ସ୍ମୃତିଲିପି ସମ୍ପାଦକ ଭୁବନ ମୋହନ ମହାନ୍ତି ସମ୍ବର୍ଦ୍ଧିତ

ଯାଜପୁର/ବ୍ୟାସନଗର/କୋରେଇ ;୨୨/୦୭(ବ୍ୟୁରୋ) : ବେତନଟୀର ମହାରାଜା ପ୍ରତାପଚନ୍ଦ୍ର ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ “ପ୍ରତିଭା ପୂଜନ ଅନୁଷ୍ଠାନ” ର ୩ୟ ପ୍ରତିଭା ସମ୍ବର୍ଦ୍ଧନା ଜ୍ଞାପନ ସମାରୋହ ଅନୁଷ୍ଠିତ ହୋଇ ଯାଇଅଛି । ଉକ୍ତ ଉତ୍ସବରେ ସମାଜର ବିଭିନ୍ନ ଦିଗରେ କୃତିତ୍ୱ ହାସଲକାରୀ ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ୨୧ଜଣ ପ୍ରତିଭାଧାରୀଙ୍କୁ ସମ୍ମାନିତ କରାଯାଇଥିଲା ଏହି ଅବସରରେସ୍ମୃତିଲିପି ସାହିତ୍ୟ ପତ୍ରିକାର ସଂପାଦକ ଭୁବନ ମୋହନ ମହାନ୍ତିଙ୍କୁ ଜଣେ ଦକ୍ଷ ସାରସ୍ଵତ ସଂଗଠକ ଭାବେ।ମାନପତ୍ର,ଉପଢୋକନ,ମେଡେଲ,..ଉତ୍ତରୀୟ, ପୁଷ୍ପଗୁଛ ସହ ଗୋଟିଏ ଲେଖାଏଁ ଚାରାଗଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲ।


ସଭାରେ ସନ୍ଥମୂର୍ତ୍ତୀ ମାନବଧର୍ମ ପ୍ରଚାରକ ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ ସଭାପତିତ୍ଵ କରିଥିଲେ l ପ୍ରାରମ୍ଭରେ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଭାର ଉଦ୍ଦେଶ୍ୟ ଜ୍ଞାପନ ଓ ସ୍ୱାଗତ କରିଥିଲେ, ମୁଖ୍ୟ ଟ୍ରଷ୍ଟି ସଚ୍ଚିଦାନନ୍ଦ ମହାନ୍ତି | ପ୍ରତିଭା ପୂଜନ ସମ୍ବନ୍ଧିତ ବକ୍ତବ୍ୟ ବିଶିଷ୍ଟ ଅତିଥି ବୀରଭଦ୍ରସିଂହ,ପୂର୍ବତନ ରାଜ୍ୟସଭା ସଦସ୍ୟ, ପୂର୍ବତନ ଅଧ୍ୟକ୍ଷ ଡି.କେ କଲେଜ ଜଳେଶ୍ଵର ବିପିନ ବିହାରୀ ବିଶ୍ୱାଳ ସମ୍ମାନିତ ଅତିଥି ଏବଂ ମୁଖ୍ୟବକ୍ତା ଡଃ ରମାକାନ୍ତ ସିଂହ ଓ ବାଣୀପୀଠର ସଂପାଦକ ଡ଼.କୁମାର ବାବୁଲି ଯୋଗଦେଇଥିବାବେଳେ ମୁଖ୍ୟ ଅତିଥି ରୂପେ ଦୈନିକ ସମ୍ବାଦପତ୍ର ସମାଜର ମୁଖ୍ୟ ସଂପାଦକ ଡଃ ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ତାଙ୍କର ବ୍ୟକ୍ତବ୍ୟ ଛଳରେ ସମ୍ବର୍ଦ୍ଧିତ ପ୍ରତିଭାମାନଙ୍କୁ ଆହୁରି ଆଗକୁ ବଢିବାକୁ ଏଭଳି ସମ୍ବର୍ଦ୍ଧନା ପ୍ରେରଣା ଯୋଗାଇଥାଏ ବୋଲି ପ୍ରକାଶ କରିଥିଲେ । ସର୍ବଶେଷରେ ବରିଷ୍ଠ ସାମ୍ବାଦିକ ହରିଶ ଚନ୍ଦ୍ର ନନ୍ଦ ଗୋସ୍ଵାମୀ ଧନ୍ୟବାଦ ଜ୍ଞାପନ କରିଥିଲେ ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129