ଦେବ ଇଣ୍ଟରନ୍ୟାସନାଲ ସ୍କୁଲର ୧୨ତମ ଦୁଇ ଦିନିଆ ବାର୍ଷିକ ଉତ୍ସବରେ ଝୁମିଲେ ଦର୍ଶକ

ଯାଜପୁର/ ବ୍ୟାସନଗର; ୨୩/୧୨(ସୌଭାଗ୍ୟ ମୁଦୁଲିଙ୍କ ଠାରୁ ): ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳ କୁସୁନପୁର ସ୍ଥିତ ” ଦେବ ଇଣ୍ଟର ନ୍ୟାସନାଲ ସ୍କୁଲରେ ଦୁଇ ଦିନିଆ ୧୨ତମ ବାର୍ଷିକ ଉତ୍ସବର ଶୁଭାରମ୍ଭ ହୋଇଯାଇଛି। ଅପରାହ୍ନ ୩ ଘଟିକାରୁ ଏହି କର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଡ଼ ଦେବେନ୍ଦ୍ର କୁମାର ଦାସ (ୟୁନିଭର୍ସିଟି ଅଫ ଆଲାସ୍କା, ୟୁ.ଏସ .ଏ) ନାସା ବୈଜ୍ଞାନିକ, ମୁଖ୍ୟ ବକ୍ତା ଭାବେ ଶ୍ରୀମତୀ ପଦ୍ମଲତା ଭାଜେ ( ସି. ଇ. ଓ ଅଫ୍ ଟଟମୋର,ୟୁ.ଏସ .ଏ), ସମ୍ମାନିତ ଅତିଥି ଭାବେ ରୋହିତ ଟେକରିୱାଲ (ଉପ ସଭାପତି ୟୁ ଲୋ, ସିଙ୍ଗାପୁର), ତଥା ଦେବ ଇଣ୍ଟର ନ୍ୟାସନାଲ ସ୍କୁଲର ଟ୍ରଷ୍ଟି ଡ଼ ପ୍ରସନ୍ନ କୁମାର ସାହୁ ଯୋଗ ଦେବା ସହ ବିଦ୍ୟାଳୟର ଅଧ୍ୟକ୍ଷ ବୁଦ୍ଧଦେବ ରାଉତ , ମୂଖ୍ୟ ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା, ଉପପ୍ରଧାନାଚାର୍ୟ ଆର ଏନ ରୟତ ସିଂ , ଏକାଡେମୀକ କୋର୍ଡିଁନେଟର ସୋନିଆ ବେଦୀ,ସି ସି ଏ ପରିଚାଳକ ବଲବିର୍ ସିଂ ଓ କଲେଜ ଏକାଡେମୀକ କୋର୍ଡିଁନେଟର ଚକ୍ରଧର ପାଣି ଦୀପ ପ୍ରଜ୍ବଳିତ କରିବା ସହ କାର୍ଯ୍ୟକ୍ରମ ଉଦଘାଟିତ କରିଥିଲେ।

ଏକାଡେମୀକ କୋର୍ଡିଁନେଟର ସୋନିଆ ବେଦୀ ବିଦ୍ୟାଳୟ ସମ୍ବନ୍ଧରେ ବିଶେଷ ବିବରଣୀ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଓ ମୂଖ୍ୟ ବକ୍ତା ବାର୍ଷିକ ଉତ୍ସବ ର ମହତ୍ତ୍ଵ ଓ ନୃତ୍ୟ ଗୀତ ପିଲାଙ୍କ ପାଇଁ କେତେ ଜରୁରୀ ବୋଲି ନିଜ ନିଜର ମତ ଉପସ୍ଥାପନ କରିଥିଲେ। ଏହି ଦିବସରେ ନର୍ସରୀରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନୃତ୍ୟ ଗୀତରେ ଅଂଶଗ୍ରହଣ କରିଥିଲେ। ସ୍କାଉଟ ମାଷ୍ଟର ଶ୍ରୀମନ୍ତ୍ କୁମାର ରାୟ, ଏନ୍ ସି ସି ମାଷ୍ଟର ସୁକାନ୍ତ କୁମାର ପାତ୍ର ଙ୍କ ଦ୍ଵାରା ପିଲାମାନଙ୍କ ଦ୍ଵାରା ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା। ମ୍ୟୁଜିକ ଶିକ୍ଷକ ତଥା ସଙ୍ଗୀତ ନିର୍ଦ୍ଦେଶକ ଭାବେ ସାରା ଓଡ଼ିଶାରେ ପରିଚିତ ସପନ ବାନାର୍ଜୀଙ୍କ ସହ କୁନିକୁନି ପିଲା ମାନେ ସ୍ୱାଗତ ଗୀତ ପରିବେଷଣ କରିଥିଲେ। ପ୍ରଥମ ଦିନରେ ଅଧ୍ୟାପିକା ଜାଗୃତି ଚାଟାର୍ଜୀ , ସାଗରିକା ଗୁରୁ ଓ ଦ୍ୱିତୀୟ ଦିନରେ ସୁଭଦ୍ରା ମହାନ୍ତି ଆଙ୍କରିଂ ଦାଇତ୍ୱ ନିଭାଇଥିଲେ। ଏଥି ସହ ବଲବିର ସିଂ, ସତ୍ୟ ନାରାୟଣ ପଣ୍ଡା, ବିଶ୍ବରଂଜନ ଦ୍ୱିବେଦୀ , ଶୁଭାଶିଷ ପତି, ଦୀପକ ରଂଜନ ପାଣିଗ୍ରାହୀ,ସହଦେବ ପଣ୍ଡା,ମଦନ ମୋହନ ମଲ୍ଲିକ,ସୁମନ ଧୀର,ମୁନା ସମଦ,ପୁଷ୍ପା ଶ୍ରୀରାମ,ବିଦ୍ୟାଧର ପରିଡା,ବିଶ୍ୱଜିତ୍ ପଣ୍ଡା, ତୁଷାରକାନ୍ତ ସତପଥି, ଅରୁଣ କୁମାର ଜେନା,ଉଦୟକୁମାର ଓଝା,  ବଳରାମ ସାର, ଦିଲୀପ ସାର, ଦୁଃଖବନ୍ଧୁ ସାର, ଅନାମିକା ଜଗଦୀଶ, ସୁସ୍ମିତା ଚକ୍ରବର୍ତ୍ତୀଙ୍କ ଦ୍ଵାରା ମଞ୍ଚ ପରିଚାଳନା କାର୍ଯ୍ୟ ସମ୍ପାଦନ ହୋଇଥିଲା। ପିଲା ଠାରୁ ଅଭିଭାବକ ପର୍ଯ୍ୟନ୍ତ ସମସ୍ତେ ଖୁବ ଆନନ୍ଦ ଉତ୍ସାହର ସହ ନୃତ୍ୟ ଗୀତର, ନାଟକର ମଜା ଉଠାଇଥିଲେ। ନୃତ୍ୟ ଶିକ୍ଷିକା ପ୍ରିୟଙ୍କା ପ୍ରିୟଦର୍ଶିନୀ,କିରଣ ମ୍ୟାଡମ୍, ନୃତ୍ୟ ଗୁରୁ ଭୋଳା ସାର୍, ୱାଜିଦ୍ ସାର୍ ନୃତ୍ୟ ର ମାର୍ଗ ଦର୍ଶନ କରିଥିଲେ। ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କର ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା। ଶେଷରେ ବିଦ୍ୟାଳୟର ଅଧ୍ୟକ୍ଷ ବୁଦ୍ଧଦେବ ରାଉତ ଛାତ୍ରଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ କାମନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ଉତ୍ସବର ଦ୍ୱିତୀୟ ଦିନରେ ଥର୍ଡ ବାଟାଲିୟନ ଡେପୁଟି କମାଣ୍ଡର ସୁକିନ୍ଦା ୟାକୁବ ଖାନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

 

 

 

 

 

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129