୫୨୬ ପୋଲିଂ ପାର୍ଟି ତୃତୀୟ ଦିବସରେ ଚୁଡାନ୍ତ ପର୍ଯ୍ୟାୟ ପ୍ରଶିକ୍ଷଣ ନେଲେ ଏବଂ ପୋଷ୍ଟାଲ ବାଲାଟରେ ଭୋଟ ଦେଲେ

ଯାଜପୁର;୨୬/୦୫(ବ୍ୟୁରୋ): ଆସନ୍ତା ଜୁନ୍ ୧ ତାରିଖରେ ଯାଜପୁର ଜିଲ୍ଲାରେ ଏକକାଳୀନ ୦୮-ଯାଜପୁର (ସଂରକ୍ଷିତ) ଲୋକସଭା ଆସନ, ୪୮-ବିଂଝାରପୁର (ସଂରକ୍ଷିତ) ବିଧାନସଭା ଆସନ ୪୯-ବରୀ, ୫୦-ବଡଚଣା ୫୧-ଧର୍ମଶାଳା, ୫୨-ଯାଜପୁର, ୫୩-କୋରେଇ ଏବଂ ୫୪-ସୁକିନ୍ଦା ବିଧାନସଭା ଆସନ ନିମନ୍ତେ ମତଦାନ ଅନୁଷ୍ଠିତ ହେବ । ରବିବାର ସକାଳ ୭ ଘଟିକା ଠାରୁ ସଂଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଏନ୍‌.ସି. କଲେଜ ଠାରେ ଦୁଇଟି ପର୍ଯ୍ୟାୟରେ ୫୨-ଯାଜପୁର ବିଧାନସଭା ଆସନ ନିମନ୍ତେ ୨୮୭ ପୋଲିଂ ପାର୍ଟି ଅନ୍ତର୍ଭୁକ୍ତ ୧୮୨୦ ପୋଲିଂ କର୍ମଚାରୀ ଚୁଡାନ୍ତ ପ୍ରଶିକ୍ଷଣ ନେଇଥିବା ବେଳେ ୫୩-କୋରେଇ ବିଧାନସଭା ଆସନ ନିମନ୍ତେ ୨୩୯ ପୋଲିଂ ପାର୍ଟି ଅନ୍ତର୍ଭୁକ୍ତ ୧୪୩୨ ପୋଲିଂ କର୍ମଚାରୀ ପ୍ରଶିକ୍ଷଣ ନେଇଚ୍ଥନ୍ତି । ନିର୍ବାଚନ କାର୍ଯ୍ୟରେ (ପୋଲିଂ ପାର୍ଟି) ଜିଲ୍ଲାର କର୍ମଚାରୀ ମାନଙ୍କ ନିମନ୍ତେ ପୋଷ୍ଟାଲ ବାଲାଟରେ ମତଦାନ ସାବ୍ୟସ୍ତ କରିବା ପାଇଁ ୭ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୭ ଗୋଟି ମତଦାନ କକ୍ଷ କରାଯାଇ ଲୋକସଭା ଏବଂ ବିଧାନସଭାରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ମାନଙ୍କ ନିମନ୍ତେ ଭୋଟ ଗ୍ରହଣ ନିଆଯାଇଥିଲା । ପୋଷ୍ଟାଲ ବାଲାଟ ଭୋଟରମାନେ ଭୋଟ ଦେଇ ବନ୍ଦ ଲପାଂପାକୁ ଲୋକସଭା ଓ ବିଧାନସଭା ପାଇଁ ପୃଥକ ବାକ୍ସରେ ପକାଇଥିଲେ । ଏହି ଭୋଟଦାନ ପ୍ରକ୍ରିୟାକୁ ସୁଚାରୁ ରୂପେ ସଂପାଦନ ନିମନ୍ତେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ନିଖିଲ ପବନ କଲ୍ୟାଣଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଭୋଟଦାନ କକ୍ଷରେ ନିଯୁକ୍ତ ସହକାରୀ ରିଟର୍ଣ୍ଣି ଅପିଂସର, ଆଟେଷ୍ଟିଂ ଅପିଂସର, ପୋଲିଂ ଅପିଂସର ଏବଂ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ମାନଙ୍କ ଏଜେଣ୍ଟ ମାନଙ୍କ ଉପସ୍ଥିତିରେ ପୋଷ୍ଟାଲ ବାଲାଟ ଭୋଟିଂ ସଂପାଦିତ ହୋଇଥିଲା । ପୋଲିଂ କର୍ମଚାରୀ ମାନଙ୍କ ମଧ୍ୟରେ ୧୮୭୬ ଭୋଟର ଲୋକସଭା ଓ ବିଧାନସଭା ନିମନ୍ତେ ପୋଷ୍ଟାଲ ବାଲାଟରେ ନିଜର ମତଦାନ ସାବ୍ୟସ୍ତ କରିଚ୍ଥନ୍ତି ।
ରବିବାର ଜିଲ୍ଲାପାଳ ଶ୍ରୀ ନିଖିଲ ପବନ କଲ୍ୟାଣ ପୋଲିଂ କର୍ମଚାରୀ ମାନେ ବୁଥ୍ ମାନଙ୍କରେ ମତଦାନ କାର୍ଯ୍ୟ ସପଂଳ ଭାବେ ସଂପାଦିତ କରିବା ପାଇଁ ନିର୍ବାଚନ କମିଶନଙ୍କ ଟିପ୍‌ସ୍ ସମ୍ୱନ୍ଧରେ ପୋଲିଂ ପାର୍ଟିଙ୍କୁ ଅବଗତ କରାଇଥିଲେ ।
ଏହି ପ୍ରଶିକ୍ଷଣ କାର୍ଯ୍ୟରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଯାଜପୁର ଶ୍ରୀ ଅଶୋକ କୁମାର ବେହୁରିଆ, ଉପ-ଜିଲ୍ଲାପାଳ ଓ ଊପଖଣ୍ଡ ମାଜିଷ୍ଟ୍ରେଟ୍ ଶ୍ରୀ ଅଂଶୁମାନ ଶତପଥୀ, ପୋଷ୍ଟାଲ ବାଲାଟ ଭୋଟିଂ ନୋଡାଲ ଅଧିକାରୀ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଯାଜପୁର ଶ୍ରୀମତୀ ରଶ୍ମିରେଖା ପ୍ରଧାନ, ଡେପୁଟି କଲେକ୍ଟର, ସଂସ୍ଥା ଶ୍ରୀମତୀ ସୋନମ ଦାସ, ବି.ଡି.ଓ. ଏବଂ ତହସିଲଦାର ପ୍ରମୁଖ ନିର୍ବାଚନ ସମ୍ୱନ୍ଧୀୟ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129