକ୍ଷକଙ୍କ ଆହ୍ୱାନ

ଯାଜପୁର;୧୫/୦୫(ବ୍ୟୁରୋ): ନିର୍ବାଚନ ଗଣତନ୍ତ୍ର ରାଷ୍ଟ୍ରର ଏକ ଅନିବାର୍ଯ୍ୟ ଅଙ୍ଗ । ଯାଜପୁର ଜିଲ୍ଲାରେ ଆସନ୍ତା ଜୁନ୍ ୧ ତାରିଖରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ-୨୦୨୪ କୁ ସର୍ବୋତ୍କୃଷ୍ଟ ଭାବେ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବାକୁ ଭାରତର ନିର୍ବାଚନ କମିଶନ ଙ୍କ ଦ୍ୱାରା ନିଯୁକ୍ତ ୫୨-ଯାଜପୁର, ୫୩-କୋରେଇ ଏବଂ ୫୪-ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଡଃ (ଶ୍ରୀମତୀ) କରୁଣା କୁମାରୀ, ଆଇ.ଏ.ଏସ୍‌., ସାଧାରଣ ପର୍ଯ୍ୟବେକ୍ଷକ, ୪୮-ବିଂଝାରପୁର(ସଂରକ୍ଷିତ) ବିଧାନସଭା ଆସନ, ୪୯-ବରୀ, ୫୦-ବଡଚଣା, ୫୧-ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଶ୍ରୀ ବିଶ୍ରାମ ମୀନା, ଆଇ.ଏ.ଏସ୍‌., ସାଧାରଣ ପର୍ଯ୍ୟବେକ୍ଷ, ୮-ଯାଜପୁର (ସଂରକ୍ଷିତ) ଲୋକସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଶ୍ରୀ ଅଶୋକ କୁମାର, ଆଇ.ପି.ଏସ୍‌., ପୋଲିସ ପର୍ଯ୍ୟବେ, ଏ.ଭି.ଟି. ଭାରଥି ଧଶନ, ଆଇ.ଆର.ଏସ୍‌., ଖର୍ଚ୍ଚ ପର୍ଯ୍ୟବେକ୍ଷ, ୪୮-ବିଂଝାରପୁର(ସଂରକ୍ଷିତ), ୪୯-ବରୀ, ୫୦-ବଡଚଣା, ୫୧-ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଅମିତ ପ୍ରତାପ ସିଂ, ଆଇ.ଆର.ଏ.ଏସ୍‌., ଖର୍ଚ୍ଚ ପର୍ଯ୍ୟବେକ୍ଷକ, ୫୨-ଯାଜପୁର, ୫୩-କୋରେଇ ଏବଂ ୫୪-ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଅଭିଷେକ କୁମାର, ଆଇ.ଆର.ଏସ୍‌. ଖର୍ଚ୍ଚ ପର୍ଯ୍ୟବେକ୍ଷକ ଆଜି ସଂଧ୍ୟାରେ ସ୍ଥାନୀୟ ପ୍ରଦକ୍ଷଣ ଭବନ ଠାରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ନିଖିଲ ପବନ କଲ୍ୟାଣ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନିତ ଅଗ୍ରୱାଲ ଙ୍କ ସହ ସମୀକ୍ଷା କରି ଆହ୍ୱାନ ଦେଇଚ୍ଥନ୍ତି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ନବକ୍ରିଷ୍ଣ ଜେନା ତଥା ରିଟର୍ଣ୍ଣିଂ ଅପିଂସର ୫୦-ବଡଚଣା ଓ ୫୧-ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ ତଥା ରିଟର୍ଣ୍ଣିଂ ଅପିଂସର ୪୮-ବିଂଝାରପୁର (ସଂରକ୍ଷିତ) ବିଧାନସଭା ନିର୍ବାଚନ ମଣ୍ଡଳୀ, ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗ ନଗର ଶ୍ରୀ ଲଙ୍କେଶ୍ୱର ଅମାତ ତଥା ରିଟର୍ଣ୍ଣିଂ ଅପିଂସର ୫୪-ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ, ଉପ-ଜିଲ୍ଲାପାଳ ଶ୍ରୀ ଅଂଶୁମାନ ଶତପଥୀ ତଥା ରିଟର୍ଣ୍ଣିଂ ଅପିଂସର ୫୨-ଯାଜପୁର ଓ ୫୩-କୋରେଇ ବିଧାନସଭା ନିର୍ବାଚନ ମଣ୍ଡଳୀ, ଅତିରିକ୍ତ ଉପ-ଜିଲ୍ଲାପାଳ ଶ୍ରୀମତୀ ମନୋରମା ଜାଲି ତଥା ରିଟର୍ଣ୍ଣିଂ ଅପିଂସର ୪୯-ବରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଙ୍କ ସମେତ ମୁଖ୍ୟ ଊନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ ଶ୍ରୀ ଅଶୋକ କୁମାର ବେହୁରିଆ, ଡେପୁଟୀ କଲେକ୍ଟର, ନିର୍ବାଚନ ଶ୍ରୀ ରଶ୍ମି ରଂଜନ ମଲ୍ଲିକ, ଡେପୁଟୀ କଲେକ୍ଟର ଶାଶ୍ୱତୀ ସାଡୁଆଳ, ବରିଆଳ ମୁର୍ମୁ, ଏସ୍‌.କେ. ବାସ୍କେ, ଡିଇଜିଏମ୍ ଶ୍ରୀ ଶାରଦା ପ୍ରସନ୍ନ ଜେନା, ଡିପିଏମ୍‌, ଓଏଲ୍‌ଏମ୍ ଶ୍ରୀ ପ୍ରଶାନ୍ତ କୁମାର ପାଢୀଙ୍କ ସମେତ ପର୍ଯ୍ୟବେକ୍ଷକ ମାନଙ୍କ ଜନ ସଂପର୍କ ଅଧିକାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଶ୍ରୀ କଲ୍ୟାଣ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଗ୍ରୱାଲ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରଶାସନିକ ନିର୍ବାଚନ ପରିଚାଳନା ଏବଂ ପୁଲିସ ପ୍ରଶାସନିକ ନିର୍ବାଚନ ପରିଚାଳନା ସମ୍ୱନ୍ଧରେ ପାୱାର ପଏଣ୍ଟ ମାଧ୍ୟମରେ ପର୍ଯ୍ୟବେକ୍ଷକ ମାନଙ୍କୁ ଅବଗତ କରାଇଥିଲେ । ସହକାରୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ ମାନଙ୍କ ତାଲିମ, ଅଣୁ ପର୍ଯ୍ୟବେକ୍ଷକ ମାନଙ୍କ ତାଲିମ, ପ୍ରିଜାଇଡିଂ ଓ ପୋଲିଂ ଅପିଂସର, ସେକ୍ଟର ଅପିଂସର, ସେକ୍ଟର ମାଜିଷ୍ଟ୍ରେଟ୍ ମାନଙ୍କ ତାଲିମ ସମ୍ୱନ୍ଧରେ ଅବଗତ କରାଇଥିଲେ । ଏଥିସହ ବୁଥ୍‌କୁ ପୋଲିଂ ପାର୍ଟି ଅନୁଗମନ, ପ୍ରତ୍ୟାବର୍ତ୍ତନ, ବୈଧାନିକ ଓ ଅବୈଧାନିକ ସରଂଜାମ ବୁଥ୍‌କୁ ନେବା, ନିର୍ବାଚନ କଣ୍ଟ୍ରୋଲ ରୁମ କାର୍ଯ୍ୟ କରିବା, ସି-ଭିଜିଲ, ଭିଏସ୍‌ଟି, ଭିଭିଟି ନିୟୋଜିତ ସଖୀ ବୁଥ୍‌, ଇକୋ ଫ୍ରେଣ୍ଡଲି ବୁଥ୍‌, ଯୁବ ବୁଥ୍‌, ସାଡୋ ବୁଥ୍‌, ସୁବିଧା ପୋର୍ଟାଲ, ଏସ୍‌ଭିପ୍ ଭୋଟର ସଚେତନତା, ବୁଥ୍ ମାନଙ୍କରେ ମୈାଳିକ ସୁବିଧା ଉପଲବ୍ଧ, କାଊଣ୍ଟିଂ ଟେବୁଲ, ଇଭିଏମ ରାଣ୍ଡୋମାଇଜେସନ ଇତ୍ୟାଦି ସମ୍ୱନ୍ଧରେ ପ୍ରକାଶ କରିବା ସହ ଜିଲ୍ଲାରେ ୪୨ ଗୋଟି ଷ୍ଟାଟିକ ସର୍ଭେଲାନ୍ସ ଟିମ୍‌, ୭ ଗୋଟି ଭିଭିଟି ଟିମ୍‌, ୭ ଗୋଟି ଆକାଊଣ୍ଟିଂ ଟିମ୍‌, ୮ ଗୋଟି ପେଷ୍ଟାଲ ବାଲାଟ ଭୋଟ୍ କାଉଣ୍ଟିଂ ରୁମ୍ ସମ୍ୱନ୍ଧରେ ବିସ୍ତୃତ ତଥ୍ୟ ପ୍ରକାଶ କରିଥିଲେ । ପର୍ଯ୍ୟବେକ୍ଷକମାନେ ଷ୍ଟାଟିକ ସର୍ଭେଲାନ୍ସ ଟିମ୍ ଏକକ ସ୍ଥାନରେ ନ ରହି ବିଭିନ୍ନ ସ୍ଥାନରେ ସମସ୍ତ ଟିମ୍ କୁ ଯୋଗାଯୋଗ କରି ପ୍ରାର୍ଥୀ ମାନଙ୍କ ନିର୍ବାଚନ କାର୍ଯ୍ୟକ୍ରମ ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଆରକ୍ଷୀ ଅଧିକ୍ଷକ ଜିଲ୍ଲାରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶମତେ ଆଇନ ଶୃଙ୍ଖଳା ରକ୍ଷା କରିବା, ଆନ୍ତ ଜିଲ୍ଲା ପ୍ରବେଶ ଦ୍ୱାରରେ ପୁଲିସ ମୁତୟନ କରିବା, ବେଆଇନ ମାଦକ ଦ୍ରବ୍ୟ ସିଜ୍ କରିବା,ଏକ କମ୍ପାନୀ ସିଏପିଏପଂ ମୁତୟନ ହେବା ଆଦି ସମ୍ୱନ୍ଧରେ ତଥ୍ୟ ଉପସ୍ଥାପନ କରିବା ସହ ୨ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିବା ପ୍ରକାଶ କରିଥିଲେ । ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ବିଶ୍ରାମ ମୀନା ସମସ୍ତ ନୋଡାଲ ଅପିଂସରମାନେ ସମସ୍ତ ଟିମ୍ ସହିତ ଉତ୍ତମ ସମନ୍ୱୟ ରକ୍ଷାକରି ନିର୍ବାଚନ ପର୍ବକୁ ସର୍ବୋତ୍କୃଷ୍ଟ ଭାବେ ସମାପନ କରିବାକୁ ଆହ୍ୱାନ ଦେଇଥିଲେ ।

 

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129