ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ସାଉଣ୍ଟିଲେ ସରୋଜ ପ୍ରଧାନ

ଢେଙ୍କାନାଳ ;୧୨/୧୨(ସୌଭାଗ୍ୟ ମୁଦୁଲିଙ୍କ ଠାରୁ) : ଚନ୍ଦ୍ରଭାଗା ଆନ୍ତର୍ଜାତିକ ବାଲୁକା କଳା ପ୍ରଦର୍ଶନୀରେ ଢେଙ୍କାନାଳ ଜିଲ୍ଲା ପାଇଁ ଗୌରବ ଆଣିଲେ ସରୋଜ। କାମାକ୍ଷା ନଗର ଉପଖଣ୍ଡ ଜିରାଳ ମାଟିର ପୁଅ ସରୋଜ କୁମାର ପ୍ରଧାନ ତାଙ୍କର ପ୍ରତିଭା ବଳରେ ମୁଖ୍ୟମନ୍ତ୍ରୀ ଙ୍କ ପ୍ରଶଂସା ସାଉଣ୍ଟିଛନ୍ତି। ରାଜ୍ୟ ତଥା ଜିଲ୍ଲା ପାଇଁ ଏହା ଏକ ଗୌରବର କଥା। ପିଲାଟି ଦିନରୁ ତାଙ୍କର ଚେଷ୍ଟା ,ନିଷ୍ଠା ବଳରେ ସେ ପାହାଚ ପରେ ପାହାଚ ଚଢ଼ି ଚାଲିଛନ୍ତି। ପୁଅର ସଫଳତା କଥା ଶୁଣି ବାପା ମାଆ ତଥା ପରିବାରରେ ଖୁସିର ଲହରୀ ଖେଳିଯାଇଛି। ଡ଼ିସେମ୍ବର ମାସରେ ଆୟୋଜିତ ହୋଇଥିବା ଚନ୍ଦ୍ରଭାଗା ଆନ୍ତର୍ଜାତିକ ବାଲୁକା କଳା ପ୍ରଦର୍ଶନୀରେ ଆଠ ଟି ଦେଶରୁ ପ୍ରାୟ ୧୨୯ଜଣ କଳାକାର ଉପସ୍ଥିତ ରହିଥିଲେ।ମୁଖ୍ୟମନ୍ତ୍ରୀ ପରିଦର୍ଶନରେ ସରୋଜଙ୍କ କଳାକୁ ବେଶ ପ୍ରଶଂସା କରିବା ସହ ତାଙ୍କୁ ପୁରସ୍କୃତ କରିଥିଲେ। ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସରୋଜଙ୍କ ବାଲୁକା କଳା କୁ ପ୍ରଶଂସା କରିଥିଲେ।ଜିରାଳ ଗ୍ରାମର ନିରଞ୍ଜନ ପ୍ରଧାନଙ୍କ ପୁଅ ସରୋଜ ଆଗାମୀ ଦିନରେ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବା ସହ ଜଣେ ପ୍ରତିଭାଶାଳୀ ବାଲୁକଶିଳ୍ପୀ ପାଲଟିବେ ବୋଲି ଚେଷ୍ଠିତ ଅଛନ୍ତି।

 

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129