ରାଜକନିକା,ରାଜନଗର,ଧାମରା ଓ ଚାନ୍ଦବାଲିରେ ବ୍ୟାପକ କ୍ଷୟକ୍ଷତି,ଦିନ ତମାମ ଭିଜିବ ଅଧା ଓଡ଼ିଶା

ଭୁବନେଶ୍ଵର ;୨୫/୧୦(ଜ୍ୟୋତି ରଞ୍ଜନଙ୍କ ଠାରୁ): ବାତ୍ୟା ‘ଦାନା’ ପ୍ରଭାବରେ ଆଜି ଦିନ ତମାମ ଭିଜିବ ଅଧା ଓଡ଼ିଶା। ୯ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଓ ୬ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସେହିପରି କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶୁକ୍ରବାର । ଶନିବାର ମଧ୍ୟ ଅନେକ ସ୍ଥାନରେ ବର୍ଷା ହେବ ।ଶୁକ୍ରବାର ବାତ୍ୟା ପ୍ରକୋପରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି । ଅଧିକାଂଶ ସ୍ଥାନରେ ବର୍ଷା ହେବ । ଅନୁଗୁଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଭଦ୍ରକ, ଢେଙ୍କାନାଳ, ଯାଜପୁର ଓ ପୁରୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୭୦ ମିଲିମିଟରରୁ ୨୦୦ ମିମି ଯାଏଁ) ବର୍ଷା ହୋଇପାରେ । ଏପରିକି ସ୍ଥାନେ ସ୍ଥାନେ ୨୦୦ ମିମିରୁ ଅଧିକ ବର୍ଷା ଆଶଙ୍କା ରହିଛି । ଏହି ୯ ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି । ବାତ୍ୟା ଦାନା ଯିବା ପରେ ପୁଣି ଆଉ ଏକ ଘୂର୍ଣ୍ଣିବଳୟ ଆସୁଛି ।ସମ୍ଭବତଃ ଆସନ୍ତା ନଭେମ୍ବର ୫/୬ ତାରିଖବେଳକୁ ଉତ୍ତର ଆରବ ସାଗର ଓ ପାର୍ଶ୍ୱବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି । ପାଣିପାଗ ବିଭାଗର ଆଗାମୀ ଦୁଇ ସପ୍ତାହ ପାଇଁ ଜାରି ହୋଇଥିବା ବିସ୍ତାରିତ ପୂର୍ବାନୁମାନରେ ଏହି ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ ଯେ –
ଚାନ୍ଦବାଲିରେ ୧୫୮.୬ ମିମି ବର୍ଷା ରେକର୍ଡ,ରାଜକନିକାରେ ୧୫୬ ମିମି ବର୍ଷା ରେକର୍ଡ,ବାସୁଦେବପୁର ଓ ମାର୍ଶାଘାଇରେ ୧୧୦ ମିମି,ଔପଦାରେ ୧୦୯, ରାଜନଗର ୧୦୦ ମିମି,ମହାକାଳପଡ଼ାରେ ୯୦ ଓ ଆଳିରେ ୮୦ ମିମି,ପାରାଦୀପରେ ୭୬.୪ ମିମି ବର୍ଷା ରେକର୍ଡ ନେଇ ସୂଚନା ରହିଛି।
ଭୀଷଣ ବାତ୍ୟା ଦୁର୍ବଳ ହୋଇ ବାତ୍ୟା ରୂପ ନେଇଛି ,ବର୍ତ୍ତମାନ ଭଦ୍ରକ-ଧାମରା ନିକଟରେ ବାତ୍ୟା ,କେନ୍ଦ୍ରସ୍ଥଳରେ ପବନର ବେଗ ୮୦-୯୦ କିମି ରହି ଉତ୍ତର ପଶ୍ଚିମରେ ଗତି କରି ଉତ୍ତର-ଓଡ଼ିଶା ମୁହାଁ ଏହା ଦୁର୍ବଳ ହୋଇ ୬ଘଣ୍ଟାରେ ଗଭୀର ଅବପାତ ରୂପ ନେବ ଘଣ୍ଟାପ୍ରତି ୧୦ କିମି ବେଗରେ ଗତି କରୁଛି ଏହି ବାତ୍ୟା ।ରାଜକନିକା ଓ ରାଜନଗରରେ ବ୍ୟାପକ କ୍ଷୟକ୍ଷତି’ ‘ଭଦ୍ରକର ଧାମରା ଓ ଚାନ୍ଦବାଲିରେ କ୍ଷୟକ୍ଷତି ହୋଇଛି ,କାଲି ୧୬୦୦ରୁ ଅଧିକ ଶିଶୁଙ୍କ ଜନ୍ମ ହୋଇଛନ୍ତି, ‘ଆଗୁଆ ପଦକ୍ଷେପ ପାଇଁ ଜୀବନ ହାନି ହୋଇ ନ ଥିବା ସୂଚନା,
‘ସରକାରଙ୍କ ଜିରୋ କାଜୁଆଲିଟି ଲକ୍ଷ୍ୟ ପୂରଣ ହୋଇଛି।
‘ଜୋରସୋରରେ ଚାଲିଛି ପୁନରୁଦ୍ଧାର କାମ ,ସନ୍ଧ୍ୟା ସୁଦ୍ଧା ସ୍ଥିତି ସ୍ବାଭାବିକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଦିନ ୧ଟା ସୁଦ୍ଧା ସବୁ ରାସ୍ତାରୁ ଗଛ ହଟିବ’‘ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ ସେବା ଯୋଗାଇ ଦିଆଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।
ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଲ୍ୟାଣ୍ଡଫଲ୍ ବେଳେ ସର୍ବାଧିକ ୧୧୦ କି.ମି ବେଗରେ ପବନ ବହିଥିବା ଅନୁମାନ କରାଯାଉଛି । କିନ୍ତୁ ଚାନ୍ଦବାଲିଠାରେ ଘଣ୍ଟା ପ୍ରତି ୮୨ କି.ମି ବେଗରେ ପବନ ବହିଥିବା ରେକର୍ଡ ରହିଛି ।
ରାତି ପ୍ରାୟ ୧୨ ଟାରୁ ଆରମ୍ଭ ହୋଇଥିଲା ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା। ଯେଉଁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଏପର୍ଯ୍ୟନ୍ତ ମଧ୍ୟ ଜାରି ରହିଛି । କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା ପାଖ ହବାଳିଖଟି ନେଚର କ୍ୟାମ୍ପ ନିକଟରେ ସ୍ଥଳଭାଗ ଛୁ୍ଇଁଛି ଭୀଷଣ ବାତ୍ୟା ଦାନା।
ସମୁଦ୍ରରେ ମାଡ଼ି ଆସିଥିଲା ଉଚ୍ଚ ଉଚ୍ଚ ଜୁଆର । ୫ରୁ ୬ ଘଣ୍ଟା ଧରି ଚାଲିଥିଲା ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା। ବାତ୍ୟା ଦାନା ପ୍ରଭାବରେ ବହୁ ବଡ଼ ବଡ଼ ଗଛ ସବୁ ଉପୁଡ଼ି ପଡ଼ିଛି । ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଓ ବାଲେଶ୍ବର ଜିଲ୍ଲାରେ ବ୍ୟାପକ କ୍ଷତି ଘଟାଇଛି ବାତ୍ୟା ଦାନା ଉପକୂଳବର୍ତ୍ତୀ ଗାଁରେ ମାଟି କାନ୍ଥ ଘର ଭାଙ୍ଗିବା ସହ ଚାଳଘର ଗୁଡ଼ିକର ଛପର ଉଡ଼ିଯାଇଛି। ଗଛ ଡାଳ ପଡ଼ି ଅନେକ ସ୍ଥାନରେ ବିଦ୍ୟୁତ୍‌ ଓ ଟେଲିଫୋନ୍‌ ତାର ଛିଣ୍ଡିଛି। ବ୍ୟାପକ ପରିମାଣରେ ଧାନ ଫସଲ କ୍ଷତି ହୋଇଥିବା ମଧ୍ୟ ସୂଚନା ମିଳିଛି।


ବାତ୍ୟା ଦାନା ପାଇଁ ସାରା ରାତି ଉଜାଗର ପ୍ରଶାସନିକ କଳ । ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟାଳୟରେ ରହି ସ୍ଥିତି ଉପରେ ନଜର ରଖିଥିଲେ ମୁଖ୍ୟମନ୍ତ୍ରୀ । ବାତ୍ୟା ପରବର୍ତ୍ତୀ ରିଲିଫ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ଉପରେ CMଙ୍କ ଗୁରୁତ୍ବ ।
ବାତ୍ୟା ପୂର୍ବରୁ ୬ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର । ୭ ହଜାରରୁ ଅଧିକ ରିଲିଫ କେନ୍ଦ୍ରରେ ରନ୍ଧା ଖାଦ୍ୟର ବ୍ୟବସ୍ଥା ହୋଇଥିଲା । ୪ ହଜାରରୁ ଅଧିକ ଗର୍ଭବତୀ ଆଗୁଆ ଡାକ୍ତରଖାନାରେ ଭର୍ତ୍ତି କରଯାଇଥିଲା । ବିଭିନ୍ନ ସ୍ଥାନରେ ୧୯ଟି NDRF ଓ ୫୧ଟି ODRAF ଟିମ୍‌ ମୁତୟନ ରହି ଉଦ୍ଧାର କାର୍ଯ୍ୟରେ ଲିପ୍ତ ରହିଛନ୍ତି।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129