ବ୍ୟାସନଗର ପବ୍ଲିକ ସ୍କୁଲରେ ସାତ ଦିନିଆ ଗ୍ରୀଷ୍ମ କାଳୀନ କ୍ୟାମ୍ପେନ୍ ଅନୁଷ୍ଠିତ

ଯାଜପୁର/ବ୍ୟାସନଗର; ୧୯/୦୫(ହରପ୍ରିୟା କରଙ୍କ ଠାରୁ): ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳ ବ୍ୟାସନଗର ପବ୍ଲିକ ସ୍କୁଲରେ ସାତ ଦିନିଆ ଗ୍ରୀଷ୍ମ କାଳୀନ କ୍ୟାମ୍ପେନ୍ ଅନୁଷ୍ଠିତ ହୋଇଯାଇଛି।ଏହି କ୍ୟାମ୍ପେନରେ ୧୦୦ ରୁ ଅଧିକ ଛାତ୍ର ଛାତ୍ରୀ ଯୋଗଦେଇ ଥିଲେ। ନର୍ସରୀ ରୁ ପଞ୍ଚମ ଶ୍ରେଣୀର ପିଲା ମାନେ ଏରୋବିକ, ଯୋଗ , ଧନ୍ଦା ମୁଳକ ଶିକ୍ଷା,ସନ୍ତରଣ,ଖେଳ, କଳା ସଂସ୍କୃତି ପରମ୍ପରା ଆଧାରରେ ନାଚ ଗୀତର ଆୟୋଜନ କରାଯାଇଥିଲା। ନିକଟରେ ଥିବା ମନ୍ଦିର ଭ୍ରମଣ ମଧ୍ୟ ହୋଇଥିଲା। ଜଳଛତ୍ର ମାଧ୍ୟମରେ ସେବା ଯୋଗାଇଦେବା ସହ ଟ୍ରାଫିକ ନିୟମାବଳୀ ସମ୍ପର୍କରେ ଜ୍ଞାନ ପ୍ରଦାନ କରାଯାଇଥିଲା।


୧୨ ମେ ରୁ ୧୮ ମେ ପର୍ଯ୍ୟନ୍ତ ଏହି କ୍ୟାମ୍ପେନ ଚାଲୁ ରହିଥିଲା। ଏହି କାର୍ଯ୍ୟକ୍ରମର ଉଦଯାପନୀ ଦିବସରେ
ବରିଷ୍ଠ ସାମ୍ବାଦିକ ବାବୁରାମ ଜେନା, ଆଇନଜୀବୀ ଚନ୍ଦ୍ର ଶେଖର ପଣ୍ଡା ଉପସ୍ଥିତ ରହି ପିଲା ମାନଙ୍କୁ ଟ୍ରାଫିକ ନିୟମାବଳୀ, ସମାଜ ସେବା, ଖେଳର ପ୍ରୟୋଜନ ସମ୍ପର୍କରେ ବୁଝାଇଥିଲେ।
ଅଭିଭାବକ ମାନଙ୍କ ମତାମତ ଉତ୍ସାହ କୁ ଆଖି ଆଗରେ ରଖି ବିଦ୍ୟାଳୟର ଅଧ୍ୟକ୍ଷା ଡ଼ ଦେବସ୍ମିତା ସାହୁ ଏଭଳି କାର୍ଯ୍ୟକ୍ରମକୁ ପିଲା ମାନଙ୍କ ଉଦ୍ଦେଶ୍ୟରେ ପ୍ରତି ବର୍ଷ ଚାଲୁ ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ। ଚେୟାର ମ୍ୟାନ ଭାରତ ଭୁଷଣ ଦେଓ ପିଲା ମାନଙ୍କ ଖୁସି ରେ ଖୁସି ହେବା ସହ ସମସ୍ତ ଙ୍କୁ ଉତ୍ସାହିତ କରିଥିଲେ। ହରପ୍ରିୟା କର ସୁଚାରୁ ରୁପେ ପରିଚାଳନା ଦାଇତ୍ୱ ତୁଲାଇଥିଲେ। ଏଥି ସହ ବିଦ୍ୟାଳୟର ଶିକ୍ଷୟତ୍ରୀ ସୁମିତ୍ରା ସାମଲ,ନିବେଦିତା ଜେନା,ରିୟା କୁଅଁର,ଅନିମା ନାୟକ,ଶ୍ରୀୟା ଶ୍ରୀବାସ୍ତବ,ରୋଜାଲିନ ସାମନ୍ତରାୟ,କାଦମ୍ବିନୀ ଦାସ,ଜୟଶ୍ରୀ ରଥ,ଅନନ୍ୟା,ଅଶ୍ରୁଜିତା, ଲିତୁଶ୍ରି ପାଲ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129