ହୋମ୍ ଭୋଟିଂ କୁ ଶତ ପ୍ରତିଶତ ସପଂଳ କରିବା ପାଇଁ ଜିଲ୍ଲାପାଳଙ୍କ ସାମ୍ୱାଦିକ ସମ୍ମିଳନୀ

ଯାଜପୁର ;୨୩/୦୫(ବ୍ୟୁରୋ):  ଏକକାଳୀନ ସାଧାରଣ ନିର୍ବାଚନ ୨୦୨୪ ଲୋକସଭା ଓ ବିଧାନସଭା ନିମନ୍ତେ ଆସନ୍ତା ଜୁନ୍ ୧ ତାରିଖରେ ଯାଜପୁର ଜିଲ୍ଲାରେ ଭୋଟଦାନ ଅନୁଷ୍ଠିତ ହେବ ।  ୦୮-ଯାଜପୁର (ସଂରକ୍ଷିତ) ଲୋକସଭା ଆସନ ଅନ୍ତର୍ଗତ ୪୮-ବିଂଝାରପୁର (ସଂରକ୍ଷିତ) ବିଧାନସଭା ଆସନ, ୪୯-ବରୀ, ୫୦-ବଡଚଣା ୫୧-ଧର୍ମଶାଳା, ୫୨-ଯାଜପୁର, ୫୩-କୋରେଇ ଏବଂ ୫୪-ସୁକିନ୍ଦା ବିଧାନସଭା ଆସନ ଗୁଡିକରେ ୮୫+ ପିଡବ୍ଳୁଡି ଏବଂ ଏଭିଇଏସ୍ ଭୋଟର ମାନେ ସେମାନଙ୍କର ମତଦାନ ସାବ୍ୟସ୍ତକୁ ତ୍ୱରାନ୍ୱିତ କରି ହୋମ୍ ଭୋଟିଂକୁ  ଶତ ପ୍ରତିଶତ ସପଂଳ କରିବା ନିମନ୍ତେ ବ୍ୟାପକ ଜନ ସଚେତନତା ଓ ଜନ  ଜାଗରଣ ଦିଗରେ ସହଯୋଗ କରିବାକୁ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଆଜି ଅପରାହ୍ନରେ ନରସିଂହ ଚୈାଧୁରୀ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ଜିଲ୍ଲାର ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଆହ୍ୱାନ ଦେଇଚ୍ଥନ୍ତି ।ଏଥି ସମ୍ୱନ୍ଧୀୟ ଜିଲ୍ଲାପାଳ ଶ୍ରୀ କଲ୍ୟାଣ ବିସ୍ତୃତ ସୂଚନା ଦେଇ କହିଲେ ଯେ, ପଂର୍ମ-୧୨ ଏଭିଇଏସ୍ (ପୋଲିଂ କର୍ମଚାରୀ), ପଂର୍ମ-୧୨(ଡି) ୮୫+ବରିଷ୍ଠ ନାଗରିକ (ଏଭିଏସ୍‌ସି), ଦିବ୍ୟାଙ୍ଗ (ଏଭିପିଡି), ପଂର୍ମ-୧୨(ଡି) ପୋଲିସ କର୍ମଚାରୀ, ସେକ୍ଟର ଅପିଂସର, ମାଇକ୍ରୋ ଅବଜରଭର, ଡ୍ରାଇଭର, ମେଡିକାଲ କର୍ମଚାରୀ ଓ ଷ୍ଟାଟିକ ସର୍ଭେଲାନ୍ସ ଟିମ୍‌କୁ ନେଇ ୪୮-ବିଂଝାରପୁର (ସଂରକ୍ଷିତ) ବିଧାନସଭା ଆସନ ପାଇଁ ୧୧୬୧ ଦରଖାସ୍ତ ମିଳିଥିବା ବେଳେ ୪୯-ବରୀ ପାଇଁ ୧୩୦୮, ୫୦-ବଡଚଣା ପାଇଁ ୧୧୨୨, ୫୧-ଧର୍ମଶାଳା ପାଇଁ ୧୨୨୬, ୫୨-ଯାଜପୁର ପାଇଁ ୧୭୪୬, ୫୩-କୋରେଇ ପାଇଁ ୧୪୫୧ ଏବଂ ୫୪-ସୁକିନ୍ଦା ବିଧାନ ସଭା ଆସନ ନିମନ୍ତେ ୧୧୫୧ ଦରଖାସ୍ତକୁ ନେଇ ମୋଟ ୯୪୬୫ ଦରଖାସ୍ତ ମିଳିଅଚ୍ଥି ବୋଲି ପ୍ରକାଶ କରିଥିଲେ ।  ସେହିପରି ୨୫ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ହୋମ୍ ଭୋଟିଂ ସକାଳ ୭ ଘଟିକା ରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।  ପୋଷ୍ଟାଲ ବାଲାଟ ଭୋଟିଂ ପୋଲିଂ ପର୍ସୋନେଲ ମାନଙ୍କ ପାଇଁ ସେମାନଙ୍କର ଶେଷ ପର୍ଯ୍ୟାୟ ଟ୍ରେନିଂ ସମୟରେ ଆସନ୍ତା ୨୪ ମଇ ରୁ ୨୭ ମଇ ପର୍ଯ୍ୟନ୍ତ ଏନ୍‌.ସି. କଲେଜରେ ୭ ଗୋଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ପାଇଁ ପୃଥକ ଭାବେ ଅନୁଷ୍ଠିତ ହେବ ।  ହୋମ୍ ଭୋଟିଂ ପାଇଁ ମାଇକ୍ରୋ ଅବଜରଭର, ସେକ୍ଟର ଅପିଂସର ଓ ବି.ଡି.ଓ. ମାନଙ୍କୁ ପ୍ରତ୍ୟେକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନୁଯାୟୀ ରୁଟ୍ ଚାର୍ଟ ପ୍ରଦାନ କରାଯାଇଅଚ୍ଥି । ୩୧ ମଇ ରେ ପୋଲିଂ ପାର୍ଟିକୁ ସେମାନଙ୍କର ବୁଥ୍ ଗନ୍ତବ୍ୟ ସ୍ଥଳକୁ ଏନ୍‌.ସି. କଲେଜ ରୁ ପ୍ରେରଣ କରାଯିବ ।  ପୋଲିଂ ପାର୍ଟି ଗନ୍ତବ୍ୟ ସ୍ଥଳକୁ ଯିବା ଯାନ ଗୁଡିକୁ କୁସୁମା ପଡିଆରେ ରଖାଯିବ । ପୋଲିଂ ପାର୍ଟି ପ୍ରସ୍ତୁତ ହୋଇସାରିବା ପରେ କୁସୁମା ପଡିଆରୁ ନିୟୋଜିତ ଯାନ ଏନ୍‌.ସି. କଲେଜରୁ ପୋଲିଂ ପାର୍ଟିକୁ ନେଇ ବୁଥ୍‌କୁ ଯିବେ ।  ପୋଲିଂ ପାର୍ଟି ବୁଥ୍‌ରେ ପହଞ୍ଚିଲା ପରେ ବାର୍ତ୍ତା ଜିଲ୍ଲା ପ୍ରଶାସନ ଓ ସଂପୃକ୍ତ ରିଟର୍ଣ୍ଣିଂ ଅପିଂସରକୁ ପ୍ରଦାନ କରିବେ ।  ଜିଲ୍ଲାରେ ସାମ୍ୱାଦିକ ମାନଙ୍କ ପ୍ରଶ୍ନରେ ପିଙ୍କ ବୁଥ୍ ସଂଖ୍ୟା ଯାହା ସଖୀ ବୁଥ୍ ୨୮୬ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ସେହିପରି ମୁଖ୍ୟ ଊନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଯାଜପୁର ଶ୍ରୀ ଅଶୋକ କୁମାର ବେହୁରିଆ ଜୁନ୍ ୧ ତାରିଖ ମତଦାନ କେନ୍ଦ୍ରରେ ପ୍ରିଜାଇଡିଂ ଅପିଂସର ମାନଙ୍କର ଭୂମିକା, ମକ୍‌ପୋଲ ଓ ଆଦର୍ଶ ଆଚରଣ ବିଧି ପାଳନ ସମ୍ୱନ୍ଧରେ ସୂଚନା ପ୍ରଦାନ କରିଥିଲେ । ସାମ୍ୱାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର, ନିର୍ବାଚନ ଶ୍ରୀ ରଶ୍ମି ରଂଜନ ମଲ୍ଲିକ, ଶାଶ୍ୱତୀ ସାଡୁଆଳ ଊପସ୍ଥିତ ଥିଲେ।

 

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129