ଦେବ ଇଣ୍ଟରନ୍ୟାସନାଲ ସ୍କୁଲରେ ରକ୍ତ ଦାନ ଶିବିର ଅନୁଷ୍ଠିତ

ବ୍ୟାସନଗର; ୧୭/୦୮(ନି ପ୍ର ): ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳର କୁସୁନପୁର ସ୍ଥିତ ” ଦେବ ଇଣ୍ଟର ନ୍ୟାସନାଲ ସ୍କୁଲ ପରିସରରେ ଯୁବ ସ୍ବାଭିମାନ ଦିବସ ଅବସରରେ ବିଦ୍ୟାଳୟ ତଥା ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ଏକ ସ୍ୱେଚ୍ଛା କୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ମୂଖ୍ୟ ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଶିବିର ରେ ମୁଖ୍ୟ ଅତିଥି ଭାବେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଲଙ୍କେଶ୍ୱର ଅମାତ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି “ମୁଁ ବି ରକ୍ତ ଦେବି” କାର୍ଯ୍ୟକ୍ରମରେ ସ୍କୁଲର ଚେୟାରମ୍ୟାନ ବୁଦ୍ଧଦେବ ରାଉତ ସମସ୍ତ ଅଭିଵାବକ,ଅଧ୍ୟାପକ, ଅଧ୍ୟାପିକା,କର୍ମଚାରୀ ମାନଙ୍କୁ ରକ୍ତ ଦେବା ପାଇଁ ଆହ୍ୱାନ କରିଥିଲେ।ଏହି ରକ୍ତ ଦାନ ଶିବିରରେ ମୋଟ ୧୦୦ରୁ ଉର୍ଦ୍ଧ ୟୁନିଟ ରକ୍ତ ସଂଗ୍ରହ କରାଯିବ ବୋଲି ଆଶା କରାଯାଇଥିବା ଚେୟାରମ୍ୟାନ କହିଛନ୍ତି।ରକ୍ତ ଦାନ ମହତ ଦାନ ଓ ରକ୍ତ ଦାତା ହେଉଛନ୍ତି ମହତ ଦାତା ଏବଂ ଆମେ ଦେଇଥିବା ରକ୍ତ ରେ ଯେ ଜଣେ ନିରୀହ ଜୀବନ ବଞ୍ଚି ପାରିବ ଏହାକୁ ଆଖି ଆଗରେ ରଖି ଆମେ ଦୀର୍ଘ ୧୦ ବର୍ଷ ଧରି ଏହି ରକ୍ତ ଦାନ ଶିବିର ର ଆୟୋଜନ କରିଆସୁଅଛୁ ବୋଲି ପ୍ରଶାସନିକ ଅଧିକାରୀ ନିର୍ମଳ ରଣା କହିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଏକାଡେମିକ କୋର୍ଡିନେଟର ସୋନିଆ ବେଦୀ ରକ୍ତ ଦାନର ମହତ୍ତ୍ଵ ସମ୍ପର୍କରେ ନିଜର ମତ ରଖିଥିଲେ। ଏହି କାର୍ଯ୍ୟକ୍ରମକୁ ବଲବିର ସିଂ ବେଦୀ ଓ ଅଧ୍ୟାପକ, ଅଧ୍ୟାପିକା ଙ୍କ ସହଯୋଗରେ ସୁଚାରୁ ରୂପେ ପରିଚାଳିତ କରିଥିଲେ। ଆମ ଓଡ଼ିଶା ସଂଯୋଜକ ବିଜୟ କୁମାର ସାହୁ ଏହି ଶିବିରର ସମ୍ପୂର୍ଣ ଦାୟୀତ୍ବ ନିଭାଇଥିଲେ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129