ଦେବ ଇଣ୍ଟର ନ୍ୟାସନାଲ ସ୍କୁଲରେ ତିନି ଦିନିଆ କ୍ରୀଡା ଉତ୍ସବ ଉଦଯାପିତ

ବ୍ୟାସନଗର; ୦୧/୧୨(ବ୍ୟୁରୋ ): ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳ କୁସୁନପୁର ସ୍ଥିତ ” ଦେବ ଇଣ୍ଟର ନ୍ୟାସନାଲ ସ୍କୁଲ”ରେ ୩ ଦିନିଆ କ୍ରୀଡା ଉତ୍ସବ ଶେଷ ହୋଇଛି। ଏହି କ୍ରୀଡ଼ା ଉତ୍ସବରେ ମୁଖ୍ୟ ଆକର୍ଷଣ ଥିଲା ଘୋଡାଦୌଡ। ଶୁକ୍ରବାର ସକାଳ ୮ଘଟିକାରୁ ଆରମ୍ଭ ହୋଇ ୨ଘଟିକା ସମୟରେ ଶେଷ ହୋଇଥିଲା। ଏହି ଉତ୍ସବରେ ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ଡ଼ ପ୍ରସନ୍ନ କୁମାର ସାହୁ ଯୋଗଦେଇଥିବା ବେଳେ ଉଯାପନୀ ଦିବସରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ ର ପୂର୍ବତନ ଜେନେରାଲ ମ୍ୟାନେଜର(ନିରାପତ୍ତା ଓ ସୁରକ୍ଷା ) ତଥା ଭାରତ ସ୍କାଉଟ ଏବଂ ଗାଇଡ ଓଡ଼ିଶା ଶାଖାର ଦୁଃସାହାସିକ କାର୍ଯ୍ୟକ୍ରମର ଚେୟାରମ୍ୟାନ ସ୍ଵାଧୀନ ପଣ୍ଡା ଯୋଗ ଦେଇଥିବାବେଳେ ବିଦ୍ୟାଳୟର ଅଧ୍ୟକ୍ଷ ବୁଦ୍ଧଦେବ ରାଉତ , ମୁଖ୍ୟ ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା,ଉପ- ପ୍ରଧାନାଚାର୍ୟ ଆର ଏନ ରୟତ ସିଂ , ସିନିଅର ସେକେଣ୍ଡାରୀ ଏକାଡେମୀକ ମୁଖ୍ୟ ଚକ୍ରଧର ପାଣି ପତାକା ଉତ୍ତୋଳନ କରିବା ସହ ଶେଷରେ ମଶାଲ ଜ୍ୟୋତିକୁ ବୁଜାଇଥିଲେ।
ଏକାଡେମୀକ ମୁଖ୍ୟ ସୋନିଆ ବେଦୀ ଓ ବଲବୀର ସିଂ ସମସ୍ତ ଦାଇତ୍ଵକୁ ଆପଣାଇ ଥିବାବେଳେ ନୃତ୍ୟ ଶିକ୍ଷିକା ପ୍ରିୟଙ୍କାଙ୍କ ନିର୍ଦେଶନା ରେ ପିଲାଙ୍କ ଦ୍ଵାରା ସୁନ୍ଦର ନୃତ୍ୟ ପରିବେଷଣ କରାଯାଇଥିଲା। ମ୍ୟୁଜିକ ଡାଇରେକ୍ଟର ସପନ ବାନାର୍ଜୀ ଙ୍କ ନିର୍ଦ୍ଦେଶନାରେ ପିଲାଙ୍କ ଦ୍ଵାରା ସୁନ୍ଦର ସ୍ଵାଗତ ସଙ୍ଗୀତ ପରିବେଷଣ ହୋଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପୂର୍ଣ୍ଣ ସହଯୋଗରେ ଚାରୋଟି ହାଉସ ଯଥା ରେଡ଼,ଗ୍ରୀନ,ୟେଲୋ,ବ୍ଲୁ ର ଛାତ୍ରଛାତ୍ରୀ ବିଭିନ୍ନ ଖେଳରେ ଭାଗ ନେଇ ନିଜର ପ୍ରତିଭା ପ୍ରଦର୍ଶନ କରିଥଲେ। ଖେଳ ଶିକ୍ଷକ ସୁକାନ୍ତ ପାତ୍ର , ସର୍ଫରାଜ୍ ଖାନ , ଭବାନୀ ଶଙ୍କର ଦାସ,ଶିକ୍ଷିକା ସୁଚିତ୍ରା ମନ୍ତ୍ରୀ, ଫୁଲ ବିଶ୍ୱାଳ ,କରାଟେ ଶିକ୍ଷକ ଶିବ କୁମାର କାଳୀଚରଣ ବାସ୍କେ , ସ୍କାଉଟ୍ ମାଷ୍ଟର ଶ୍ରୀମନ୍ତ କୁମାର ରାୟ ଙ୍କ ଦ୍ଵାରା ପରିଚାଳିତ ସମସ୍ତ ଖେଳ ର ମାର୍ଗ ଦର୍ଶନ କ୍ରମେ , କଳା ଶିକ୍ଷକ ଉଦୟ ଓଝା ଓ ଅରୁଣ କୁମାର ଜେନାଙ୍କ ମଞ୍ଚ ତଥା ପାରିପାର୍ଶ୍ବିକ ସାଜସଜ୍ଜା ସହ କାର୍ଯ୍ୟକ୍ରମ ବେଶ ସଫଳ ହୋଇଥିଲା।

ଖେଳ ପରିଚାଳନା ରେ ସତ୍ୟନାରାୟଣ ପଣ୍ଡା , ଶୁଭାଶିଷ ପତି ,ବିଦ୍ୟାଧର ପରିଡ଼ା, ସାରଦା ମହାନ୍ତି, ତୁଷାରକାନ୍ତ ଶତପଥୀ,ଦୀପକ ରଞ୍ଜନ ପାଣିଗ୍ରାହୀ, ସହଦେବ ପଣ୍ଡା ,ବିଶ୍ୱଜିତ୍ ପଣ୍ଡା, ମଦନ ମୋହନ ମଲ୍ଲିକ, ଅନିନ୍ଦିତା ବେହୁରା, ସୁଭଦ୍ରା ମହାନ୍ତି,ସୁମନ ମ୍ୟାଡମ୍, ବିଶ୍ୱଜିତ ଦ୍ୱିବେଦୀ,ପ୍ରମିଳା ବେହୁରାଙ୍କ ସହ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ସହଯୋଗ କରିଥିଲେ। ପିଲାଙ୍କ ଦ୍ୱାରା ଘୋଡା ଦୌଡ଼ ପ୍ରତିଯୋଗିତା କାର୍ଯ୍ୟକ୍ରମ ର ବିଶେଷ ଆକର୍ଷଣ ପାଲଟିଥିଲା। ନାଚ ଗୀତରେ ବି ମଞ୍ଚ ଆକର୍ଷିତ ଥିଲା।ପିଲାମାନେ ଖେଳକୁଦରେ ବେଶ ଆନନ୍ଦ ଉପଭୋଗ କରିଥିଲେ। ଶେଷରେ ଖେଳରେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଳଙ୍କୃତ କରିଥିବା କୃତି ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କାର ବିତରଣ କରଯାଇଥିଲା।ପିଲା ଠାରୁ ଅଭିଭାବକ ପର୍ଯ୍ୟନ୍ତ ସମସ୍ତେ ଖୁବ ଆନନ୍ଦ ଉତ୍ସାହର ସହ ଖେଳର ମଜା ନେଇଥିଲେ। ଶେଷରେ ସୋନିଆ ବେଦୀ ଧନ୍ୟବାଦ ଅର୍ପଣ କରିବା ସହ ବିଦ୍ୟାଳୟ ର ଅଧ୍ୟକ୍ଷ ବୁଦ୍ଧଦେବ ରାଉତ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129