ବ୍ୟାସନଗର ପବ୍ଲିକ୍ ସ୍କୁଲରେ ଆନ୍ତର୍ଜାତୀୟ କ୍ରୀଡା ଦିବସ ପାଳିତ

ବ୍ୟାସନଗର ୩୧/୦୮(ବ୍ୟୁରୋ): ବ୍ୟାସନଗର ପବ୍ଲିକ୍ ସ୍କୁଲରେ ଆନ୍ତର୍ଜାତୀୟ କ୍ରୀଡା ଦିବସ ଗୁରୁବାର ପାଳିତ ହୋଇଯାଇଛି।
ଏହି ଅବସରରେ ପୂର୍ବତନ ପୌର ଅଧ୍ୟକ୍ଷା ଶ୍ରୀମତୀ ସବିତା ରାଉତ ଓ ଶ୍ରୀ ବଜ୍ରବାହୁ ବଳିଆର ସିଂହ ଅତିଥି ଭାବେ ଯୋଗ ଦେଇଥିଲେ। ସେମାନେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପ୍ରେରଣାଦାୟକ ଅଭିଭାଷଣ ଦେଇଥିଲେ। ଶ୍ରୀମତୀ ସବିତା ରାଉତ ନିଜ ବକ୍ତବ୍ୟରେ କହିଥିଲେ ଛାତ୍ରମାନେ ରାଷ୍ଟ୍ରର ସୃଷ୍ଟା ଓ ସେମାନେ କ୍ରୀଡା ଜଗତର ଏକ ନୂତନ ପିଢି ସୃଷ୍ଟି କରିପାରିବେ। ଶ୍ରୀ ବଜ୍ରବାହୁ ବଳିଆର ସିଂହ ମେଜର ଧ୍ୟାନ ଚନ୍ଦ ବିଷୟରେ କହିଥିଲେ ଓ “ହଁ ଅର୍ଥାତ୍ ହଁ ଓ ନାହିଁ ଅର୍ଥାତ୍ ନାହିଁ” ନାରା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରେରଣା ଦେଇଥିଲେ, ଯାହା ଗଭୀର ତାତ୍ତ୍ୱିକ ଭାବନା ସୃଷ୍ଟି କରିଥିଲା ସ୍କୁଲର ପ୍ରିନ୍ସିପାଲ୍ ଡ଼ ଦେବାସ୍ମିତା ସାହୁ କହିଥିଲେ ଛାତ୍ର ଛାତ୍ରୀ ମାନେ ସମସ୍ତ ଖେଳରେ ଅଂଶଗ୍ରହଣ କରିବା ଉଚିତ ତଥା ସେମାନଙ୍କର ପସନ୍ଦିଦା ଖେଳରେ ଧ୍ୟାନ କେନ୍ଦ୍ରିତ କରିବା ସହିତ ସେଥିରେ ସଫଳତା ପାଇବାକୁ ପ୍ରେରଣା ଦେଇଥିଲେ। ଛାତ୍ର ଛାତ୍ରୀ ମାନେ ଆଞ୍ଚଳିକ ରାଲି ଆରମ୍ଭ କରି ବ୍ୟାସନଗର ସ୍କୁଲରୁ ଚୋରଦା ଛକ୍‌କୁ ଯାଇଥିଲେ। ପରେ, ହାଉସ ୱଆଇଜ କ୍ରୀଡା ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା , ଯେଉଁଥିରେ ହଳଦିଆ ଗ୍ରୁଫ ପ୍ରଥମ ପୁରସ୍କାର ଜିତିଥିଲେ ଏବଂ ରେଡ୍ ଗ୍ରୁଫ ଦ୍ୱିତୀୟ ପୁରସ୍କାର ହାସଲ କରିଥିଲେ। ଦୁଇ ଗ୍ରୁଫ, ଶିକ୍ଷକ ଓ ଶିକ୍ଷୟିତ୍ରୀ ତଥା ସବୁ ଟୀମ୍ ସଦସ୍ୟଙ୍କର ଛାତ୍ରମାନଙ୍କର କାର୍ଯ୍ୟକୁ ନେଇ ବହୁତ ଖୁସି ଅନୁଭବ କରିଥିଲେ । କ୍ରୀଡା ଶିକ୍ଷକ ଶ୍ରୀ ସାମସୁନ୍ଦର ରାଉତ ଓ ଶ୍ରୀ ମୋଦନ ମୋହନ କବାଡ଼ି ଓ ଖୋ-ଖୋ ପ୍ରତିଯୋଗିତା ର ଆୟୋଜନ କରିଥିଲେ, ଯାହାର ଉଦଘାଟନ ଶ୍ରୀ ବଜ୍ରବାହୁ ବଳିଆର ସିଂହ ଓ ଶ୍ରୀମତୀ ସବିତା ରାଉତ କରିଥିଲେ। ବିଦ୍ୟାଳୟ ଉପାଧ୍ୟକ୍ଷ ନାରାୟଣ ଚନ୍ଦ୍ର ରାଉଳ ଛାତ୍ର ଛାତ୍ରୀ ମାନଙ୍କୁ ଅନେକ ଧରଣର ଖେଳରେ ଅଂଶଗ୍ରହଣ କରି ଭବିଷ୍ୟତରେ ସ୍ପୋର୍ଟସମାନ୍ ବା ସ୍ପୋର୍ଟସୱମାନ୍ ହେବାକୁ ପ୍ରେରଣା ଦେଇଥିଲେ ।ଏବଂ ସିନିୟର ସେକେଣ୍ଡାରି ଉପାଧ୍ୟକ୍ଷ ଗଜେନ୍ଦ୍ର କୁମାର ବେହେରା, ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରକାରର କ୍ରୀଡା, କୁଇଜ୍‌, ଓ ଓଲିମ୍ପିକ୍‌ରେ ଅଂଶଗ୍ରହଣ କରି ସ୍ପୋର୍ଟସ୍‌ ଜଗତ ବିଷୟରେ ଅଧିକ ଜାଣିବାକୁ ପିଲାମାନକୁ ପ୍ରେରଣା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ତଥା ହରପ୍ରିୟା କର,ପ୍ରଶାନ୍ତି ଦେଓ, ଆନନ୍ଦିତା ମିଶ୍ର,ଶୁଭଲକ୍ଷ୍ମୀ , ସାମଲ, ସୁନିତାଅଗ୍ରୱାଲ, ପ୍ରଜ୍ଞାପରମିତା ରାଉତ,ଦେବାଶିଷ ପଣ୍ଡା,ରଘୁନାଥ ମିଶ୍ର,ତୃପ୍ତିରାଣୀ ଚକ୍ର,ଅନିତା ଖୁଣ୍ଟିଆ, ଜ୍ୟୋତିର୍ମୟୀ ଧୀର,ଅନିମା ନାୟକ,ଜୟଶ୍ରୀ ରଥ, କାଦମ୍ବିନୀ ଦାସ, ସୁମିତ୍ରା ସାମଲ , ମୁକୁନ୍ଦ କୁମାର ସତପଥି , ଲୋପାମୁଦ୍ରା ମଙ୍ଗରାଜ ପ୍ରମୁଖ କାର୍ଯ୍ୟକ୍ରମ କୁ ସାଫଲ୍ୟମଣ୍ଡିତ କରିବାରେ ସାହାଯ୍ୟ କରିଥିଲେ |

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129