ପାଞ୍ଜିରେ ଲିଖିତ କଥା ସତ ହେବାକୁ ଯାଉଛି, ବାତ୍ୟା ‘ଦାନା’ କୁ ନେଇ ରାଜ୍ୟରେ ୨୩ ରୁ ୨୫ ସ୍କୁଲ,କଲେଜ ଛୁଟି

ଭୁବନେଶ୍ଵର;୨୨/୧୦(ବ୍ୟୁରୋ): ଓଡିଶା ମୁହାଁ ହେଉଛି ବାତ୍ୟା ‘ଦାନା’ । ଏହାକୁ ନେଇ ପାଣିପାଗ ବିଭାଗ ଆକଳନ କରିଥିବା ବେଳେ ପାଞ୍ଜିରେ ବହୁ ପୂର୍ବରୁ ଏନେଇ ଗଣନା କରାଯାଇଛି । ଓଡିଶା ପାଞ୍ଜି ଖଡିରତ୍ନରେ ତୁଳାମାସରେ ବାତ୍ୟା ହେବ ବୋଲି ଲେଖା ହୋଇଛି । ଅକ୍ଟୋବର ୧୭ରୁ ୨୩ ତାରିଖ ମଧ୍ୟରେ ଏବଂ ଅକ୍ଟୋବର ୨୬ରୁ ୩୦ ତାରିଖ ମଧ୍ୟରେ ଓଡ଼ିଶା ଏକ ଭୟଙ୍କର ରୂପ ଦେଖିବ ବୋଲି ପାଞ୍ଜିରେ ସ୍ପଷ୍ଟ ଲିଖିତ ରହିଛି । ଗଣନା ଏବଂ ପାଞ୍ଜିରେ ଉଲ୍ଲେଖ ଥିବା ଭବିଷ୍ୟବାଣୀ ଆଜି ସତ ହେଉଛି ବୋଲି କୁହାଯାଉଛି । ପାଞ୍ଜିରେ କୁହାଯାଇଛି ଯେ, “ଆଶ୍ୱୀନ-କାର୍ତ୍ତିକ ମାସକୁ ରାଜ୍ୟର ଉପକୂଳ ଅଞ୍ଚଳରେ ଝଡ଼ବାତ୍ୟାର ସୂଚନା ରହୁଛି ।ଖଡୀରତ୍ନ ପଞ୍ଜିକାର ୧୯୬ ନଂ ପୃଷ୍ଠାରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ ରାଜ୍ୟର ଉପକୂଳ ଜିଲା ତଥା ପୁରୀ, କଟକ, ଗୋପାଳପୁର, କୋଣାର୍କ, ଅସ୍ତରଙ୍ଗ, ଯାଜପୁର, ନୟାଗଡ଼, କାକଟପୁର, ନିଆଳି ପ୍ରଭୁତି ଅଞ୍ଚଳରେ ଘୂର୍ଣ୍ଣିବାତ୍ୟା ପୁନଶ୍ଚ ସାମୁଦ୍ରିକ ଝଡ ମହାବାତ୍ୟା ଭଳି ସାଂଘାତିକ ପରିସ୍ଥିତି ସୃଷ୍ଟି କରିବ। ଅକ୍ଟୋବର ୧୭ରୁ ୨୩ ଓ ୨୬ରୁ ୩୦ ତାରିଖ ମଧ୍ୟରେ ବାତ୍ୟା ହେବା ସହ ଆଗାମୀ ନଭେମ୍ବର ମାସରେ ପୁଣି ଏକ ବାତ୍ୟା ହେବ ବୋଲି ଗଣନା କରାଯାଇଛି। ନଭେମ୍ବର ୫ରୁ ୯ତାରିଖ ଏବଂ ୧୧ରୁ ୧୫ତାରିଖ ମଧ୍ୟରେ ପ୍ରଚଣ୍ଡ ବାୟୁ ପ୍ରବାହ, ସାମୁଦ୍ରିକ ଝଡ, ଲଘୁଚାପ, ଜୁଆର ଓ ବନ୍ୟା ବିତ୍ପାତ ଦ୍ୱାରା ବହୁ ଧନଜୀବନ ପ୍ରଭାବିତ ହେବ ବୋଲି ପଞ୍ଜିକାରେ ଆକଳନ କରାଯାଇଛି।
” ବର୍ତ୍ତମାନ କାର୍ତ୍ତିକ ମାସ ଆରମ୍ଭ ହୋଇଥିବା ବେଳେ ପାଣିପାଗ ବିଭାଗ ମଧ୍ୟ ଭୟଙ୍କର ବାତ୍ୟା ‘ଦାନା’ର ସତର୍କବାଣୀ ଶୁଣାଇ ସାରିଛନ୍ତି। ଜଗତତ୍ସିଂହପୁର ଜିଲ୍ଲାର ପାରାଦୀପରୁ ଭଦ୍ରକ ଜିଲ୍ଲାର ଧାମରା ବନ୍ଦର ମଧ୍ୟରେ ସ୍ଥଳଭାଗ ଛୁଇଁବ। ସମୁଦ୍ର ଭିତରେ ବଳ ଗୋଟାଉଥିବା ଲଘୁଚାପ ଭୀଷଣ ବାତ୍ୟା ରୂପରେ ଉପକୂଳକୁ ସ୍ପର୍ଶ କରିବ। ଓଡ଼ିଶା ଭିତରକୁ ପ୍ରବେଶ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିମି ରହିଥିବ।
ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ସ୍କୁଲ ଛୁଟି ଘୋଷଣା କଲେ ସରକାର । ଆସନ୍ତା ୨୩ ରୁ ୨୫ ସ୍କୁଲ ଛୁଟି । ସାମ୍ଭାବ୍ୟ ବାତ୍ୟା ପ୍ରଭାବିତ ୧୪ ଜିଲ୍ଲାରେ ସ୍କୁଲ ଛୁଟି । ଛୁଟି ଘୋଷଣା କଲେ ସ୍ୱତନ୍ତ୍ର ରିଲିଫ କମିଶନର । ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ଵର, ମୟୁରଭଞ୍ଜ, ଢେଙ୍କାନାଳ, କେନ୍ଦୁଝର, ଯାଜପୁର, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା ଓ କଟକ ଜିଲ୍ଲାର ସ୍କୁଲ ଛୁଟି । ବାତ୍ୟା ପାଇଁ ୨୩ରୁ ୨୫ ପର୍ଯ୍ୟନ୍ତ କଲେଜ ବନ୍ଦ ରହିବ । କଲେଜ ଓ ବିଶ୍ବବିଦ୍ୟାଳୟ ବନ୍ଦ ରଖିବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ ଦେଇଛନ୍ତି । ୧୪ ଜିଲ୍ଲାରେ କଲେଜ, ବିଶ୍ବବିଦ୍ୟାଳୟ ବନ୍ଦ ନେଇ ନିର୍ଦ୍ଦେଶ ଦିଆଯାଇଛି। ଏପଟେ ସୃଷ୍ଟି ହୋଇଛି ଅବପାତ। ବଙ୍ଗୋପସାଗରରେ ସକ୍ରିୟ ୱେଲ୍ ମାର୍କଡ ଲୋ ପ୍ରେସର ଆଜି ଡିପ୍ରେସନରେ ପରିଣତ ହୋଇଛି। ଏବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି ଅବପାତ। ଡିପ୍ରେସନ ଏବେ ପାରାଦୀପ ଉପକୂଳରୁ ୭୩୦ କିଲୋମିଟର ଦକ୍ଷିଣପୂର୍ବ, ପଶ୍ଚିମବଙ୍ଗ ସାଗର ଦ୍ବୀପରୁ ୭୭୯ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଓ ବାଂଲାଦେଶ ଖେପୁପରା ଉପକୂଳରୁ ୭୪୦ କିଲୋମିଟର ଦକ୍ଷିଁଣ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି। ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହେବ। ଆସନ୍ତାକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ନେବ ବାତ୍ୟାର ରୂପ। ଏହାପରେ ବାତ୍ୟା ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ସକାଳେ ଆହୁରି ସିଭିୟର ହେବ। ସିଭିୟର ସାଇକ୍ଲୋନିକ ଷ୍ଟିମ ବା ଭୀଷଣ ବାତ୍ୟା ୨୪ ରାତି ଓ ୨୫ ସକାଳ ଭିତରେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳର ପୁରୀରୁ ସାଗର ଦ୍ବୀପ ଭିତରେ ଉପକୂଳ ଅତିକ୍ରମ କରିବ। ଉପକୂଳ ଅତିକ୍ରମ କରିବା ବେଳେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ଓ ଝଟକା ପବନବ ୧୨୦ କିଲୋମିଟର ଛୁଇଁପାରେ।ବାତ୍ୟା ଯୋଗୁଁ ସବୁ ଡାକ୍ତରଙ୍କ ଛୁଟି ବାତିଲ୍‌ କରାଯାଇଛି । ଏନେଇ ଆଜି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ସୂଚନା ଦେଇଛନ୍ତି । ଡାଇରିଆ ଓ ସର୍ପାଘାତ ଔଷଧ ସବୁ ମେଡିକାଲରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ହସ୍ପିଟାଲରେ ୨୪ ଘଣ୍ଟିଆ ପାୱାର ବ୍ୟାକ୍‌ ଅପ୍‌ ରଖିବାକୁ କୁହାଯାଇଛି ।

 

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129