ସାଧାରଣ ପର୍ଯ୍ୟବେକ୍ଷକ ଡଃ ଶ୍ରୀମତୀ କରୁଣା କୁମାରୀ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ନିଖିଲ ପବନ କଲ୍ୟାଣଙ୍କ ତତ୍ତ୍ୱାବଧାନରେ ଇଭିଏମ୍ କମିଶନିଂ ଅନୁଷ୍ଠିତ

ଯାଜପୁର;୨୩/୦୫(ଅସିତ କୁମାର ଦାସ ଙ୍କ ଠାରୁ): ଏକକାଳୀନ ସାଧାରଣ ନିର୍ବାଚନ ୨୦୨୪ ଲୋକସଭା ଓ ବିଧାନସଭା ନିମନ୍ତେ ଆସନ୍ତା ଜୁନ୍ ୧ ତାରିଖରେ ଯାଜପୁର ଜିଲ୍ଲାରେ ଭୋଟଦାନ ଅନୁଷ୍ଠିତ ହେବ । ୦୮-ଯାଜପୁର (ସଂରକ୍ଷିତ) ଲୋକସଭା ଆସନ ଅନ୍ତର୍ଗତ ୪୮-ବିଂଝାରପୁର (ସଂରକ୍ଷିତ) ବିଧାନସଭା ଆସନ, ୪୯-ବରୀ, ୫୦-ବଡଚଣା ୫୧-ଧର୍ମଶାଳା, ୫୨-ଯାଜପୁର, ୫୩-କୋରେଇ ଏବଂ ୫୪-ସୁକିନ୍ଦା ବିଧାନସଭା ଆସନ ନିମନ୍ତେ ଆଜି ସକାଳ ୮ ଘଟିକା ସମୟ ରୁ ସଂପୃକ୍ତ ନିର୍ବାଚନ ମଣ୍ଡଳୀ ଗୁଡିକର ରିଟର୍ଣ୍ଣିଂ ଅପିଂସରଙ୍କ ପରିଚାଳନାରେ ଏବଂ ସାଧାରଣ ପର୍ଯ୍ୟବେକ୍ଷକ ଡଃ ଶ୍ରୀମତୀ କରୁଣା କୁମାରୀ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ନିଖିଲ ପବନ କଲ୍ୟାଣଙ୍କ ତତ୍ତ୍ୱାବଧାନରେ ଏବଂ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ମାନଙ୍କ ପ୍ରତିନିଧି ମାନଙ୍କ ଉପସ୍ଥିତିରେ ଚୁଡାନ୍ତ ଇଭିଏମ୍ କମିଶନିଂ ଅନୁଷ୍ଠିତ ହୋଇଯାଇଅଚ୍ଥି । ପ୍ରାର୍ଥୀ ଙ୍କ ପ୍ରତିନିଧି ମାନଙ୍କ ଊପସ୍ଥିତିରେ ଷ୍ଟ୍ରଙ୍ଗ୍ ରୁମ୍ ଖୋଲାଯାଇ ଇଭିଏମ୍ ଗୁଡିକର ବାଲାଟ ୟୁନିଟ, କଣ୍ଟ୍ରୋଲ ୟୁନିଟ ଓ ଭିଭିପାଟ୍ ର ବିଭିନ୍ନ କାର୍ଯ୍ୟ ଗୁଡିକୁ ପ୍ରିଜାଇଡିଂ ଅପିଂସରମାନେ ରିଟର୍ଣ୍ଣିଂ ଅପିଂସର ମାନଙ୍କ ପରିଚାଳନାରେ ମକ୍‌ପୋଲ କରିବା, ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ମାନଙ୍କ ବାଲାଟ ପେପର ସେଟିଂ କରିବା, ରିଟର୍ଣ୍ଣିଂ ଅପିଂସର ଙ୍କ ଦସ୍ତଖତରେ ଆଡ୍ରେସ୍ ଟ୍ୟାଗ ଲଗାଇବା, ଯେତିକି ଜଣ ପ୍ରାର୍ଥୀ ସେତିକି ପ୍ରାର୍ଥୀଙ୍କ ବାଲାଟ ବଟନ୍ ବ୍ୟବହାର କରିବା ନିମନ୍ତେ ରଖିବା, ବ୍ୟାଟେରୀ ସେଟିଂ କରିବା ଓ ବାଲାଟ ୟୁନିଟ୍ ର ଉପର ଓ ତଳ ମୁଣ୍ଡ ବଟନକୁ ନ ଚ୍ଥୁଇଁ ପେପର ସିଲ କରିବା ଓ ଆଡ୍ରେସ୍ ଟ୍ୟାଗ୍ ଲଗାଇବା, କଣ୍ଟ୍ରୋଲ ୟୁନିଟରେ ବ୍ୟାଟେରୀ ଲଗାଇବା ଓ ପ୍ରତ୍ୟେକ ଆଡ୍ରେସ୍ ଟ୍ୟାଗରେ ଜଉମୁଦ ସିଲ କରିବା ଓ ଭିଭିପାଟ୍ ଉପରେ ସମସ୍ତ ବିଧି ଅନୁଯାୟୀ କମିଶନିଂ କରାଯାଇଥିଲା । ଏହି କମିଶନିଂ ରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ଶ୍ରୀ ଲଙ୍କେଶ୍ୱର ଅମାତ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଯାଜପୁର ଶ୍ରୀ ଅଶୋକ କୁମାର ବେହୁରିଆ, ଊପ-ଜିଲ୍ଲାପାଳ ଶ୍ରୀ ଅଂଶୁମାନ ଶତପଥୀ, ଅତିରିକ୍ତ ଉପ-ଜିଲ୍ଲାପାଳ ଶ୍ରୀମତୀ ମନୋରମା ଜାଲି,ଡେପୁଟି କଲେକ୍ଟର, ନିର୍ବାଚନ ଶ୍ରୀ ରଶ୍ମି ରଂଜନ ମଲ୍ଳିକ, ଶାଶ୍ୱତି ସାଡୁଆଳ, ବିଡିଓ, ତହସିଲଦାର ପ୍ରମୁଖ ଯୋଗଦେଇ କମିଶନିଂ କାର୍ଯ୍ୟରେ ଅଂଶ ଗ୍ରହଣ କରିଥିଲେ ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129