ଦେବ ଇଣ୍ଟର ନ୍ୟାସନାଲ ସ୍କୁଲରେ ସିନିୟର କେଜି ପିଲାଙ୍କର ଗ୍ରାଜୁଏସନ ଡେ କାର୍ଯ୍ୟକ୍ରମ ଅନୁଷ୍ଠିତ

ଯାଜପୁର/ବ୍ୟାସନଗର ; ୨୩/୦୩(ନି ପ୍ର ) : ସ୍ଥାନୀୟ ବ୍ୟାସନଗର ପୋୖରାଞ୍ଚଳ କୁସୁନପୁର ସ୍ଥିତ ଦେଭ ଇଣ୍ଟର ନ୍ୟାସନାଲ ସ୍କୁଲ ଠାରେ ଶନିବାର ସକାଳ ୯ଘଟିକାରେ ସିନିୟର କେଜି ପିଲାଙ୍କର ଗ୍ରାଜୁଏସନ ଡେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିସରରେ କୁନି କୁନି ପିଲାଙ୍କର ଏଭଳି କାର୍ଯ୍ୟକ୍ରମ ରେ ଅନେକ ପିଲା ଓ ଅଭିଭାବକ ଯୋଗ ଦେଇ ଆନନ୍ଦ ମୁଖର ହୋଇଥିଲେ। ପିଲାମାନଙ୍କୁ ସ୍ୱାଗତ କରାଯିବା ସହ ଗ୍ରାଜୁଏସନ ଡେ ର ପୋଷାକ ଓ ଟୋପି ପ୍ରଦାନ କରାଯାଇଥିଲା।

ଏହି କର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଗ୍ନିଶମ ବିଭାଗର ଅଫିସର ତାପସ କୁମାର ମନ୍ତ୍ରୀ ଓ ମୂଖ୍ୟ ପ୍ରଶାସନିକ ଅଧିକାରୀ ଇଂ ନିର୍ମଳ କୁମାର ରଣା, ଏକାଡେମିକ କୋର୍ଡିନେଟର ସୋନିଆ ବେଦୀ ଯୋଗ ଦେଇ ଦୀପ ପ୍ରଜ୍ବଳିତ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ। ବଲବୀର ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପିଲାମାନଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଥିଲା। ବେଲୁନ୍‍ ଓ ଫୁଲମାଳରେ ଶିକ୍ଷାନୁଷ୍ଠାନ ସଜାଯାଇଥିବାବେଳେ ପିଲା ଓ ଅଭିଭାବକ ମାନଙ୍କୁ ସ୍ୱାଗତ ଲାଗି ବିଦ୍ୟାଳୟ ଅଭିନବ ପଦକ୍ଷେପ ଗ୍ରହଣ କରିଥିଲା। ବିଦ୍ୟାଳୟ ମୂଖ୍ୟ ଦ୍ଵାରରେ ସମସ୍ତ ପିଲାଙ୍କୁ ପୁଷ୍ପ ଦ୍ୱାରା ସ୍ୱାଗତ କରାଯାଇଥିଲା। କୁନି କୁନି ପିଲାଙ୍କର ନାଚ,ଗୀତ କାର୍ଯ୍ୟକ୍ରମ ମଧ୍ୟ ରହିଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଷ୍ଣୁପ୍ରିୟା ପଟ୍ଟନାୟକ,ହେମାଙ୍ଗିନୀ ଦେହୁରୀ,ପ୍ରାର୍ଥନା ଦାସ,ସ୍ମିତା ପଣ୍ଡା, ନିଲମ ମିଶ୍ର, ସ୍ରୋତଶ୍ୱିନୀ ପୃଷ୍ଟି , ନିବେଦିତା ଦାଶ, ପ୍ରଭାସିନୀ ଚିନରା,ସାଗରିକା ଗୁରୁ, ପ୍ରିୟତମା ଜେନା, ଅପରିମିତା ସାମଲ, ରୋଜାଲିନ ସାମନ୍ତରାୟ, ଫାରା ପରୱିନ,ମିନତିଲତା ବାରିକ,ସନ୍ଧ୍ୟାରାଣୀ ମାରାଣ୍ଡି, ବୀଣାପାଣି ନାୟକ, ଇତିଶ୍ରୀ ସ୍ୱାଇଁ,ମଧୁସ୍ମିତା ଚକ୍ରବର୍ତ୍ତୀ,ଦୀପ୍ତି ମିତ୍ରା ,ସୁମିତ୍ରା ସାହୁ,ଅଞ୍ଜନା ମହାପାତ୍ର,ପ୍ରମୁଖ ଯୋଗଦେଇ କୁନିକୁନି ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟର କଳା ଶିକ୍ଷକ ଉଦୟ କୁମାର ଓଝା ଓ ଅରୁଣ କୁମାର ଜେନା ମଞ୍ଚ ସାଜସଜା କରିଥିଲେ। ନୃତ୍ୟ ଶିକ୍ଷିକା ପ୍ରିୟଙ୍କା ଓ ଏସ ପୁଣ୍ୟତୋୟା ଙ୍କ ଦ୍ଵାରା କୁନି କୁନି ପିଲାଙ୍କୁ ନେଇ ନୃତ୍ୟ ପରିବେଷଣ କରାଯାଇଥିଲା।ସ୍କୁଲର ଏଭଳି ଗ୍ରାଜୁଏସନ ଡେ କାର୍ଯ୍ୟକ୍ରମକୁ ଅଭିଭାବକ ମହଲରେ ପ୍ରଶଂସା କରାଯାଇଥିବା ବେଳେ ବିଦ୍ୟାଳୟର ଚେୟାରମ୍ୟାନ ବୁଦ୍ଧଦେବ ରାଉତ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129