ସକାଳୁ ଉଠିବା ମାତ୍ରେ କଣ କରିବା ଉଚିତ ଆଉ ଅନୁଚିତ, ବିଶ୍ୱାସ – ଅବିଶ୍ବାସ

ଯାଜପୁର ;୧୮/୦୯(ବ୍ୟୁରୋ) : ସକାଳୁ ଉଠିବା ମାତ୍ରେ ଆଇନାରେ ନିଜର ଚେହେରା ଦେଖନ୍ତୁ ନାହିଁ । ଏହାର ନକରାତ୍ମକ ପ୍ରଭାବ ଆମର ମନ ଉପରେ ପଡିଥାଏ । ଦ୍ଵିତୀୟ ରେ ସକାଳୁ ଉଠିବା ମାତ୍ରେ ଛାଇ ଦେଖନ୍ତୁ ନାହିଁ । ଶାସ୍ତ୍ର ଅନୁସାରେ ସକାଳୁ ଉଠି ଛାଇ ଦେଖିବା ଦ୍ୱାରା ମଣିଷ ଭାଗ୍ୟରେ ଦୁର୍ଭାଗ୍ୟ ଆସିଥାଏ । କାରଣ ଛାଇ ମଣିଷ ଜୀବନରେ ଭ୍ରମ ଏବଂ ଭୟ ସୃଷ୍ଟି କରିଥାଏ ।

ତେବେ ଆସନ୍ତୁ ଜାଣିବା କଣ ଦେଖିବା ଶୁଭ ହୋଇଥାଏ । କିଛି ବିଶ୍ଵାସର କଥା ,ବଡ ବଡୁଆଁ ଙ୍କ ବିଶ୍ୱାସ,ବିଶ୍ୱାସ ହିଁ ବଡ ହୋଇଥାଏ।

୧- ପ୍ରଥମ ରେ ଶାସ୍ତ୍ର ଅନୁସାରେ ମନୁଷ୍ୟକୁ ସକାଳୁ ଉଠି ନିଜ ହାତର ପାପୁଲି ଦର୍ଶନ କରିବାକୁ ଅତ୍ୟନ୍ତ ଶୁଭ ମାନାଯାଏ । କାରଣ ହାତର ଅଗ୍ର ଭାଗରେ ମା ଲକ୍ଷ୍ମୀ ନିବାସ କରିଥାନ୍ତି ମଧ୍ୟ ଭାଗରେ ମା ସ୍ୱରସ୍ୱତୀ ଏବଂ ସମ୍ପୂର୍ଣ୍ଣ ହାତରେ ଭଗବାନ ଶ୍ରୀକୃଷ୍ଣ ଗୋବିନ୍ଦଙ୍କର ବାସ ହୋଇଥାଏ । ଯାହା ଦ୍ୱାରା ଧନ ଜ୍ଞାନ ଏବଂ ସୁଖର ପ୍ରାପ୍ତି ହୋଇଥାଏ । ଏଥିପାଇଁ ସକାଳୁ ଉଠି ଆପଣ ପ୍ରଥମେ ହାତର ଦର୍ଶନ କରନ୍ତୁ । ପ୍ରତ୍ୟକ ବିଦ୍ୟାର୍ଥୀଙ୍କୁ ସକାଳୁ ଉଠି ନିଜର ହାତ ପାପୁଲିର ଦର୍ଶନ କରି ପାଠ ପଢିବା ଆରମ୍ଭ କରିବା ଉଚିତ ।

୨- ଦ୍ଵିତୀୟ ରେ ଗୋମାତାଙ୍କର ଦର୍ଶନ । ସକାଳ ସମୟରେ ଉଠିବା ସମୟରେ ଯଦି ଆପଣଙ୍କ ଦ୍ୱାର ପାଖରେ ଗାଈ ଦେଖାଦିଏ କିମ୍ବା ତାହାର ଆମ୍ବାଜ ଶୁଣାଯାଏ ତ ବୁଝିଯାଅନ୍ତୁ କି ସେଦିନ ଆପଣଙ୍କ ପାଇଁ ବହୁତ ଶୁଭ ହେବ । ସକାଳ ସକାଳ ଏହା ଦେଖିବା ଭଲ ପ୍ରାପ୍ତିର ସଂକେତ ମାନାଯାଏ ।

ଏଥିପାଇଁ ସକାଳ ସମୟରେ ଯଦି ଦ୍ୱାର ପାଖକୁ ଗାଈ ଆସେ ତେବେ ତାକୁ ମାଡ଼ ମାରି ଘଉଡାଇ ଦିଅନ୍ତୁ ନାହିଁ ବରଂ ରୁଟି ଖାଇବାକୁ ଦେଇ ଗାଈ କାନରେ ନିଜର ମନସ୍କାମନା କୁହନ୍ତୁ । ଗୋମାତାଙ୍କ କାନରେ ନିଜର ମନସ୍କାମନା କହିବା ଦ୍ୱାରା ମା କାମଧେନୁ ଆପଣଙ୍କର ମନସ୍କାମନା ପୂରଣ କରିବେ । ଆପଣଙ୍କର ଅଟକି ରହିଥିବା କାମ ମଧ୍ୟ ପୂରଣ ହୋଇଥାଏ । ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିଥାଏ ।

୩- ତୃତୀୟ ରେ ତୁଳସୀ ର ଦର୍ଶନ । ସକାଳୁ ଉଠି ତୁଳସୀଙ୍କର ଦର୍ଶନ କରିବା ଉଚିତ । କାରଣ ତୁଳସୀ ମା ସବୁ ପ୍ରକାରର ରୋଗକୁ ଭଲ କରିଥାନ୍ତି । ମଣିଷ ଜୀବନରେ ଆଗକୁ ଆସୁଥିବା ଅଘଟଣକୁ ଆଗୁଆ ଜଣାଇ ଦେଇଥାନ୍ତି । ଯଦି ଘରର ତୁଳସୀ ଗଛ ଶୁଖି ଯାଏ ତେବେ ଜାଣନ୍ତୁ କି ଘରର କୌଣସି ଦୁର୍ଘଟଣା ଆସିବାକୁ ଯାଉଅଛି କିମ୍ବା ଘରର ପୁରୁଷ କୌଣସି ବିପଦରେ ପଡ଼ିବାକୁ ଯାଉଛନ୍ତି । ଏଥିପାଇଁ ପ୍ରତିଦିନ ମା ତୁଳସୀଙ୍କୁ ଦର୍ଶନ କରି ଘରୁ ବାହାରକୁ ଯିବା ଉଚିତ ।

୪- ଚତୁର୍ଥ ରେ ଶାସ୍ତ୍ର ଅନୁସାରେ ମାତା ପିତାଙ୍କର ପାଦ ଛୁଇଁବା । ଏହା କୁହାଯାଇଛି ଯେ ମଣିଷକୁ ସକାଳୁ ଉଠିବା ପରେ କିମ୍ବା କୌଣସି ଜାଗାକୁ ଯିବା ସମୟରେ ମାତା ପିତଙ୍କର ଚରଣ ଅବଶ୍ୟ ସ୍ପର୍ଶ କରିବା ଉଚିତ । କାରଣ ମାତା ପିତାଙ୍କର ପାଦରେ ହିଁ ସ୍ୱର୍ଗଲୋକ ବିରାଜମାନ ଅଛି । ଏଥିପାଇଁ ଯେଉଁ ବ୍ୟକ୍ତି ମାତା ପିତାଙ୍କର ଚରଣ ଛୁଇଁ ଘରୁ ବାହାରିଥାଏ ତାକୁ ତାର କାର୍ଯ୍ୟରେ ସଫଳତା ଅବଶ୍ୟ ମିଳିଥାଏ । ଏଥିପାଇଁ ମାତାପିତାଙ୍କର ସେବା ଅବଶ୍ୟ କରନ୍ତୁ ଏବଂ ନୀତି ତାଙ୍କର ଚରଣ ଛୁଇଁ ବାହାରକୁ ଯାଆନ୍ତୁ ।

୫- ପଞ୍ଚମ ରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସବୁଠୁ ମହତ୍ୱପୂର୍ଣ୍ଣ ଏବଂ ଧାର୍ମିକ କାମ ଏହା ଅଟେ । ମନୁଷ୍ୟକୁ ସକାଳୁ ଉଠିବା ପରେ ନୀତି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଉଚିତ । ଏଥିପାଇଁ ସକାଳୁ ଉଠିବା ପରେ ସ୍ନାନ କରି ସୂର୍ଯ୍ୟଦେବଙ୍କୁ ତମ୍ବା ଢାଳରେ ଜଳ ଅର୍ପଣ କରନ୍ତୁ ଏବଂ ଏହି ମନ୍ତ୍ରକୁ ଅବଶ୍ୟ ଜପ କରନ୍ତୁ ଓଁ ଘୃଣି ସୂର୍ଯ୍ୟାୟ ନମଃ । ଏହା କରିବା ଦ୍ୱାରା ଆପଣଙ୍କର ଜୀବନରେ ନିରାଶା ନକରାତ୍ମକତା ସମାପ୍ତ ହୋଇଥାଏ । ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆସିଥାଏ ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129