ଜେ ଇ ଆଡଭାନ୍ସ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି “ଦେବ ଇଣ୍ଟର ନ୍ୟାସନାଲ ସ୍କୁଲ” ର ଛାତ୍ରୀ ସ୍ବୟମ ନୀର୍ଲିପ୍ତା ସାହୁ

ଯାଜପୁର/ବ୍ୟାସନଗର;୦୪/୦୬(ବ୍ୟୁରୋ): ବ୍ୟାସନଗର ପୌରାଞ୍ଚଳ କୁସୁନପୁର ସ୍ଥିତ ଦେବ ଇଣ୍ଟର ନ୍ୟାସନାଲ ସ୍କୁଲ ର ସଫଳତା ଗୋଟିଏ ପରେ ଗୋଟିଏ ସାମ୍ନା କୁ ଆସୁଛି। ପ୍ରକାଶ ପାଇଛି ୨୦୨୫ ଜେ ଇ ଆଡଭାନ୍ସ ପରୀକ୍ଷାଫଳ।ଏହି ପରୀକ୍ଷାରେ ୧୬୫୪ ରେଙ୍କ ପାଇ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ଦେବ ଇଣ୍ଟର ନ୍ୟାସନାଲ ସ୍କୁଲ” ର ଛାତ୍ରୀ ସ୍ବୟମ ନୀର୍ଲିପ୍ତା ସାହୁ। ଏଭଳି ଅବିଶ୍ୱସନୀୟ ଫଳାଫଳ ହାସଲ କରିବା (AIR 1654) ତାଙ୍କର କଠିନ ପରିଶ୍ରମ, ନିଷ୍ଠା, ଏବଂ ସ୍ଥିରତା ର ଏକ ଉଦାହରଣ ବୋଲି କୁହାଯାଉଛି। କେନ୍ଦୁଝର ଜିଲ୍ଲା ଅଳତି ଗ୍ରାମ ସୁଶାନ୍ତ କୁମାର ସାହୁ ଓ ସ୍ନିଗ୍ଧା ରାଣୀ ସାହୁ ଙ୍କ ପାଇଁ ଖୁସି ସାଉଁଟି ଆଣିଛନ୍ତି ତାଙ୍କର ଅଲିଅଳି ଝିଅ ସ୍ବୟମ ନୀର୍ଲିପ୍ତା ସାହୁ। ଝିଅର ସଫଳତା ପାଇଁ ମା ବାପା ଙ୍କ ମୁହଁରେ ଖୁସିର ଲହରୀ ଦେଖିବାକୁ ମିଳିଛି। ଅଧ୍ୟକ୍ଷ ବୁଦ୍ଧଦେବ ରାଉତ,ମୁଖ୍ୟ ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା, ଉପ ପ୍ରଧାନାଚାର୍ୟ ଆର ଏନ ରୟତ ସିଂ ଓ ଚକ୍ରଧର ପାଣି, ଏକାଡେମିକ କୋର୍ଡିନେଟର ସୋନିଆ ବେଦୀ ଓ ବଲବୀର ସିଂ କୃତୀ ଛାତ୍ରୀକୁ ପୁଷ୍ପ ଗୁଚ୍ଛ ଓ ମେଡାଲ ସହ ସମ୍ବର୍ଦ୍ଧିତ କରିବା ସହ ଫିଜିକ୍ସ ବିଭାଗରେ ସନି ଶୁକ୍ଳା, କେମେଷ୍ଟ୍ରୀ ବିଭାଗରେ ଉମେଶ ମିଶ୍ର, ଶୁଭମ୍ ଶୁକ୍ଳା ଓ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଅଭିନନ୍ଦନ ଜଣାଇବା ସହ ସ୍ବୟମ ନୀର୍ଲିପ୍ତା ର ଉଜ୍ୱଳ ଭବିଷ୍ୟତ ପାଇଁ ଶୁଭକାମନା କରିଛନ୍ତି।

 

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129