୧୧ ଜୁନ ଖବର ସଂକ୍ଷେପରେ

ଭୁବନେଶ୍ୱର;୧୧/୦୬(ଜ୍ୟୋତି ରଞ୍ଜନଙ୍କ ଠାରୁ):

୧-ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ୪୧ରେ ପହଞ୍ଚିଛି, ଏନେଇ ଏସଆରସିଙ୍କ ସୂଚନା।

୨. ଭୁବନେଶ୍ୱର:ପ୍ରଥମ ଥର ବିଧାନସଭା ଯିବେ ୭ ବିଧାୟିକା ଓ ୭୫ ବିଧାୟକ, କେମିତି ରହିବ ପ୍ରଦର୍ଶନ, ସମସ୍ତଙ୍କର ରହିଛି ନଜର।

୩. ଜୁନ୍ ରେ ଜଳୁଛି ଭୁବନେଶ୍ୱର କଟକ ଯାଜପୁର ସହ ଅନ୍ୟ ସହର ,୩୯ ଡିଗ୍ରୀରେ ବି ୫୦ ଭଳି ଯନ୍ତ୍ରଣା।

୪. ଚିନ୍ତା ବଢାଇଲାଣି ଡେଙ୍ଗୁ ରୋଗ, ଚଳିତ ବର୍ଷ ରାଜ୍ୟରେ ଏଯାଏଁ ୨୩୫ ଡେଙ୍ଗୁରୋଗୀ ଚିହ୍ନଟ।

୫. ବାଙ୍କୀ -ଖୋର୍ଦ୍ଧା ରାସ୍ତାର ନଦୀକୁଣ୍ଡା ପୋଲ ଠାରେ ଏକ ସ୍କୁଟି ଉପରେ ବାଲି ବୋଝେଇ ହାୱାଗାଡି ଚଢ଼ି ଯିବାରୁ ଜଣେ ମୃତ ଓ ଅନ୍ୟଜଣେ ଗୁରୁତର।

୬. ରାଜ୍ୟରେ ମୌସୁମୀ ବାୟୁ ଆଗକୁ ବଢ଼ିବାର ସ୍ଥିତି ଅନୁକୂଳ ନାହିଁ, ଜାରି ରହିବ ଗୁଳୁଗୁଳି।

୭. ପ୍ରଚଣ୍ଡ ତାତି ନେଇ ୮ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସଆରସି। ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ ଓ ନୂଆପଡା ଜିଲ୍ଲାପାଳଙ୍କୁ ଚିଠି।

୮. ବୁଧବାର ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ, କାର୍ଯ୍ୟକ୍ରମ ନେଇ ପୁଲିସ କମିଶନର ସଞ୍ଜୀବ ପଣ୍ଡାଙ୍କ ପକ୍ଷରୁ ସୂଚନା, ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

୯.ଶପଥ ପୂର୍ବରୁ ଜନତା ମଇଦାନରେ ଭୂମି ପୂଜା,୧୨ରେ ଅଧା ଦିନ ସରକାରୀ ଛୁଟି।

୧୦. ଭୁବନେଶ୍ୱର: ଓଡ଼ିଶା ଦେଲା ୨୦,ପାଇଲା ୩ ମନ୍ତ୍ରୀ ପଦ, ଓଡ଼ିଶା ପ୍ରତି ଅବିଚାର: କଂଗ୍ରେସ

୧୧. ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ, ୧୧ବର୍ଷ ଧରି ଅନୁଦାନରୁ ବଞ୍ଚିତ ଓଡ଼ିଶା।

୧୨. ନରସିଂହପୁର: ବାଇକ୍ କୁ ପିଟିଲା କାର୍ ଘଟଣାସ୍ଥଳରେ ଭାଇଭଉଣୀ ମୃତ।

୧୩. କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅବଦାନ ଅତୁଳନୀୟ: ସୁରେଶ ରାଉତରାୟ।

୧୪. ଦ୍ୱାଦଶ ପାଶ୍‌ କରିଥିରେ BSFରେ ଚାକିରି; ମାସକୁ ଦରମା ୯୨ ହଜାର,ୱେବ୍‌ସାଇଟ୍‌ rectt.bsf.gov.in କୁ ଯାଇ ଆବେଦନ କରନ୍ତୁ।

୧୫. କଟକ ସାଂସଦ ଭର୍ତ୍ତୃହରି ମହତାବ ହୋଇପାରନ୍ତି ଲୋକସଭା ସ୍ପିକର।

୧୬. ମୋଦୀଙ୍କ ପ୍ରଥମ କ୍ୟାବିନେଟ୍ ବୈଠକ:PM ଆବାସରେ ଆଉ ୩ କୋଟି ଘରକୁ ମଞ୍ଜୁରି।

୧୭. ଦ୍ୱିତୀୟ ଥର ପାଇଁ ସିକ୍କିମର ମୁଖ୍ୟମନ୍ତ୍ରୀ ହେଲେ ପ୍ରେମ ସିଂହ ତମାଙ୍ଗ।

୧୮. ଓଡ଼ିଶାର ତିନି ମନ୍ତ୍ରୀଙ୍କୁ ମିଳିଛି ବଡ ଦାୟିତ୍ୱ : ପୁଣିଥରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ହେଲେ ଧର୍ମେନ୍ଦ୍ର ପ୍ରଧାନ ଅଶ୍ୱିନୀଙ୍କୁ ରେଳ ସହ ସୂଚନା ଓ ପ୍ରସାରଣ ବିଭାଗର ଦାୟିତ୍ୱ । ଜୁଏଲ୍ ଓରାମଙ୍କୁ ଆଦିବାସୀ ମନ୍ତ୍ରାଳୟ ।

୧୯. ଟି-20 ବିଶ୍ୱକପ୍‌: ‘ସୁପର-୮’କୁ ପାକିସ୍ତାନ କ୍ୱାଲିଫାଏ କରିବା ମୁସ୍କିଲ, ଭାରତ ଉପରେ କଲା ଭରସା।

୨୦. ମୋଦୀଙ୍କ ତୃତୀୟ ପାଳିରେ କୌଣସି ମୁସଲମାନ ନେତାଙ୍କୁ ମିଳିଲା ନାହିଁ ମନ୍ତ୍ରୀପଦ, ମନ୍ତ୍ରୀମଣ୍ଡଳରେ ବଢିଲା ଅଳ୍ପ ଶିକ୍ଷିତଙ୍କ ସଂଖ୍ୟା।

 

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129