ଜିଲ୍ଲା ସ୍ତରୀୟ ଏକ ଦିବସୀୟ ବାଲ୍ୟ ବିବାହ ପ୍ରତିରୋଧ କର୍ମଶାଳା ଅନୁଷ୍ଠିତ

ଯାଜପୁର;୨୭/୦୬(ଅସିତ୍ କୁମାର ଦାସ ଙ୍କ ଠାରୁ): ବାଲ୍ୟ ବିବାହକୁ ପ୍ରତିହତ କରିବାକୁ ଅନେକ ଆଇନ ଓ ବ୍ୟବସ୍ଥା ରହିଥିଲେ ମଧ୍ୟ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ବ୍ୟାପକ ସହଯୋଗ ଓ ସଚେତନତାର ଆବଶ୍ୟକତା ରହିଚ୍ଥି ବୋଲି ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ନବକ୍ରିଷ୍ଣ ଜେନା ଗୁରୁବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲା ପ୍ରଶାସନ (ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ଶିଶୁ ସୁରକ୍ଷା ୟୁନିଟ ଓ ସ୍ୱେଚ୍ଚ୍ଥାସେବୀ ସଂଗଠନ ଆକ୍ସନ ଏଡ୍‌), ଯାଜପୁରର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଏକ ଦିବସୀୟ ବାଲ୍ୟ ବିବାହ ପ୍ରତିରୋଧ କର୍ମଶାଳାରେ ଯୋଗଦେଇ ଉପରୋକ୍ତ ବିôଷୟ ପ୍ରକାଶ କରିଚ୍ଥନ୍ତି ।ବୈଠକରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ସବିତା ଚ୍ୟାଉ ପଟ୍ଟନାୟକ ଅଧ୍ୟକ୍ଷତା କରି କହିଲେ ଯେ, ସରକାରୀ ସ୍ତରରେ ଜିଲ୍ଲା ସ୍ତରୀୟ, ବ୍ଳ୍‌କ ସ୍ତରୀୟ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ପ୍ରତିରୋଧ ପାଇଁ ଟାସ୍କପୋଂର୍ସ ଗଠନ ସହ ନିୟମିତ ସମୀକ୍ଷା କରାଯାଉଚ୍ଥି । ଏହି କର୍ମଶାଳାରେ ଜାତୀୟ ପ୍ରକଳ୍ପ ମୁଖ୍ୟ-ଶିଶୁ ଅଧିକାର ଆକ୍ସନ ଏଡ୍‌ର ସଂସାଧକ ଶ୍ରୀ ଘାସିରାମ ପଣ୍ଡା ଯୋଗଦେଇ ବାଲ୍ୟ ବିବାହକୁ ପ୍ରତି ସ୍ତରରେ ପ୍ରତିହତ ପାଇଁ ଉଦ୍ୟମ ସ୍ୱରୂପ ବିଦ୍ୟାଳୟରୁ ଝିଅ ପିଲାଙ୍କ ଡ୍ରପଆଉଟର ତଥ୍ୟ ନିୟମିତ ସଂଗ୍ରହ ସହ ବିଦ୍ୟାଳୟକୁ ନ ଆସିବାର କାରଣ ଓ ସଚେତନତା ପାଇଁ ସେ ଗୁରୁତ୍ୱ ଦେଇ ପିଲା ମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ଆଦି ପ୍ରଦାନ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପ୍ରକାଶ କରିଥିଲେ । ବାଲ୍ୟ ବିବାହକୁ ରୋକିବା ପାଇଁ ବହୁତ ଆଇନ ଥିଲେ ମଧ୍ୟ ତାହା କୈାଣସି ନା କୈାଣସି ସ୍ତରରେ ଠିକ୍ ଭାବରେ ପରିଚାଳନା କରାଯାଇ ପାରୁନାହିଁ । ବିବାହ କାର୍ଯ୍ୟ ସଂପନ୍ନ ହେଊଥିବା ମଠ, ମନ୍ଦିର, ଗୀର୍ଜା ଓ ମସଜିଦ ମାନଙ୍କରେ ଅବସ୍ଥାପିତ ଧାର୍ମିକ ମୁଖ୍ୟ ବା ପୁରୋହିତମାନେ ଅଧିକ ଯତ୍ନବାନ ହେବା ଜରୁରୀ । ସେହିପରି ବାଲ୍ୟ ବିବାହକୁ ରୋକିବା ଦିଗରେ ନିରନ୍ତର କାର୍ଯ୍ୟରତ ସଂଗଠନ, ବ୍ୟକ୍ତିବିଶେଷ, ସ୍ୱେସ୍ଥାସେବୀ ସଂସ୍ଥା ଓ ଅଙ୍ଗନୱାଡି କର୍ମୀମାନେ ତୃଣମୂଳ ସ୍ତରରେ ସଚେତନ କରାଇଲେ ଆଗାମୀ ଦିନରେ ଆମେ ସପଂଳତା ପାଇବା ବୋଲି ଶ୍ରୀ ପଣ୍ଡା ଦୃଢୋକ୍ତି ପ୍ରକାଶ କରିଥିଲେ । ବର୍ତ୍ତମାନ ରାଜ୍ୟ ସରକାରଙ୍କର ଆଦ୍‌ଭିକ୍ ଯୋଜନା ବାଲ୍ୟ ବିବାହକୁ ରୋକିବା ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଶ୍ରୀ ପଣ୍ଡା ମତବ୍ୟକ୍ତ କରିଥିଲେ । ଜିଲ୍ଲା ପ୍ରଶାସନ ତରପଂରୁ ଶ୍ରୀ ପଣ୍ଡାଙ୍କୁ ପୁଷ୍ପଗୁଚ୍ଚ୍ଥ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ଜେନା ସମ୍ୱର୍ଦ୍ଧିତ କରିଥିଲେ । ଶିଶୁ ସୁରକ୍ଷା ବିଭାଗ, ସମାଜ କଲ୍ୟାଣ ବିଭାଗ, ଶିକ୍ଷା ବିଭାଗ, ଲୋକ ପ୍ରତିନିଧି ଓ ସ୍ୱେଚ୍ଚ୍ଥାସେବୀ ମାନଙ୍କ ମିଳିତ ସମନ୍ୱୟକୁ ଗୁରୁତ୍ୱ ଦେବା ସହ ଅଙ୍ଗନୱାଡି କର୍ମୀ ଓ ଶିକ୍ଷକ ମାନେ ନିୟମିତ ଡ୍ରପ ଆଉଟ ସ୍ଥିତିକୁ ଅନୁଧ୍ୟାନ ଓ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ଯୋଗଦେଇ ଶିଶୁ ସୁରକ୍ଷା, ବାଲ୍ୟ ବିବାହର କାରଣ, ନିରାକରଣ, ସଚେତନତା, ଆକ୍ସନ ପ୍ଳାନ ପ୍ରସ୍ତୁତି, ପାରସ୍ପରିକ ସମନ୍ୱୟ ଓ ନିୟମିତ ସମୀକ୍ଷା ସଂପର୍କରେ ବିଷଦ ଆଲୋକପାତ କରିଥିଲେ । ପ୍ରତ୍ୟେକ ଜିଲ୍ଲା ସ୍ତରୀୟ, ବ୍ଳ୍‌କ ସ୍ତରୀୟ, ପଞ୍ଚାୟତ ସ୍ତରୀୟ ବୈଠକ ମାନଙ୍କରେ ବାଲ୍ୟ ବିବାହ ସଂପର୍କରେ ଏକ କାର୍ଯ୍ୟସୂଚୀ ରଖାଯାଇଥିବାରୁ ଏହାର ନିୟମିତ ସମୀକ୍ଷା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ଶ୍ରୀମତୀ ରେକ୍ସୋନା ଜେନା, ଅତିରିକ୍ତ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ସୁଧାଂଶୁ ଶେଖର ବଳ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ବେହେରା, ଯୁଭେନାଇନ୍ ଯଷ୍ଟିସ୍ ବୋର୍ଡର ପୋଲିସ ଅଧିକାରୀ, ବିଭିନ୍ନ ବ୍ଳ୍‌କର ଶିଶୁ ପ୍ରକଳ୍ପ ଅଧିକାରୀ ଅଂଶ ଗ୍ରହଣ କରି ତୃଣମୂଳ ସ୍ତରରେ ଉପୁଜୁଥିବା ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ବକ୍ତବ୍ୟ ରଖିଥିଲେ । ସେମାନଙ୍କ ମତାମତ ଓ ବିଭିନ୍ନ ପରାମର୍ଶ ଦେଇଥିଲେ । ଶିଶୁ ସୁରକ୍ଷା ବିଭାଗର କାଉନସିଲର କାଳି ପ୍ରସାଦ ସାହୁ ଓ ସମସ୍ତ କର୍ମଚାରୀ କର୍ମଶାଳାକୁ ପରିଚାଳନା କରିଥିଲେ । ପରିଶେଷରେ ଆକ୍ସନ ଏଡ୍ ର ଜିଲ୍ଲା ସଂଯୋଜକ ରୋଜାଲିନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

 

 

 

 

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129