ସରକାରୀସ୍ତରରେ ଓଡ଼ିଆଭାଷା ପ୍ରୟୋଗ କରାଯାଉ – କାର୍ଯ୍ୟକାରୀ ନକଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା!

ଯାଜପୁର/ ବ୍ୟାସନଗର/ କୋରେଇ;୨୮/୦୭(ବ୍ୟୁରୋ): ଯାଜପୁର ଜିଲ୍ଳାର ଜିଲ୍ଳା ମୁଖ୍ୟକାର୍ଯ୍ୟାଳୟ ସମେତ ସମସ୍ତ ବ୍ଲକ ମୁଖ୍ୟ କାର୍ଯ୍ୟାଳୟ ସମେତ ସରକାରୀସ୍କୁଲ ମହାବିଦ୍ଯାଳୟ ପଞ୍ଚାୟତ କାର୍ଯ୍ୟାଳୟ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର,କୋର୍ଟ କଚେରୀରେ ରାଜ୍ୟ ସରକାରଙ୍କର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅଧିସୁଚନା ସଂଖ୍ୟା:- ୨୨୬୬୬.ତା ୧୩ ୮.୨୦୧୯ ଦ୍ୱାରା ଓଡ଼ିଶା ସରକାରୀ ଭାଷା ନିୟମାବଳୀ ୨୦୧୬ର ସଂଶୋଧନ କରି ରାଜ୍ୟସରକାରଙ୍କ ଅଧିନରେ କାର୍ଯ୍ୟରତ ସମସ୍ତ ଅଧିକାରୀମାନଙ୍କୁ ସରକାରୀ କାର୍ଯ୍ୟରେ ଓଡିଆ ଦ୍ଭାଷାର ପର୍ଯ୍ୟାପ୍ତ ବ୍ୟବହାର ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି.ଏଥିରେ ଖିଲାପ ହେଲେ ଦଣ୍ଡବିଧାନର ପ୍ରାବଧାନ କରାଯାଇଛି। ବର୍ତ୍ତମାନ ରାଜ୍ୟସରକାର ସରକାରୀ କାର୍ଯ୍ୟରେ ଓଡିଆ ଭାଷାର ପ୍ରୟୋଗ ନିମନ୍ତେ ପ୍ରାଧାନ୍ୟ ଦେଇଥିବାରୁ ସମଗ୍ର ନଥି କାର୍ଯ୍ୟ ଓଡିଆ ଭାଷାରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହେଲେ ଯାଜପୁର ଜିଲ୍ଳାରେ ପ୍ରାୟତଃ ସରକାରୀ ଦପ୍ତରରେ ଏହାକୁ ମାନୁନଥିବାର ଦେଖିବାକୁ ମିଳୁଛି,ଏବେ ମଧ୍ୟ ଇଂରାଜୀରେ ଚିଠିପତ୍ରର ଆଦାନପ୍ରଦାନ କରାଯାଉଅଛି,ଏଣୁ ସରକାରଙ୍କ ଏହି ନିୟମକୁ ତୁରନ୍ତ ଆଗାମୀ ଦିନରେ ଯାଜପୁର ଜିଲ୍ଲା ର ସମସ୍ତ ସରକାରୀ କାର୍ଯ୍ୟାଳୟ ରେ କାର୍ଯ୍ୟକାରୀ ନହେଲେ ଅଗଷ୍ଟ ୯ ତାରିଖ କ୍ରାନ୍ତିଦିବସ ଠାରୁ ଯାଜପୁର ଜିଲ୍ଳାପାଳଙ୍କ ଦପ୍ତର ସମ୍ମୁଖରେ ଗଣଧାରଣା ଦେବାପାଇଁ ଭାଷା ଆନ୍ଦୋଳନର ଯାଜପୁର ଜିଲ୍ଳା ଆବାହକ ତଥା ଓଡ଼ିଆ ଭାଷା କୁ ଭଲ ପାଉଥିବା ମଣିଷ ଭୁବନ ମୋହନ ମହାନ୍ତି ଏକ ପ୍ରେସ ବିବୃତ୍ତିରେ ପ୍ରକାଶ କରିଛନ୍ତି।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129