ବ୍ୟାସନଗର ଅଞ୍ଚଳରେ ଦିନରେ ଆଲୁଅ ରାତିରେ ଅନ୍ଧାର

ବ୍ୟାସନଗର;୨୧/୦୬(ଅସିତ୍ କୁମାର ଦାସଙ୍କ ଠାରୁ): ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳ ଖାଲି ନାମକୁ ମାତ୍ର।ସବୁ ପ୍ରକାର ଅବ୍ୟବସ୍ଥା ଏହି ଅଞ୍ଚଳରେ। ରାସ୍ତା ଘାଟ ସ୍ୱଚ୍ଛତା ସମସ୍ୟା ଠାରୁ ଆରମ୍ଭ କରି ଷ୍ଟ୍ରିଟ ଲାଇଟ୍ ପର୍ଯ୍ୟନ୍ତ। ୱାର୍ଡ ନମ୍ବର ୩ ଫେରୋକ୍ରୋମ କଲୋନୀ ଗେଟ୍ ଠାରୁ ଆଖଣ୍ଡଳଣି ମନ୍ଦିର ଟିକେ ଆଗ ପର୍ଯ୍ୟନ୍ତ ଦିର୍ଘ୍ ୧୬ ଦିନ ହେବ ଅନ୍ଧାର, ଷ୍ଟ୍ରିଟ ଲାଇଟ୍ ଜଳୁନାହିଁ ପୁରା ଅନ୍ଧାରରେ ବିଷଧର ସାପ ଘର ମୁହାଁ ହେଉଛନ୍ତି। ଫେରୋକ୍ରୋମ ଜଙ୍ଗଲ ଆଡୁ ବିଷଧର ସାପ, ବିଛା ଘର ମୁହାଁ ହେଉଛନ୍ତି।ସନ୍ଧ୍ୟାରେ ଆଖଣ୍ଡଳମଣି ମନ୍ଦିରକୁ ଅନେକ ଭକ୍ତ ଆସୁଛନ୍ତି ଅନ୍ଧାର ଯୋଗୁଁ ସମସ୍ତ ଙ୍କ ମନରେ ଭୟ ସୃଷ୍ଟି ହେଉଛି। କୁନି କୁନି ପିଲା ମାନେ ଘର ପାଖରେ ଖେଳୁଛନ୍ତି ସନ୍ଧ୍ୟା ହେଲେ ବିଷଧର ସାପ ଭୟରେ କବାଟ କିଳୀ ରହୁଛନ୍ତି। ମୁନ୍ସିପାଲିଟି କୁ ଚାରି ଥର ଜଣାଇବା ସତ୍ତ୍ୱେ କୌଣସି ବ୍ୟବସ୍ଥା କରୁନାହାନ୍ତି ।ଯଥାଶୀଘ୍ର ଲାଇଟ୍ ମରାମତି କରାଗଲେ ଲୋକେ ନିଜକୁ ନିଜ ପିଲା ଛୁଆଙ୍କୁ ସୁରକ୍ଷିତ ଭାବନ୍ତେ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129