ଆଧାର ସଂଯୋଗିକରଣ ଓ ସଂଶୋଧନ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା

ଯାଜପୁର/ବ୍ୟାସନଗର ; ୧୯/୦୯(ବ୍ୟୁରୋ): ସରକାରଙ୍କ ନିର୍ଦ୍ଦେଶନାମା ପରେ ସୁଭଦ୍ରା ଯୋଜନା ପାଇଁ ବ୍ୟାଙ୍କ୍ ଲିଙ୍କ ଓ ରାସନ କାର୍ଡ ରେ ଆଧାର ସଂଯୋଗିକରଣ ଓ ସଂଶୋଧନ ପାଇଁ ବ୍ୟାଙ୍କ୍ ତଥା ବି ଏସ ଏନ ଏଲ୍ କାର୍ଯ୍ୟାଳୟରେ ଲାଗୁଛି ଅସମ୍ଭାଳ ଭିଡ। ଏଥି ପାଇଁ ସାଧାରଣ ଜନତା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।


ସୂଚନାଯୋଗ୍ୟ ଯେ ବି ଏସ ଏନ ଏଲ୍ କାର୍ଯ୍ୟାଳୟରେ କାମ କରୁଥିବା ଅଧିକାରୀ ଲିଙ୍କ ନଥିବା କହି ଲୋକଙ୍କୁ ଫେରାଉଛନ୍ତି କିନ୍ତୁ ଏହି କାର୍ଯ୍ୟାଳୟରେ ଲୋକଙ୍କ ଠାରୁ ଅଧିକ ପଇସା ଚାର୍ଜ କରି ସେମାନଙ୍କ ସଂଯୋଗିକରଣ କାମ କରୁଥିବାର ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି।
ୟୁନିଅନ ବ୍ୟାଙ୍କ୍ ରେ ଆଧାର ସଂଶୋଧନ ଚାଲିଥିବା ବେଳେ ନାହିଁ ନ ଥିବା ଭିଡ ପରିଲକ୍ଷିତ ହୋଇଛି ଇତି ମଧ୍ୟରେ ବ୍ୟାଙ୍କ୍ ପରିସର ରେ ଲାଇଟ୍ ଚାଲିଗଲେ ଜେନେରେଟର ନଥିବା ଯୋଗୁଁ ଭୀଷଣ ଗରମରେ ଲୋକେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ସଂଯୋଗି କରଣ କରୁଥିବା ବ୍ୟକ୍ତି ଜଣକ କହୁଛନ୍ତି ଲିଙ୍କ ନାହିଁ,ହେଇପାରିବ ନାହିଁ,ଏକ ଅକ୍ଟୋବର ପରେ ଆସନ୍ତୁ ଏମିତି ଅନେକ ବାହାନା କହି ଲୋକଙ୍କୁ ଫେରାଉଛନ୍ତି। କିଛି ଲୋକଙ୍କ କାର୍ଯ୍ୟ ଭିତିରିଆ ହେଉଥିବା ମଧ୍ୟ ଅଭିଯୋଗ ସାମ୍ନାକୁ ଆସୁଛି। ଏସ ବି ଆଇ ବ୍ୟାଙ୍କ୍ ରେ ମଧ୍ୟ ସମାନ ବ୍ୟବସ୍ଥା ଏଠି ଲୋକେ ଭିଡ ଦେଖି ଫେରି ଯାଉଛନ୍ତି। କିଭଳି ଲୋକେ ଆଧାର ସଂଶୋଧନ କରି ପାରିବେ ଏଥି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ପ୍ରଶାସନ ତରଫରୁ ହେଇ ପାରିଲେ ଲୋକେ ଉପକୃତ ହୋଇପାରନ୍ତେ। ଆଉ ଏହି ସବୁ କାର୍ଯ୍ୟାଳୟରେ ଲାଞ୍ଚ ନେଇ କାର୍ଯ୍ୟ କରୁଥିବା ଲୋକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଗଲେ ଲୋକେ ଉଚିତ୍ ନ୍ୟାୟ ପାଇପାରନ୍ତେ।ଆଧାର ସଂଶୋଧନ ପାଇଁ ଅଧିକ କେନ୍ଦ୍ର ଖୋଲିବା ଆଉ ରାସନ କାର୍ଡ ର ସଂଯୋଗୀ କରଣ ସମୟ ସୀମା ବଢାଇବାକୁ ଲୋକେ ନିବେଦନ କରିଛନ୍ତି।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129