ସ୍ୱାସ୍ଥ୍ୟ ସୁରକ୍ଷା ମଞ୍ଚର ସାଙ୍ଗଠନିକ ବୈଠକ ଓ କର୍ମକର୍ତ୍ତା ଚୟନ

ବ୍ୟାସନଗର ;୧୨/୦୯(ବ୍ୟୁରୋ): ବ୍ୟାସନଗର ସ୍ୱାସ୍ଥ୍ୟ ସୁରକ୍ଷା ମଞ୍ଚର ସାଙ୍ଗଠନିକ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ବୁଧବାର ରାଜମହଲ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସଦସ୍ୟ ସଞ୍ଜୟ କୁମାର ମହାନ୍ତିଙ୍କ ସଭା ପରିଚାଳନାରେ ଅନୁଷ୍ଠିତ ବୈଠକରେ ପ୍ରଥମେ ବିଗତ ବର୍ଷର ବିଭିନ୍ନ କାର୍ଯ୍ୟକ୍ରମ ଓ ଆୟ ବ୍ୟୟ ହିସାବ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଆସନ୍ତା ଦୁଇ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସଭାପତି ଭାବେ ବିଜୟ କୁମାର ଦାସ, ମୁଖ୍ୟ ସଂଯୋଜକ ଭାବେ ଚିନ୍ତାମଣି ପାଢ଼ୀ,କାର୍ଯ୍ୟକାରୀ ସଭାପତି ଭାବେ ବିଏସକେ ସାମଲ, ଉପସଭାପତିଭାବେ ଦେବଦତ୍ତ ରାୟ, ଦୀପକ କୁମାର ପରିଡା, ସମ୍ପାଦକଭାବେ ଶିଶିର କୁମାର ରାଉତ, ସହ ସମ୍ପାଦକ ଭାବେ ଭରତ ଚନ୍ଦ୍ର ବିଶ୍ୱାଳ , ଯୁଗ୍ମ ସମ୍ପାଦକଭାବେ ପ୍ରଣବେନ୍ଦୁ ଜେନା, କୋଷାଧ୍ୟାକ୍ଷଭାବେ ଜିତେନ୍ଦ୍ର କୁମାର ରାଉତଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଛି। କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ପରମେଶ୍ୱର ଜେନା, କାମଦେବ ନାୟକ, ଅଶୋକ ଦାସ,ପ୍ରକାଶ ଚକ୍ର, ନିରଞ୍ଜନ ମହାଳିକ, ଦୁର୍ବାଦଳ ବସୁ, ଶଙ୍କର୍ଷଣ ରାଉତ, ଆଶୁତୋଷ ମିଶ୍ର, ବିଭୁତି ରଞ୍ଜନ ବିଶ୍ୱାଳ, ସଞ୍ଜୟ ମହାନ୍ତି, ଚିତ୍ରସେନ ଦାସ ପ୍ରମୁଖଙ୍କୁ ମନୋନୀତ କରାଯାଇଛି। ଆଗାମୀ ଦିନରେ ଷ୍ଟାଡିଅମ ନିର୍ମାଣ ସଂକ୍ରାନ୍ତରେ ବିଧାୟକ ଆକାଶ ଦାସ ନାୟକ ଓ ବିଭାଗୀୟ ମନ୍ତ୍ରୀଙ୍କ ସହିତ ଆଲୋଚନା ସମେତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ନେଇ ଆଲୋଚନା କରାଯାଇଥିଲା। ବୈଠକରେ ବରିଷ୍ଠ ସଦସ୍ୟ ଅଜୟ କୁମାର ଷଡ଼ଙ୍ଗୀ,ବିଷ୍ଣୁ ଚରଣ ବିଶ୍ୱାଳ, ଏସ ଆର ତ୍ରିପାଠୀ, ତଥାଗତ ବାଇ, ଗଣେଶ୍ୱର ବେହେରାଙ୍କ ସମେତ ସମସ୍ତ ସଦସ୍ୟ ଯୋଗ ଦେଇଥିବା ବେଳେ ରେଳବାଇ ଅଧିକାରୀ ସରୋଜ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129