ଦେବ ଇଣ୍ଟର ନ୍ୟାସନାଲ ସ୍କୁଲରେ ବିଜ୍ଞାନ ,ବାଣିଜ୍ୟ ଓ ଫାଉଣ୍ଡେସନ କୋର୍ସ ପାଇଁ ରାଜ୍ୟସ୍ତରୀୟ ପ୍ରବେଶିକା ପରୀକ୍ଷା , ଭୁବନେଶ୍ୱର – କଟକ ପରି ବ୍ୟାସନଗରରେ ବି ୨୭୦୦ ରୁ ଉର୍ଦ୍ଧ୍ବ ଆଶାର୍ଥି

ଯାଜପୁର/ବ୍ୟାସନଗର; ୦୫/୦୧(ନି. ପ୍ର ): ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳ କୁସୁନପୁର ସ୍ଥିତ ” ଦେବ ଇଣ୍ଟର ନ୍ୟାସନାଲ ସ୍କୁଲ ଠାରେ ୫ ଜାନୁଆରୀ ରବିବାର ଦିନ ଏକାଦଶ ବିଜ୍ଞାନ ଓ ବାଣିଜ୍ୟ ତଥା ଫାଉଣ୍ଡେସନ କୋର୍ସ ପାଇଁ ରାଜ୍ୟସ୍ତରୀୟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏହି ପରୀକ୍ଷାରେ ରାଜ୍ୟ ତଥା ରାଜ୍ୟ ବାହାରୁ ୨୭୦୦ ରୁ ଉର୍ଦ୍ଧ୍ବ ଆଶାର୍ଥି ନିଜ ଭାଗ୍ୟ ନିର୍ଦ୍ଧାରିତ କରିଥିଲେ।ବହୁ ଦୂର ଦୁରାନ୍ତର ରୁ ଅନେକ ଆଶା ରଖି ପ୍ରବେଶିକା ପରୀକ୍ଷା ପାଇଁ ପ୍ରଥମ ପର୍ଯ୍ୟାୟରେ ୧୫୦୦ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୨୦୦ କୁଲ ୨୭୦୦ ଆଶାର୍ଥି ପରୀକ୍ଷା ଦେବାକୁ ଆସିଥିଲେ। ପୂର୍ବ ବର୍ଷ ଏହି ପରୀକ୍ଷାରେ ୧୦୦୦ ରୁ ଉର୍ଦ୍ଧ୍ବ ପରୀକ୍ଷା ଦେଇଥିବାବେଳେ ଏହି ବର୍ଷ ସଂଖ୍ୟା ଦୁଇଗୁଣା ହୋଇଛି। ଭୁବନେଶ୍ୱର କଟକ ଭଳି ଯାଜପୁର ରୋଡ଼ ବ୍ୟାସନଗର ଦେବ ରେ ବି ଭିଡ ପରିଲକ୍ଷିତ ହୋଇଥିଲା । ଅନୁଗୁଳ, କରଞ୍ଜିଆ, ମୟୂରଭଞ୍ଜ, ବାଲେଶ୍ୱର, ରାଇରଙ୍ଗପୁର, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, କଟକ, ଭୁବନେଶ୍ୱର ସମେତ ଜିଲ୍ଲାର ଅବସ୍ଥିତ ବହୁ ପ୍ରତିଷ୍ଠିତ ବିଦ୍ୟାଳୟରୁ ଏଠାକୁ ପ୍ରବେଶିକ ପରୀକ୍ଷା ନିମନ୍ତେ ଛାତ୍ର ଛାତ୍ରୀ ଆସିଥିଲେ।ଏପରିକି ବାହାର ରାଜ୍ୟ ଝାଡ଼ଖଣ୍ଡ , ପଶ୍ଚିମ ବଙ୍ଗାଲ ରୁ ବି ପରୀକ୍ଷାର୍ଥୀ ଆସି ପହଞ୍ଚିଥିଲେ। ଛାତ୍ରଛାତ୍ରୀଙ୍କୁ ସାଢେ଼ ୧୦ ଟାରେ ପରୀକ୍ଷା ହଲ ଭିତରକୁ ପ୍ରବେଶ କରାଯାଇଥିଲା।୧୧ ଘଟିକା ଠାରୁ ୧ଘଟିକା ପର୍ଯ୍ୟନ୍ତ ପରୀକ୍ଷା ଚାଲିଥିଲା। ପରୀକ୍ଷା ଶେଷରେ ପିଲା ମାନଙ୍କ ମଧ୍ୟରେ ଅନେକ ଆନନ୍ଦ ଉତ୍ସାହ ଦେଖିବାକୁ ମିଳିଥିଲା। ବିଦ୍ୟାଳୟର ପୂର୍ବ ପରୀକ୍ଷା ପରିଣାମ ଯେପରିକି ଆଇଆଇଟି, ମେଡିକାଲ,ନାଇଜର ଭଳି ସଫଳତା କୁ ଆଖି ଆଗରେ ରଖି ଅଭିଭାବକଙ୍କ ଭିଡ ଜମିଥିଲା।ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ପରୀକ୍ଷାର ପୂର୍ଣ୍ଣ ସହଯୋଗ କରିଥିଲେ। ମୂଖ୍ୟ ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା, ଏକାଡେମୀକ କୋର୍ଡିଁନେଟର ସୋନିଆ ବେଦୀ,ସି ସି ଏ ପରିଚାଳକ ବଲବିର୍ ସିଂ ,ଉପ- ପ୍ରଧାନାଚାର୍ୟ ଆର ଏନ ରୟତ ସିଂ ଓ କଲେଜ ଏକାଡେମୀକ କୋର୍ଡିଁନେଟର ଚକ୍ରଧର ପାଣି ଓ ଦୁଃଖବନ୍ଧୁ ବାରିକ ପରୀକ୍ଷାର ସୁ ପରିଚାଳନା ଦାଇତ୍ୱ ନିଭାଇଥିଲେ । ଆଇ. ଟି କୋର୍ଡିନେଟର ବଳରାମ ନନ୍ଦ ଓ ଦିଲ୍ଲୀପ ରଥ ପରୀକ୍ଷା ପରିଚାଳନାରେ ପ୍ରମୁଖ ଦାୟୀତ୍ୱ ନିଭାଇଥିଲେ।ଏକାଡେମୀକ କୋର୍ଡିଁନେଟର ସୋନିଆ ବେଦୀ ଓ ମୂଖ୍ୟ ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା ପରୀକ୍ଷା ସମ୍ବନ୍ଧୀୟ ତଥା ଫାଉଣ୍ଡେସନ କୋର୍ସର ବିଶେଷ ବିବରଣୀ ଅଭିଭାବକଙ୍କ ସମ୍ମୁଖରେ ତଥ୍ୟ ପ୍ରଦାନ କରିଥିଲେ। ଅନାମିକା ଜଗଦୀଶ,ସ୍ଵୟଂ ସମ୍ପୂର୍ଣା ମିଶ୍ର କଲେଜ ପାଠ୍ୟକ୍ରମ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିଥିଲେ। ମାର୍କେଟିଂ ମୁଖ୍ୟ ପରିଚାଳକ ଆଲେ ଯହୁର୍ ଖାନଙ୍କ ସହ ରାଜେନ୍ଦ୍ର ରାଉତ,ଉପେନ୍ଦ୍ର ବେହେରା,ଏମ ଡି ସମିମ, ସୁଭାଷ ଦାସ,ଅରବିନ୍ଦ ନାୟକ,ସତ୍ୟ ବେହେରା,ଅରବିନ୍ଦ ସ୍ୱାଇଁ, ହେମନ୍ତ ନାୟକ,ସନ୍ତୋଷ ପୂର୍ଣ୍ଣ ସହଯୋଗ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ବୁଦ୍ଧଦେବ ରାଉତଙ୍କ ସହ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମକର୍ତା ପ୍ରମୁଖ ଛାତ୍ରଛାତ୍ରୀଙ୍କର ଉତ୍ତରୋତ୍ତର ଉନ୍ନତି ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129