କୁସୁନପୁର ସ୍ଥିତ ଦେବ ଇଣ୍ଟର ନ୍ୟାସନାଲ ସ୍କୁଲରେ ହିନ୍ଦୀ ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

ଯାଜପୁର/ବ୍ୟାସନଗର ; ୧୪/୦୯ ( ନି ପ୍ର ) : ଯାଜପୁର ଜିଲ୍ଲା କଳିଙ୍ଗନଗର କୁସୁନପୁର ସ୍ଥିତ ଦେବ ଇଣ୍ଟର ନ୍ୟାସନାଲ ସ୍କୁଲରେ ହିନ୍ଦୀ ଦିବସ ପାଳିତ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଜାତୀୟ ହିନ୍ଦୀ ଦିବସ ଅବସରରେ ସରସ୍ୱତୀ କଳାବିହାର ତରଫରୁ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ହିନ୍ଦୀ ହେଉଛି ଏକ ଇଣ୍ତୋ ଆର୍ଯ୍ୟଭାଷା । ଯାହା ଦେବନଗରୀ ଲିପିରେ ସରକାରୀ ଭାଷା ପ୍ରଚାର ଓ ପ୍ରସାର ପାଇଁ ହିନ୍ଦୀ ଦିବସ ସର୍ମପିତ । ଏହା ପାଳନ ହେବାର ମୁଖ୍ୟ କାରଣ ହେଉଛି ହିନ୍ଦୀକୁ ସରକାରୀ ଭାଷା ଭାବରେ ଅନୁମୋଦନ କରାଯାଇଥିଲା ଏହାପରେ ଏକ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଓ ଏହା ୨୬ ଜାନୁୟାରୀ ୧୯୫୦ରେ ଭାରତୀୟ ସମ୍ବିଧାନର ଏକ ଅଂଶ ହୋଇଗଲା । ଏହାର ମହତ୍ତ ଜାଣିବା ପାଇଁ ଆମେ ପ୍ରତିବର୍ଷ ସେପ୍ଟେମ୍ବର ୧୪ରେ ହିନ୍ଦୀ ଦିବସକୁ ମନେପକାଇଥାଉ ।ହିନ୍ଦୀ ଦିବସରେ ରାଷ୍ଟ୍ର ଭାଷାର ମହତ୍ତ୍ୱକୁ ଆଖି ଆଗରେ ରଖି ବିଦ୍ୟାଳୟର ସପ୍ତମ ରୁ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା।ପ୍ରଥମେ ଚିତ୍ରାଙ୍କନ, ରଚନା ଆଉ ତା ପରେ ଭାଷଣ ଓ ସ୍ୱବାଚନ ଭଳି ପ୍ରତିଯୋଗିତା କରାଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ମେଡାଲ ସହ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଏହି ସଭାରେ ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା,ଏକାଡେମୀକ ମୁଖ୍ୟ ସୋନିଆ ବେଦୀ ଓ ବଲବୀର ସିଂ ଦିବସର ମହତ୍ତ୍ଵ ସମ୍ପର୍କରେ ନିଜର ମତ ରଖିଥିଲେ। ସ୍କାଉଟ ମାଷ୍ଟର ତଥା ହିନ୍ଦୀ ଅଧ୍ୟାପକ ଶ୍ରୀମନ୍ତ କୁମାର ରାୟ ଓ ହିନ୍ଦୀ ଅଧ୍ୟାପକ ତଥା ମାନବାଧିକାର ଓ ସାମାଜିକ ନ୍ୟାୟ ମିଶନର ରାଜ୍ୟ ମୁଖ୍ୟ ସଚିବ ଦୀପକ ରଞ୍ଜନ ପାଣିଗ୍ରାହୀ ଓ ହିନ୍ଦୀ ଅଧ୍ୟାପିକା ଶୀତଳ ବିରାଗଡେ,ସରିତା ଗୁପ୍ତା,ନୀମା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଳ୍ପ ସଂଖ୍ୟକ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରାଯାଇଥିଲା। କଳା ବିଭାଗର ଅଧ୍ୟାପକ ଉଦୟ କୁମାର ଚିତ୍ରାଙ୍କନ ପ୍ରତିଯୋଗିତାର ଦାୟିତ୍ୱ ନିର୍ବାହ କରିଥିଲେ। ସଙ୍ଗୀତ ବିଶାରଦ ସପନ ବାନାର୍ଜୀଙ୍କ ଦ୍ଵାରା ପିଲାମାନଙ୍କୁ ନେଇ ସୁନ୍ଦର୍ ଗୀତ ପରିବେଷଣ କରାଯାଇଥିଲା। ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା ସମସ୍ତ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ମେଡାଲ ଓ ସାର୍ଟିଫିକେଟ ପ୍ରଦାନ କରିଥିଲେ। ଚେୟାରମ୍ୟାନ ବୁଦ୍ଧଦେବ ରାଉତ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କର ଉଜ୍ବଳ ଭବିଷ୍ୟତ କାମନା କରିବା ସହ ଆଶୀର୍ବାଦ ପ୍ରଦାନ କରିଥିଲେ।

 

 

 

 

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129