ଶେଷ ପର୍ଯ୍ୟାୟରେ ବି ସାଂଘାତିକ ଭୋଟ୍ ହିଂସା

ବାଲେଶ୍ୱର /କେନ୍ଦ୍ରାପଡ଼ା/ ଯାଜପୁର/ ଭଦ୍ରକ/ ଜଗତସିଂହପୁର ; ୦୧/୦୬(ବ୍ୟୁରୋ): ଶେଷ ପର୍ଯ୍ୟାୟ ନିର୍ବାଚନ ରେ ରାଜ୍ୟରେ ୭୦.୦୬ ପ୍ରତିଶତ ମତଦାନ ହୋଇଥିବାବେଳେ ବିଭିନ୍ନ ସ୍ଥାନରୁ ଆସିଛି ବିଜେଡି କର୍ମୀଙ୍କ ଦାଦାଗିରି, ବୁଥ୍ ରିଗିଂ ଓ ମରଣାନ୍ତକ ଆକ୍ରମଣର ମାଳ ମାଳ ଅଭିଯୋଗ । ସାଲେପୁରରେ ବିଜେପି ଏଜେଣ୍ଟଙ୍କୁ ପନିକିରେ ହାଣିଲେ । କେନ୍ଦ୍ରାପଡ଼ାରେ ବିଜେପି ବୁଥ୍ ସଭାପତିଙ୍କୁ ଛୁରା ମାଡ଼ ହୋଇଥିବା ବେଳେ ସେପଟେ କୋରେଇରେ ବିଜେପି ଏଜେଣ୍ଟ ଲହୁଲୁହାଣ । ସାଲେପୁରରେ ଜଣେ ବିଜେପି ଏଜେଣ୍ଟଙ୍କୁ ବିଜେଡି କର୍ମୀ ପନିକିରେ ଆକ୍ରମଣ କରିଥିବା ବେଳେ କେନ୍ଦ୍ରାପଡ଼ାରେ ବିଜେପିର ବୁଥ୍ ସଭାପତିଙ୍କୁ ଛୁରାମାଡ଼ ହୋଇଛି ।ବହୁ ସ୍ଥାନରେ ବୁଥ୍ ରିଗିଂ ବେଳେ ବିଜେପି-ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି । ସିଇଓ କହିଛନ୍ତି- କିଛି ବୁଥ୍ ବାହାରେ ହିଂସାକାଣ୍ଡ ଖବର ଆସିଛି । ସେଠି ଜିଲ୍ଲାପାଳମାନଙ୍କୁ ନଜର ରଖିବାକୁ କୁହାଯାଇଥିଲା ।
୨୦୨୪ ନିର୍ବାଚନର ଅନ୍ତିମ ଚରଣ ମତଦାନବେଳେ ଆଜି କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ଓ ଭଦ୍ରକ ଆଦି ସ୍ଥାନରୁ ଆସିଛି ମାଳ ମାଳ ହିଂସାର ଖବର । ସବୁକୁ ବଳି ଯାଇଛି କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର । ସାଲେପୁର ମାଳଶାସନ ମତଦାନ କେନ୍ଦ୍ରର ୧୮୪ ଓ ୧୮୫ ନମ୍ବର ବୁଥ୍ ରେ ହିଂସାର ଚିତ୍ର ।
ଏଠିକାର ବିଜେପି ବିଧାୟକ ପ୍ରାର୍ଥୀଙ୍କ ଏଜେଣ୍ଟ ଓ ୩ଜଣ ବିଜେପି ସମର୍ଥକଙ୍କୁ ବିଜେଡି ସମର୍ଥକ ପନିକିରେ ହାଣିବା ସହ ଠେଙ୍ଗାରେ ପିଟିଥିବା ଅଭିଯୋଗ ହୋଇଛି । ଆହତମାନଙ୍କୁ ସାଲେପୁର ମେଡିକାଲରେ ଚିକିତ୍ସା କରାଯାଇଛି । ନିଜେ ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ, ଆହତମାନଙ୍କୁ ମେଡିକାଲ୍ ନେଇଥିଲେ । ପରେ ବିଜେପିର ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ସାଲେପୁରରେ ପହଞ୍ଚି ଆହତ କର୍ମୀମାନଙ୍କୁ ଭେଟିଥିଲେ । ସେପଟେ ଏ ଘଟଣାରେ କଟକ ଜିଲ୍ଲାପାଳ ସୋସିଆଲ୍ ମିଡିଆ-Xରେ ପ୍ରତିକ୍ରିୟା ରଖି କହିଛନ୍ତି- ପନିକିରେ ଆକ୍ରମଣ ହୋଇନି । ବରଂ ବୁଥ୍ ଠାରୁ ଦେଢଶହ ମିଟର ଦୂରରେ ଦୁଇ ପାର୍ଟିର ଲୋକେ ମୁହାଁମୁହିଁ ହୋଇଥିଲେ ।କେନ୍ଦ୍ରାପଡ଼ାର ୩୫ନଂ ବୁଥରେ ବିଜେପି ବୁଥ୍ ସଭାପତିଙ୍କୁ ଜଣେ ବିଜେଡି କର୍ମୀ ଛୁରାମାଡ଼ କରିଥିବା ନେଇ ଥାନାରେ ଏତଲା ହୋଇଛି । ସେମିତି ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଦିଆ ସ୍କୁଲରେ ବିଜେଡି କର୍ମୀଙ୍କୁ ଶହେ ମିଟର ଦୂରକୁ ତଡ଼ିଥିଲା ପୋଲିସ୍ ଫୋର୍ସ । ବେକରେ ଶଙ୍ଖ ଚିହ୍ନ ଥିବା ଗାମୁଛା ପକାଇ ବୁଥ୍ ନିକଟରେ ଭୋଟରଙ୍କୁ ବିଜେଡି କର୍ମୀ ଭୟଭୀତ କରୁଥିବାରୁ ଘଉଡ଼ାଇଥିଲା ପୋଲିସ୍ ।ସେମିତି ସାଲେପୁର ଲୁଣାହାରରେ ବିଜେଡି କର୍ମୀ ବୁଥ୍ କ୍ୟାପଚରିଂ କରୁଥିବା ବେଳେ ବିଜେପି-ବିଜେଡି କର୍ମୀ ମୁହାଁମୁହିଁ ହୋଇଥିଲେ । ପାଟକୁରାର ୧୬୧ନଂ ବୁଥ ଗୌଡଗାଁରେ ଜଣେ ବିଜେପି କର୍ମୀଙ୍କୁ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ବିଜେଡି କର୍ମୀ ସନ୍ତୋଷ ବିଶ୍ୱାଳଙ୍କ ଆକ୍ରମଣରେ ବିଜେପି ନେତା କୁଞ୍ଜବନ ସ୍ୱାଇଁଙ୍କ ଶରୀରରେ ଆଘାତ ଲାଗିଛି ।
ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀର ସାହୁପଡ଼ାସ୍ଥିତ ୧୦୬ନଂ ବୁଥରେ ବିଜେଡି କର୍ମୀଙ୍କ ରିଗିଂକୁ ବିଜେପି କର୍ମୀ ବିରୋଧ କରିବାରୁ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏମିତିକି ଭୋଟ୍ ଦେବାକୁ ଆସିଥିବା କିଛି ଯୁବକଙ୍କୁ ବି ବିଜେଡି କର୍ମୀ ମାଡ଼ ବି ମାରିଥିବା ଅଭିଯୋଗ ହୋଇଛି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାମଚନ୍ଦ୍ରପୁର ଥାନାରେ ବିଜେପି ପକ୍ଷରୁ ଧାରଣା ଦିଆଯାଇଥିଲା ।
ସେଇ ଯାଜପୁରର କୋରେଇ ବଡ଼କଇଁଚି ୧୮୫ନଂ ବୁଥ୍ ରେ ମତଦାନ ବେଳେ ହିଂସାକାଣ୍ଡ ଘଟିଛି । ବିଜେଡି କର୍ମୀଙ୍କ ଆକ୍ରମଣରେ ଜଣେ ବିଜେପି ଏଜେଣ୍ଟ ଗୁରୁତର ହୋଇ ମଧୁବନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ସେପଟେ ଭଦ୍ରକ ଜିଲ୍ଲା ଧାମନଗର ଦୋବଲ ପଞ୍ଚାୟତ ୧୫୧ନଂ ବୁଥରେ ବି ଉତ୍ତେଜନା ଦେଖାଦେଇଥିଲା ।
ବିଜେଡି କର୍ମୀଙ୍କ ମାରପିଟରେ ଜଣେ ଆହତ ହୋଇଛନ୍ତି । ସେମିତି ପୁରୀ ଅସ୍ତରଙ୍ଗ ସ୍ଥିତ କୁହୁଡ଼ିଠାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏଥିରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛି । ଜଗତସିଂହପୁର ଶାଳିଜଙ୍ଗାସ୍ଥିତ ୬୪ ନମ୍ବର ବୁଥରେ ବି ଶାସକ ଦଳର କର୍ମୀ ପଶି ବୁଥ୍ କ୍ୟାପଚରିଂ କରୁଥିବା ଅଭିଯୋଗକୁ ନେଇ ସେଠି ଉତ୍ତେଜନା ପ୍ରକାଶ ପାଇଥିଲା ।
ସେପଟେ ରାଜ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଏହି ପର୍ଯ୍ୟାୟରେ କିଛି ବୁଥ୍ ବାହାରେ ହିଂସାକାଣ୍ଡର ଖବର ଆସିଛି । ସେଠି ଜିଲ୍ଲାପାଳମାନଙ୍କୁ ନଜର ରଖିବାକୁ କୁହାଯାଇଥିଲା ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129