ଦେବ ଇଣ୍ଟର ନ୍ୟାସନାଲ ସ୍କୁଲରେ ବାର୍ଷିକ ଖାଦ୍ୟ ମେଳା (ଫନ୍ ଫେଟେ) ଅନୁଷ୍ଠିତ

ଯାଜପୁର/ବ୍ୟାସନଗର ;୦୭/୧୨ (ବ୍ୟୁରୋ): ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳ କୁସୁନପୁର ସ୍ଥିତ ” ଦେବ ଇଣ୍ଟର ନ୍ୟାସନାଲ ସ୍କୁଲରେ ବାର୍ଷିକ ଖାଦ୍ୟ ମେଳା ଶନିବାର ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କରି ବ୍ଲକ୍ ଶିକ୍ଷା ଅଧିକାରୀ ସୁଦର୍ଶନ ମଲ୍ଲିକ ଓ ସମ୍ମାନୀତ ଅତିଥି ଭାବେ ପଞ୍ଜାବ ଏଣ୍ଡ ସିନ୍ଧ ବ୍ୟାଙ୍କ୍ ଯାଜପୁର ରୋଡ ଶାଖା ମ୍ୟାନେଜର ସୁଶ୍ରୀ ସ୍ୱାଗତିକା ସାମନ୍ତରାୟ ଯୋଗଦେଇଥିଲେ। ଏହି ପ୍ରଦର୍ଶନୀରେ ୮୦ ରୁ ଉର୍ଦ୍ଧ୍ବ ଷ୍ଟଲରେ ୧୫୦ରୁ ଅଧିକ ପ୍ରକାରର ଖାଦ୍ୟ ପେୟ ତଥା ବିଭିନ୍ନ ଖେଳ ଉପଲବ୍ଧ ରହିଥିଲା। ପିଲା ଓ ଅଭିଭାବକ ମିଶି ୪ ହଜାରରୁ ଉର୍ଦ୍ଧ୍ବ ଜନସମାଗମ ହୋଇଥିଲା। ଏହି ମେଳାରେ ମୁଖ୍ୟ ଆକର୍ଷଣ ବ୍ୟଞ୍ଜନ ଥିଲା ବିରୀୟାନି,ଦହିବରା, କଟଲେଟ, ଚପ, ଚାଟ, ଖିରି,ଫ୍ରୁଟ ଚାଟ, ନିମ୍ବୁ ପାଣି ଆଦି। ବିଭିନ୍ନ ଖେଳର ବି ମଜା ନେଇଥିଲେ କୁନି କୁନି ପିଲା। ସାଂପ୍ରତିକ ସମାଜରେ ଖାଦ୍ୟର ଉପଯୋଗିତା ସମ୍ପର୍କରେ ନିଜର ମତ ରଖିଥିଲେ ମୁଖ୍ୟ ଅତିଥି।। ଛାତ୍ର ଛାତ୍ରୀଙ୍କ ସହ ଅଭିଭାବକ ମାନେ ବିଭିନ୍ନ ସ୍ବାଦିଷ୍ଟ ବ୍ୟଞ୍ଜନ ଖାଇ ଖୁସି ବ୍ୟକ୍ତ କରିଥିଲେ।ଏକାଡେମୀକ ମୁଖ୍ୟ ସୋନିଆ ବେଦୀ ଓ ବଲବୀର ସିଂ ସମସ୍ତ ଦାଇତ୍ଵକୁ ସୁରୁଖରେ ନିଭାଇଥିଲେ।ଏଥିସହ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ମେଡାଲ ସହ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଗଣ ପୂର୍ଣ୍ଣ ସହଯୋଗ କରିଥିଲେ।ବିଦ୍ୟାଳୟର ଅଧ୍ୟକ୍ଷ ବୁଦ୍ଧଦେବ ରାଉତ ଛାତ୍ରଛାତ୍ରୀ ମାନଙ୍କର ଏଭଳି ଆୟୋଜନ କୁ ପ୍ରସଂଶା କରିବା ସହ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129