ଆସନ୍ତା ୧୯ ଜୁନରୁ ସ୍କୁଲରେ ପାଳିତ ହେବ ସୁରକ୍ଷା ସପ୍ତାହ, ଜ୍ୱର ମାପିବା ପାଇଁ ରହିବ ଡିଜିଟାଲ୍ ଥର୍ମୋମିଟର

ଭୁବନେଶ୍ୱର;୨୩/୦୫(ଜ୍ୟୋତି ରଞ୍ଜନ ଙ୍କ ଠାରୁ) : ସ୍କୁଲରେ ରହିବ ସ୍ୱାସ୍ଥ୍ୟ ପଞ୍ଜୀକରଣ ଖାତା । ପିଲାଙ୍କୁ ସ୍କୁଲ ଡାଏରୀରେ ମଧ୍ୟ ଗୋଟିଏ ପେଜ ସ୍ୱାସ୍ଥ୍ୟ ସଂପର୍କିତ ରେକର୍ଡକୁ ଉଲ୍ଲେଖ ରଖାଯିବ । ପାଠପଢ଼ା ସହ ସ୍କୁଲ ସମୟରେ ପିଲାଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ । ଜରୁରିକାଳୀନ ସମୟରେ ବିପଦକୁ ଏଡ଼ାଇବା ପାଇଁ ନିଆଯିବ ପଦକ୍ଷେପ । ଫାଷ୍ଟଏଡ୍ ବକ୍ସ ରହିବ ।ନିୟମିତ ଭାବେ ଔଷଧକୁ ବଦଳାଯିବ । ଏଥିସହ ଜ୍ୱର ମାପିବା ପାଇଁ ରହିବ ଡିଜିଟାଲ୍ ଥର୍ମୋମିଟର । ସାନିଟାଇଜର ଓ ହ୍ୟାଣ୍ଡ ୱାସ୍ । ସ୍କୁଲ ସୁରକ୍ଷା ସପ୍ତାହ ଅବସରରେ ଚଳିତବର୍ଷ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସ୍ୱତନ୍ତ୍ର ପଦକ୍ଷେପ ନେଇଛି । ଆଗରୁ ସ୍କୁଲ ସୁରକ୍ଷା ଦିବସକୁ ଏତେ ପ୍ରାଧ୍ୟାନ୍ୟ ଦେଉନଥିବା ବେଳେ ଚଳିତ ବର୍ଷ ଜୁନ୍ ୧୯ରୁ ୨୫ ତାରିଖ ମଧ୍ୟରେ ୫ ଦିନ8ଧରି ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯିବ । ସମସ୍ତ ସରକାରୀ ସ୍କୁଲର ପିଲାଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ନେଇ ତତ୍ପର ହୋଇଛି ଗଣଶିକ୍ଷା ବିଭାଗ । କେବଳ ଏତିକି ନୁହେଁ ଶିକ୍ଷା କ୍ଷେତ୍ରରେ ପିଲାଙ୍କର ଅଭିବୃଦ୍ଧି ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବ ଗଣଶିକ୍ଷା ବିଭାଗ । ଏଥିପାଇଁ ସ୍କୁଲ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯିବ । ପିଲାଙ୍କ ମଧ୍ୟରେ ସ୍କୁଲର ସୁରକ୍ଷାକୁ ନେଇ ସଚେତନ କରାଯିବ । ସାଇବର ସିକ୍ୟୁରିଟି ପାଇଁ ପଦକ୍ଷେପ ନିଆଯିବ । ପିଲା ଓ ସ୍କୁଲର ସୁରକ୍ଷା ପାଇଁ ଚଳିତବର୍ଷ ବିଭିନ୍ନ ପଦକ୍ଷେପ ନିଆଯିବ । ସ୍କୁଲର ବିପଦପୂର୍ଣ୍ଣ ସ୍ଥାନକୁ ଚିହ୍ନଟ କରାଯିବ । ସୁରକ୍ଷା ଓ ଶିକ୍ଷା ପରିବେଶ ସହଯୋଗୀ କ୍ୟାମ୍ପସ ପ୍ରସ୍ତୁତ କରାଯିବ । ଶିକ୍ଷକମାନେ ସ୍କୁଲ ଆସିବା ବେଳେ କ୍ୟାମ୍ପସ, ଶୌଚାଳୟ ସଫାକୁ ତଦାରଖ କରିବେ । ସମସ୍ତ ଉପକରଣ ଚାଲୁଛି କି ନାହିଁ ତାକୁ ସୁନିଶ୍ଚିତ କରିବେ । କ୍ୟାମ୍ପସରେ ସ୍କୁଲ ସୁରକ୍ଷା ଶପଥର ଡିସ୍ପ୍ଲେ ଲାଗିବ । ସ୍କୁଲ ବିପର୍ଯ୍ୟୟ ପରିଚାଳନା ଯୋଜନା ପାଇଁ ପ୍ରସ୍ତୁତ କ ପୂରା କ୍ୟାମ୍ପସର ମ୍ୟାପ୍କୁ ସାଇନେଜ୍ ମାଧ୍ୟମରେ ଦେଖାଯାଉଥିବା ସ୍ଥାନରେ ଲଗାଯିବ । ସ୍କୁଲ ଫାଟକ, ଶିଡ଼ି ଆଦି ସ୍ଥାନକୁ ସଫା ସହ ଖାଲି ରଖାଯିବ । ପାଣି ଜମୁଥିବା ଅଞ୍ଚଳରେ ସଫା ରଖାଯିବ । କ୍ଲାସରୁମ୍ ସିଲିଂରେ ଲାଗିଥିବା ଫ୍ୟାନ୍ ଓ ଲାଇଟ୍, ସୁଇଚ୍ ବୋର୍ଡ, ମେନ୍ ସୁଇଚ୍ର କାର୍ଯ୍ୟ ଦକ୍ଷତାକୁ ଯାଞ୍ଚ ହେବ । ପିଲାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ମଧ୍ୟ ନିଆଯିବ ପଦକ୍ଷେପ । ପ୍ରାଥମିକ ଚିକିତ୍ସା ବାକ୍ସ ରହିବ । ଏହାକୁ ନିୟମିତ ପୂରଣ କରାଯିବ ଓ ଏକ୍ସପାଏରି ମେଡିସିନ୍ ବଦଳାଯିବ । ସୁରକ୍ଷିତ ପାନୀୟ ଜଳ ଦିଆଯିବ । ପ୍ରତି ସପ୍ତାହରେ ସ୍କୁଲ ହେଲ୍ଥ ରେଜିଷ୍ଟରରେ ପିଲାଙ୍କ ସ୍ୱାସ୍ଥ୍ୟ ବିଷୟରେ ଉଲ୍ଲେଖ କରି ରେକର୍ଡ କରାଯିବ । ଜରୁରିକାଳୀନ ବେଲ୍ ରହିବ । କିଛି ଜରୁରି ସୂଚନା ଘୋଷଣା ପାଇଁ ସାଉଣ୍ଡ ସିଷ୍ଟମ୍ ତଥା ମାଇକ୍କୁ ସ୍ଥାପନ କରାଯିବ । ସାନିଟାଇଜର, ହ୍ୟାଣ୍ଡୱାସ ସହ ଡିଜିଟାଲ୍ ଥର୍ମୋମିଟର ରଖାଯିବ । ପିଲାଙ୍କୁ ସୁରକ୍ଷା ଜନିତ ସମସ୍ୟାର ଅଭିଯୋଗ ପାଇଁ ରହିବ ଅଭିଯୋଗ ବାକ୍ସ । ଆସନ୍ତା ୧୯ ଜୁନ୍ରୁ ସ୍କୁଲ ସୁରକ୍ଷା ସପ୍ତାହ ପାଳନ କରାଯିବ । ୨୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଆକ୍ଟିଭିଟି କରାଯିବ । ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ସମସ୍ତ ଏକ ଗାଇଡ୍ଲାଇନ ଜାରି କରାଯାଇଛି ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129