ଝାଡ଼େଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସମ୍ବିଧାନ ଦିବସ ପାଳିତ

ଯାଜପୁର;୨୬/୧୧(ବ୍ୟୁରୋ): ଦାନଗଦୀ ବ୍ଲକ ଟୋଲକାନୀ ସ୍ଥିତ ଝାଡ଼େଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅଧକ୍ଷ ଡ଼ ଅକ୍ଷୟ କୁମାର ପଣ୍ଡାଙ୍କ ଅଧକ୍ଷତାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଜାତୀୟ ସେବା ସଂସ୍ଥାର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ରଞ୍ଜନ କୁମାର ସାହୁ, ଯୁବ ରେଡ଼କ୍ରସ ର କାଉନସେଲର ଅଧ୍ୟାପକ ଗୋବର୍ଦ୍ଧନ ସାହୁ, ଅଧ୍ୟାପକ ଡ଼ କ୍ଷୀରୋଦ ଚନ୍ଦ୍ର ବେହେରା, ଅଧ୍ୟାପକ ଖଗେଶ କୁମାର ଜେନା, ବାଇଧର ସାହୁ, ଅଧ୍ୟାପିକା ମୀରାମ୍ବିକା ସାହୁ, ପାରିଜାତ ମହାନ୍ତି ପ୍ରମୁଖ ଯୋଗ ଦେଇ ସମ୍ବିଧାନ ତିଆରିର ଇତିହାସ, ସମ୍ବିଧାନ ର ପ୍ରସ୍ତାବନା, ଏହାର ମୌଳିକ ବୈଶିଷ୍ଟ୍ୟ ଓ ସମ୍ବିଧାନ ର ଗୁରୁତ୍ୱ ସମ୍ପର୍କ ରେ ଆଲୋକପାତ କରିଥିଲେ। ଶେଷରେ ଅଧକ୍ଷ ଡ଼ ପଣ୍ଡାଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ମିଳିତ ହୋଇ ଦେଶର ଏକତା, ସାର୍ବଭୌମତ୍ବ, ଅଖଣ୍ଡତା କୁ ଅକ୍ଷୁର୍ଣ୍ଣ ରଖିବାପାଇଁ ଶପଥପାଠ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପକ ରଞ୍ଜନ କୁମାର ଖଣ୍ଡା, ଶ୍ରୀମନ୍ତ ନାୟକ, ପାର୍ଥ ସାରଥୀ ବଳ, ଅଧ୍ୟାପିକା ଇତିଶ୍ରୀ ମଲ୍ଲିକ, ସିଲନପ୍ରଭା ନାୟକ ପ୍ରମୁଖ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଶେଷରେ ଅଧ୍ୟାପିକା ମୀରାମ୍ବିକା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129