ଭୋଟ ଗଣତି ପ୍ରଶିକ୍ଷଣ, ଅଣୁ ପର୍ଯ୍ୟବେକ୍ଷକ, ଟେବୁଲଟପ୍ ଏକ୍ସରସାଇଜ, ପ୍ରାର୍ଥୀ ମାନଙ୍କର ଖର୍ଚ୍ଚ ରେଜିଷ୍ଟର ଅନୁଧ୍ୟାନ ସହ ଇ.ଭି.ଏମ୍‌. କମିଶନିଂ ପ୍ରଶିକ୍ଷଣ ଅନୁଷ୍ଠିତ

ଯାଜପୁର,୨୧/୦୫(ବ୍ୟୁରୋ): ମଙ୍ଗଳବାର ପୂର୍ବାହ୍ନ ଓ ଅପରାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ଶ୍ରୀ ଲଙ୍କେଶ୍ୱର ଅମାତ, ଉପ-ଜିଲ୍ଲାପାଳ ଶ୍ରୀ ଅଂଶୁମାନ ଶତପଥୀ, ଅତିରିକ୍ତ ଉପ-ଜିଲ୍ଲାପାଳ ଶ୍ରୀମତୀ ମନୋରମା ଜାଲି ଯୋଗଦେଇ ଭୋଟ ଗଣତିରେ ନିଯୁକ୍ତ ହେବାକୁ ଥିବା ଅଧିକାରୀ ଓ କର୍ମଚାରୀ ମାନଙ୍କୁ ବିସ୍ତୃତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସମସ୍ତ ବି.ଡି.ଓ., ଏ.ବି.ଡି.ଓ., ତହସିଲଦାର, ଅତିରିକ୍ତ ତହସିଲଦାର, ଡେପୁଟି କଲେକ୍ଟର, ରାଜସ୍ୱ ନିରୀକ୍ଷକ, ରାଜସ୍ୱ ସୁପରଭାଇଜର, ସି.ଆର୍‌.ସି.ସି., ସେକ୍ସନ ଅପିଂସରମାନେ ଯୋଗ ଦେଇଥିଲେ ।

ଲୋକସଭା ଆସନ ନିମନ୍ତେ ୧୨ ଗୋଟି ଟେବୁଲ ଓ ବିଧାନସଭା ଆସନ ନିମନ୍ତେ ୧୨ ଗୋଟି ଟେବୁଲକୁ ନେଇ ୨୪ ଗୋଟି ଟେବୁଲରେ ଏନ୍‌.ସି. କଲେଜରେ ଜୁନ୍ ୪ ତାରିଖରେ ସକାଳ ୮ ଘଟିକା ସମୟରେ ଭୋଟ ଗଣତି ଆରମ୍ଭ ହେବ । ପ୍ରତି ଟେବୁଲରେ ଇ.ଭି.ଏମ୍‌. ପାଇଁ ମାଇକ୍ରୋ ପର୍ଯ୍ୟବେକ୍ଷକ, କାଉଣ୍ଟିଂ ସୁପରଭାଇଜର ଏବଂ କାଉଣ୍ଟିଂ ଆସିଷ୍ଟାଣ୍ଟ ରହିବେ । ପ୍ରାର୍ଥୀମାନେ ନିଜ ନିଜର କାଉଣ୍ଟିଂ ଏଜେଣ୍ଟ ମାନଙ୍କ ନାମ ନିଜ ରିଟର୍ଣ୍ଣିଂ ଅପିଂସରଙ୍କୁ ଦେବେ । ରିଟର୍ଣ୍ଣିଂ ଅପିଂସର ଏଥିରେ ପ୍ରମାଣିତ ସ୍ୱାକ୍ଷର କଲାପରେ ତାହା କାଉଣ୍ଟିଂ ଟେବୁଲକୁ ଦିଆଯିବ । ଭୋଟ ଗଣତି ଦିବସ (ଜୁନ୍ ୪ ତାରିଖ) ର ଏକ ସପ୍ତାହ ପୂର୍ବରୁ ସମସ୍ତ ଭିତ୍ତିଭୂମି ପ୍ରସ୍ତୁତ କରାଯିବ । ଭୋଟ ଗଣତିରେ ନିଯୁକ୍ତ ସୁପରଭାଇଜର ଜଣେ ଦାୟିତ୍ୱ ସଂପନ୍ନ ଅଧିକାରୀ ହେବା ବାଂଚ୍ଥନୀୟ । କାଉଣି୍ଟଂ ହଲ୍ ର ଚତୁପାଶ୍ୱର୍ରେ ୧୦୦ ମିଟର ଦୂରତାରେ ବାରିକେଡିଂ ସହ ବିଭାଜିତ ଜୋନ୍ ସୁରକ୍ଷା ବ୍ୟବସ୍ଥା କରାଯିବ । କେବଳ ପ୍ରାର୍ଥୀ ମାନଙ୍କ ବ୍ୟତୀତ କୈାଣସି ନେତା କାଉଣ୍ଟିଂ ହଲକୁ ଯାଇପାରିବେ ନାହିଁ । ଏଜେଣ୍ଟ ମାନଙ୍କ ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶମତେ କାଉଣ୍ଟିଂ ହଲରେ ବସିବାର ପ୍ରାବଧାନତା କରାଯିବ । ସେହିପରି ନିର୍ବାଚନ କମିଶନଙ୍କ ପରିଚୟ ପତ୍ର ପାଇଥିବା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଭୋଟ ଗଣତି ସୂଚନା ଦେବା ନିମନ୍ତେ ମିଡିଆ ଲାଊନ୍‌ଜ ବ୍ୟବସ୍ଥା କରାଯିବ ।


ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପ-ଜିଲ୍ଲାପାଳ ଶ୍ରୀ ଅଂଶୁମାନ ଶତପଥୀଙ୍କ ଉପସ୍ଥିତିରେ ଇଲେକ୍ଟୋରାଲ ରୋଲ ର ଟେବୁଲ ଟପ୍ ଏକ୍ସରସାଇଜ ଅନୁଷ୍ଠିତ ହୋଇଥିଲା ।
ପୂର୍ବାହ୍ନ ୧୧ ଘଟିକା ସମୟରେ ନିର୍ବାଚନ କମିଶନଙ୍କ ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ ଡଃ ଶ୍ରୀମତୀ କରୁଣା କୁମାରୀ, ଆଇଏଏସ୍ ଏବଂ ଶ୍ରୀ ବିଶ୍ରାମ ମୀନା, ଆଇଏଏସ୍ ଙ୍କ ଉପସ୍ଥିତିରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଅଶୋକ କୁମାର ବେହୁରିଆ ଅଣୁ ପର୍ଯ୍ୟବେକ୍ଷକ ମାନଙ୍କୁ କାଉଣ୍ଟିଂ ହଲର ବିଭିନ୍ନ କାର୍ଯ୍ୟ ସୁଚାରୁ ରୂପେ ସଂପାଦନ ସଂମ୍ୱନ୍ଧରେ ବିସ୍ତୃତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।
ଅପରାହ୍ନରେ ୪ ଘଟିକା ସମୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲଙ୍କ ଅଧ୍ୟକ୍ଷତାରେ ମଧ୍ୟ କାଉଣି୍ଟଂ କର୍ମଚାରୀ ମାନଙ୍କୁ ଜୁନ୍ ୪ ତାରିଖ ଭୋଟ ଗଣତି ଦିନ ଭୋର ୫ ଟା ସମୟରୁ ଏଜେଣ୍ଟ ମାନଙ୍କ ଉପସ୍ଥିତିରେ ସକାଳ ୭ ଘଟିକା ପର୍ଯ୍ୟନ୍ତ ଟେବୁଲ ରାଣ୍ଡୋମାଇଜେସନ ହେବା ସମ୍ୱନ୍ଧରେ ସୂଚନା ଦେଇଥିଲେ । ବି.ଡି.ଓ., ତହସିଲଦାରମାନେ ଜଣେ ଦାୟିତ୍ୱ ସଂପନ୍ନ ଅଧିକାରୀଙ୍କୁ ଟ୍ରେଜେରୀରୁ କିଭଳି ପୋଷ୍ଟାଲ ବାଲାଟ ପ୍ରାପ୍ତ କରି ନିଜ ନିଜ ନିର୍ବାଚନ ମଣ୍ଡଳୀ ଗଣତି କକ୍ଷରେ ପ୍ରଦାନ କରିବେ ସେଥିପ୍ରତି ସୁଚାରୁ ରୂପେ ଦାୟିତ୍ୱ ସଂପନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଅପରାହ୍ନରେ ୪ ଘଟିକା ସମୟରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଅତିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ନବକ୍ରିଷ୍ଣ ଜେନା ଙ୍କ ଅଧ୍ୟକ୍ଷତାରେ ପ୍ରିଜାଇଡିଂ ଅଧିକାରୀ ମାନଙ୍କୁ ଇ.ଭି.ଏମ୍‌. ମେସିନ (ବାଲାଟ ୟୁନିଟ, କଣ୍ଟ୍ରୋଲ ୟୁନିଟ ଏବଂ ଭିଭିପାଟ୍‌) କମିଶନିଂ ସମ୍ୱନ୍ଧରେ ପୁଙ୍ଖାନୁପୁଙ୍ଖ ପ୍ରଶିକ୍ଷଣ ସହ ପ୍ରାକ୍‌ଟିକାଲ ପ୍ରଦର୍ଶନୀ ମାଧ୍ୟମରେ ପ୍ରାଂଜଳ ଭାବେ ବୁଝାଇଥିଲେ ।ଏଥି ସହ ମଧ୍ୟ ପ୍ରାର୍ଥୀ ମାନଙ୍କ ଖର୍ଚ୍ଚ ସମ୍ୱନ୍ଧୀୟ ରେଜିଷ୍ଟରକୁ ନିର୍ବାଚନ ଖର୍ଚ୍ଚ ଟିମ୍ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଡି.ପି.ଏମ୍‌., ଓ.ଏଲ୍‌.ଏମ୍‌. ଶ୍ରୀ ପ୍ରଶାନ୍ତ କୁମାର ପାଢୀଙ୍କ ପରିଚାଳନାରେ ସାଡୋ ରେଜିଷ୍ଟର ସହ ମେଳକ କରାଯାଇଥିଲା । ଅନୁଷ୍ଠିତ ଏହି ସମସ୍ତ ନିର୍ବାଚନୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ନିଖିଲ ପବନ କଲ୍ୟାଣଙ୍କ ନିର୍ଦ୍ଦେଶରେ ଅନୁଷ୍ଠିତ ହୋଇଥିଲା ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129