ଆଜି ବି ମନେପଡେ ସେ ଛାତିଥରା ଟ୍ରେନ ଟ୍ରାଜେଡି

ଭୁବନେଶ୍ୱର;୦୨/୦୬(ବ୍ୟୁରୋ):ସେଦିନ ଥିଲା ୨ ଜୁନ୍, ୨୦୨୩ । ବାଲେଶ୍ୱର ଜିଲ୍ଲା ବାହାନଗା ରେ ଘଟିଯାଇଥିଲା ଛାତିଥରା ଟ୍ରେନ ଟ୍ରାଜେଡି । ଚାହୁଁ ଚାହୁଁ ବାହାନଗା ସିରିଜ୍ ଟ୍ରେନ୍ ଟ୍ରାଜେଡିକୁ ବର୍ଷେ ପୁରିଛି । ଗତବର୍ଷ ଠିକ୍ ଆଜିର ଦିନରେ ଜୁନ ୨ ବାହାନଗାରେ ଘଟିଥିଲା ଭୟଙ୍କର ଟ୍ରିପିଲ ଟ୍ରେନ୍ ଦୁର୍ଘଟଣା । ସେହିଦିନର ଶୁକ୍ରବାରରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ସାରା ବିଶ୍ୱରେ ଚହଳ ପକାଇଥିଲା ।
କରମଣ୍ଡଳ ଏକ୍ସପ୍ରେସ ସହ ମାଲବୋଝେଇ ଟ୍ରେନ୍ ଏବଂ ଜସୱନ୍ତପୁର ହାଓ୍ୱଡା ଟ୍ରେନ୍ ଦୁର୍ଘଟଣାରେ ୨୯୬ ଜଣଙ୍କର ମୃତ୍ୟୁ ହୋଇଥିଲା ।
ଏଥି ସହ ୧୨ ଶହରୁ ଅଧିକ ଲୋକ ଆହତ ମଧ୍ୟ ହୋଇଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁର୍ଘଟଣାର କାରଣ ଖୋଜୁଛି ସିବିଆଇ । ସେଦିନରେ ଶବର ପାହାଡ ଗଦା ଭିତରେ ପରିଚୟ ଖୋଜୁଥିବା ଲୋକଙ୍କ ମନରୁ ଏଯାଏଁ ଲିଭିନି ଦୁଃଖ । ସେହିଦିନର କାଳ ରାତିକୁ ଏବେବି ଭୁଲି ପାରିନାହାଁନ୍ତି ବାହାନଗାବାସୀ ।ଯେଉଁମାନେ ସେଦିନର ଦୃଶ୍ୟ ନିଜ ଆଖିରେ ଦେଖିଥିଲେ ଆଜି ମନେପଡିଲେ ଲୋମ ଟାଙ୍କୁରି ଉଠୁଛି । ଖଡଗପୁର ଡିଭିଜନ ଅନ୍ତର୍ଗତ ବାଲେଶ୍ୱର ଜିଲ୍ଲାର ବାହାନଗାଠାରେ ୨୦୨୩ ଜୁନ୍ ୨ ତାରିଖ ସନ୍ଧ୍ୟା ୬.୪୦ରେ ଘଟିଥିଲା ଏହି ଛାତିଥରା ଟ୍ରେନ ଦୁର୍ଘଟଣା । ଦୁଇ ନମ୍ବର ଟ୍ରାକ୍‌ରେ ଯାଉଥିବା କରମଣ୍ତଳ ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ ପ୍ରଥମେ ଉକ୍ତ ଟ୍ରାକ୍‌ରେ ଥିବା ମାଲବାହୀ ଟ୍ରେନ ସହ ଧକ୍କା ହୋଇଥିଲା ।ଧକ୍କା ଏତେ ଭୟଙ୍କର ଥିଲା ଯେ, ଅନ୍ୟ ଟ୍ରାକ୍‌ରେ ଆସୁଥିବା ଯଶୋବନ୍ତପୁର ଏକ୍ସପ୍ରେସର ଶେଷ ଦୁଇ ବଗିରେ ବାଜିଥିଲା । ଯାହାକି ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ଘୋଷାରି ହୋଇଯାଇଥିଲା । ଫଳରେ ବଗି ଉପରେ ବଗି ଚଢ଼ିଯାଇଥିଲା । ବହୁ ଯାତ୍ରୀଙ୍କର ଆର୍ତ୍ତ ଚିତ୍କାର କିଲୋମିଟର କିଲୋମିଟର ପର୍ଯ୍ୟନ୍ତ ଶୁଣାଯାଇଥିଲା । ଦୁର୍ଘଟଣାରେ ୯୦୦ ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଶହ ଶହ ସଂଖ୍ୟାରେ ଶବ ବିଛାଡ଼ି ହୋଇ ପଡ଼ିଯାଇଥିଲା । ପାଖାପାଖି ୧୭ଟି ବଗି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଏହି ଉପଲକ୍ଷେ ‘ଯାଜପୁରରୋଡ଼ ରେଳବାଇ ଡିଭିଜନ କ୍ରିୟାନୁଷ୍ଠାନ କମିଟି’ର ଆବାହକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଶହୀଦ ଯାତ୍ରୀଙ୍କ ସ୍ମରଣାର୍ଥେ ଏକ ଶ୍ରଦ୍ଧାଞ୍ଜଳି ସଭା ଓ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଦୁର୍ଘଟଣା ସମୟ ଠିକ ସନ୍ଧ୍ୟା ୬ଟା ୫୫ମି. ସମୟରେ ଏଠାରେ ସମସ୍ତେ କ୍ୟାଣ୍ଡେଲ ଲଗାଇ ୦୨ ମିନିଟ ନୀରବ ପ୍ରାର୍ଥନା କରି ମୃତ୍ୟୁବରଣ କରିଥିବା ଯାତ୍ରୀ ଆଦିଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ସେମାନଙ୍କ ପରିବାରବର୍ଗଙ୍କ ଉନ୍ନତି କାମନା କରିଥିଲେ । ଏଥିରେ କମିଟିର ହରଦୟାଲ ସିଂହ, ପ୍ରଫୁଲ୍ଲ ବାରିକ, ବିପ୍ଳବ ଦତ୍ତ, ଯୁବ ସମାଜସେବୀ ଚନ୍ଦ୍ରମଣି ବାରିକ, ଅସିତ୍ ଦାସ, ଶିକ୍ଷାବିତ୍ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ସୁମନ ରାୟ ପ୍ରମୁଖ ଯୋଗ ଦେଇ ସ୍ମୃତିଚାରଣ କରିଥିବଲେ । ଅନ୍ୟମାନଙ୍କ ମଧ୍ୟରେ ରୁପ୍‌ସା ବାଲେଶ୍ୱରର ଯାତ୍ରା କଳାକାର ସତ୍ୟନାରାୟଣ ଭୋଳ, କୁଳଙ୍ଗ, ବାଲେଶ୍ୱରର ତପନ କୁମାର ମହାନ୍ତି, ଗାୟିକା ସସ୍ମିତା ଦାସ, ଧାମନଗରର ସଦାନନ୍ଦ, ବାଲେଶ୍ୱରର ମିନତୀରାଣୀଙ୍କ ସହ ୨୦୦ରୁ ଉର୍ଦ୍ଧ ବ୍ୟକ୍ତିବିଶେଷ, ଯାତ୍ରୀ ଆଦି ସାମିଲ ହୋଇ ସମସ୍ତେ କ୍ୟାଣ୍ଡେଲ ଲଗାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

 

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129