ବିନାୟକ ଇଂଲିଶ ମିଡିୟମ ସ୍କୁଲରେ ତୃତୀୟ ବାର୍ଷିକ ଖାଦ୍ୟ ମେଳା ଅନୁଷ୍ଠିତ

ଢେଙ୍କାନାଳ;୩୦/୧୧ (ବ୍ୟୁରୋ): ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ସ୍ଥିତ ବିନାୟକ ଇଂଲିଶ ମିଡିୟମ ସ୍କୁଲରେ ତୃତୀୟ ବାର୍ଷିକ ଖାଦ୍ୟ ମେଳା ଶନିବାର ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ କାମାକ୍ଷା ପ୍ରସାଦ ବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅମିତ୍ କୁମାର ବାରିକ ଓ ସମ୍ମାନୀତ ଅତିଥି ଭାବେ ସସ୍ମିତା ବେହେରା , ଏବଂ ବିଦ୍ୟାଳୟର ପରିଚାଳନା ସଦସ୍ୟ ସନ୍ତୋଷ କୁମାର ପଟ୍ଟନାୟକ,ସନ୍ତୋଷ ପୋଥାଳ,ନରହରି ସାହୁ ଯୋଗଦେଇ ଥିବାବେଳେ ୨୬ ଜଣ ଅଭିଭାବକ ୪୦ରୁ ଉର୍ଦ୍ଧ୍ବ ଖାଦ୍ୟ ପ୍ରଦର୍ଶନୀ କରିଥିଲେ। ସାଂପ୍ରତିକ ସମାଜରେ ଖାଦ୍ୟର ଉପଯୋଗିତା ସମ୍ପର୍କରେ ନିଜର ମତ ରଖିଥିଲେ। ଛାତ୍ର ଛାତ୍ରୀଙ୍କ ସହ ଅଭିଭାବକ ମାନେ ବିଭିନ୍ନ ବ୍ୟଞ୍ଜନ ଖାଇ ଖୁସି ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ ର ସଫଳ ରୂପାୟନରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଗଣ ପୂର୍ଣ୍ଣ ସହଯୋଗ କରିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାମାକ୍ଷା ପ୍ରସାଦ ବେହେରା ଛାତ୍ର ଛାତ୍ରୀ ମାନଙ୍କର ପରିଶ୍ରାମିକକୁ ପ୍ରସଂଶା କରିବା ସହ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଥିଲେ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129