ସି .ବି. ଏସ.ଇ ସହୋଦୟ ତରଫରୁ ଏନ. ଇ. ପି -୨୦୨୦ ଏବଂ ଏନ .ସି. ଏଫ୍ -୨୦୨୩ ର ଏକ ଆଲୋଚନାଚକ୍ର ବ୍ୟାସନଗର ପବ୍ଲିକ ସ୍କୁଲ ଓ ଫୁଲମାର୍କସ ପବ୍ଲିକେସନର ମିଳିତ ସହଯୋଗରେ ଅନୁଷ୍ଠିତ

ଯାଜପୁର/ବ୍ୟାସନଗର;୨୪/୧୧(ବ୍ୟୁରୋ ): ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳ ଯଯାତି କୋର୍ଟୟାର୍ଡ୍ ଠାରେ ସି .ବି. ଏସ.ଇ ସହୋଦୟ ତରଫରୁ ଏନ. ଇ. ପି -୨୦୨୦ ଏବଂ ଏନ .ସି. ଏଫ୍ -୨୦୨୩ ର ଏକ ଆଲୋଚନାଚକ୍ର ବ୍ୟାସନଗର ପବ୍ଲିକ ସ୍କୁଲ ଓ ଫୁଲମାର୍କସ ପବ୍ଲିକେସନର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଫୁଲମାର୍କସ ପବ୍ଲିକେସନ ତରଫରୁ ଏନ. ଇ. ପି -୨୦୨୦ ଏବଂ ଏନ .ସି. ଏଫ୍ -୨୦୨୩ ବିଷୟରେ ବିଶେଷ ଆଲୋଚନା ସହ ଗୁଲମୋହର ହିନ୍ଦୀ ବୁକ୍ସ ର ପ୍ରଚାର ପ୍ରସାରଣ ସହ ହିନ୍ଦୀ ବିଷୟ ପ୍ରତି ଅଧିକରୁ ଅଧିକ ଗୁରୁତ୍ବ ଦେବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ସହୋଦୟା କମିଟିର ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧନା କରାଯିବା ସହ ନୂତନ ମେମ୍ବର ଙ୍କୁ ସାମିଲ କରାଯାଇ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଏନ ଇ ପି -୨୦୨୦ କୁ ସମ୍ପୂର୍ଣ୍ଣ ଭାବରେ ୨୦୨୫ ଠାରୁ ଲାଗୁ କରାଯିବାକୁ ପରାମର୍ଶ ଦେଇଥିଲେ। ଶିକ୍ଷାର ଗୁଣାତ୍ମକ ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ସହୋଦୟ କମିଟିର ସଦସ୍ୟ ମାନେ ନିଜ ନିଜର ମତ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଯାଜପୁର ,କଟକ,କେନ୍ଦୁଝର,ଭଦ୍ରକ, ଭୁବନେଶ୍ଵର ସହ ଓଡ଼ିଶାରେ ଥିବା ଅନେକ ସି ବି ଏସ ଇ ପବ୍ଲିକ ସ୍କୁଲର ପ୍ରିନ୍ସିପଲ୍ , ଅଧ୍ୟାପକ,ଅଧ୍ୟାପିକା ଉପସ୍ଥିତ ଥିଲେ। ଫୁଲମାର୍କସ ପବ୍ଲିକେସନ ର ଜୋନାଲ ମ୍ୟାନେଜର ଅଞ୍ଜେଶ ମୌରୀୟା, ଷ୍ଟେଟ ବିଜନେସ ହେଡ ଓଡ଼ିଶା ରବୀନ୍ଦ୍ର ଜେନା,ଏରିଆ ମ୍ୟାନେଜର ନର୍ଥ ଓଡ଼ିଶା ପ୍ରତୀକ ଦାସ ଏହି ଆୟୋଜନରେ ଗୁଲମୋହର ହିନ୍ଦୀ ସିରିଜ ପୁସ୍ତକ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଏହି ଆଲୋଚନାରେ ବିଭିନ୍ନ ସ୍କୁଲର ପ୍ରିନ୍ସିପାଲ୍ଙ୍କ ମଧ୍ୟରେ ବଇଦନାଥ ଆଚାର୍ଯ୍ୟ ଭେଙ୍କଟେଶ୍ୱର୍ ସ୍କୁଲ ଯାଜପୁର ଟାଉନ,ଚକ୍ରଧର ନନ୍ଦ, ନିର୍ମଳ କୁମାର ରଣା ଦେବ ଇଣ୍ଟର ନ୍ୟାସନାଲ ସ୍କୁଲ ବ୍ୟାସନଗର,ନିରଞ୍ଜନ ପାଣିଗ୍ରାହୀ ଗ୍ଲୋରିଅସ ଇଂଲିଶ ମିଡ଼ିଅମ୍ ସ୍କୁଲ ବ୍ୟାସନଗର,ବି ବିହାରୀ ମିଶ୍ର କଳିଙ୍ଗ ଇଂଲିଶ ମିଡ଼ିଅମ୍ ସ୍କୁଲ କଟକ,ଏମ ମାର୍ଟିନ ଏ ଜି ମିଶନ ସ୍କୁଲ ନୟାଗଡ,ଅବଦୁଲ କାଦିର ମିଶ୍ୱା ଇଂଲିଶ ମିଡ଼ିଅମ୍ ସ୍କୁଲ ଝୁମ୍ପୁରା,ମିର ଅବଦୁଲ କାଲିମ ସେଣ୍ଟ ଜାଭିୟର୍ସ ସ୍କୁଲ କଟକ, ଡ଼ ଅନିଲ ରାୟ ଆପେକ୍ସ ଇଂଲିଶ ମିଡ଼ିଅମ୍ ସ୍କୁଲ ଯାଜପୁର ଟାଉନ, ଡ଼ ଗଣେଶ ପ୍ରସାଦ ବେହେରା ଉତ୍କଳ ଇଣ୍ଟର ନ୍ୟାସନାଲ ସ୍କୁଲ କଟକ, ଡ଼ ପି ନାୟକ ସେଣ୍ଟ ଜାଭିୟର୍ସ ସ୍କୁଲ କଟକ, ଏସ କେ ସିଂ ଜି ଡି ଗୋଏଙ୍କା ସ୍କୁଲ ଭୁବନେଶ୍ୱର,ଏସ ଚାଟାର୍ଜୀ ସଂସ୍କାର ପବ୍ଲିକ ସ୍କୁଲ ଢେଙ୍କାନାଳ,ଡି କେ ପ୍ରଧାନ ସେଣ୍ଟ ଜାଭିୟର୍ସ ସ୍କୁଲ କେନ୍ଦୁଝର,ଏସ ତ୍ରିପାଠୀ ଧର୍ମଶାଳା ପବ୍ଲିକ ସ୍କୁଲ, ରାଜଶ୍ରୀ ରାଉତ କଟକ, ଡ଼ ସୁଜାତା ମହାପାତ୍ର ଡି ୟୁ ପବ୍ଲିକ ସ୍କୁଲ, ଡ଼ କଳ୍ପତରୁ ସାହୁ ଏସ ବି ଡି ସ୍କୁଲ ଯାଜପୁର ରୋଡ଼, ଡ଼ ସୁକାନ୍ତ ତ୍ରିପାଠୀ ଏସ ବି ଡି ସ୍କୁଲ ଯାଜପୁର ରୋଡ଼,ଦିଲୀପ କୁମାର ମିଶ୍ର ଜେନିଥ ଇଣ୍ଟର ନ୍ୟାସନାଲ କେନ୍ଦ୍ରାପଡ଼ା,ସଂଚିତା ମହାନ୍ତି ଗୁରୁ ନାନକ ସ୍କୁଲ କଟକ, ଡ଼ ପ୍ରଦୀପ କୁମାର ତ୍ରିପାଠୀ ସେଣ୍ଟ ଜାଭିୟର୍ସ ସ୍କୁଲ କଟକ, ଡ଼ ଅଭିରାମ ସାହୁ ସାଲେପୁର ପବ୍ଲିକ ସ୍କୁଲ କଟକ, ଡ଼ ଦେବସ୍ମିତା ସାହୁ ବ୍ୟାସନଗର ପବ୍ଲିକ ସ୍କୁଲ , ଡ଼ ହୃଦାନନ୍ଦ ବେହୁରା ଦେବ ମହାନ୍ତି ପବ୍ଲିକ ସ୍କୁଲ କଟକ ଉପସ୍ଥିତ ଥିଲେ। ଏଥି ସହ ଦେବ ଇଣ୍ଟର ନ୍ୟାସନାଲ ସ୍କୁଲ ବ୍ୟାସନଗର ର ଅଧ୍ୟାପକ ଦୀପକ ରଞ୍ଜନ ପାଣିଗ୍ରାହୀ, ଅଧ୍ୟାପିକା ନିମା ଦାସ,ସରିତା ଗୁପ୍ତା,ଶୀତଳ ବିରାଗଡେ, ଶ୍ରୀମନ୍ତ କୁମାର ରାୟ,ବ୍ୟାସନଗର ପବ୍ଲିକ ସ୍କୁଲର ହରପ୍ରିୟା କର, ଅଧ୍ୟାପିକା ପ୍ରଶାନ୍ତି ଦେଓ,ବବିତା ଛାବ୍ରା,କାଦମ୍ବିନୀ ଦାସ,ମହେଶ୍ୱରୀ ବେହେରା ଆଲୋଚନାରେ ଭାଗ ନେଇଥିଲେ। ବ୍ୟାସନଗର ପବ୍ଲିକ ସ୍କୁଲ ଏହି କାର୍ଯ୍ୟକ୍ରମ ସଞ୍ଚାଳନରେ ମୁଖ୍ୟ ଭୂମିକା ନିଭାଇଥିଲା।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129