ଯଯାତୀ କେଶରୀ ପ୍ରେସ କ୍ଲବର ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ବ୍ୟାସନଗର;୧୭/୦୨(ବ୍ୟୁରୋ): ବ୍ୟାସନଗର ପୌରାଞ୍ଚଳ ସ୍ଥିତ ସେଲିବ୍ରେସନ ମଣ୍ଡପ ଠାରେ ଯଯାତୀ କେଶରୀ ପ୍ରେସ କ୍ଲବ ର ପ୍ରତିଷ୍ଠା ଦିବସ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।ରବିବାର ୧୬ ତାରିଖ ଦିନ ୧୧ଘଟିକା ସମୟରେ କ୍ଲବର ସଭାପତି ପଦ୍ମଲୋଚନ ନାୟକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, କୋରେଇ ବିଧାୟକ ତଥା ସିନେ କଳାକାର ଆକାଶ ଦାସ ନାୟକ,ସମ୍ମାନିତ ଅତିଥି ଭାବେ କୋରେଇ ବ୍ଲକ ବିକାଶ ଅଧିକାରୀ ଅବନିକାନ୍ତ ସାହୁ, ବରିଷ୍ଠ ସାମ୍ବାଦିକ ତଥା ସମ୍ବାଦ ଜିଲ୍ଲା ପ୍ରତିନିଧି ସଂଗ୍ରାମ କେଶରୀ ସିଂ,ବରିଷ୍ଠ ସାମ୍ବାଦିକ ପୀତବାସ ଭୂଇଁଆଁ ଯୋଗ ଦେଇ ସର୍ବ ପ୍ରଥମେ ଦୀପ ପ୍ରଜ୍ବଳନ କରିବା ସହ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। କ୍ଲବର ସଦସ୍ୟ ମାନଙ୍କ ଦ୍ଵାରା ସମସ୍ତଙ୍କୁ ପୁଷ୍ପଗୁଚ୍ଛ,ଉତ୍ତରୀୟ,ବ୍ୟାଚ ସହ ସ୍ବାଗତ କରାଯାଇଥିଲା।ମୁଖ୍ୟ ଅତିଥିଙ୍କ ଦ୍ଵାରା କ୍ଲବ ର ଲୋଗୋ ମଧ୍ୟ ଉନ୍ମୋଚନ କରାଯାଇଥିଲା।ୱେବ୍ ଚ୍ୟାନେଲ,ୱେବସାଇଟ, ୟୁ ଟ୍ୟୁବ୍ ଚ୍ୟାନଲ ରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ କିପରି ସମାଜରେ ସ୍ଵତନ୍ତ୍ର ପରିଚୟ ସହ ସେମାନଙ୍କର ମୌଳିକ ଅଧିକାର,ସୁବିଧା ସୁଯୋଗ ମିଳିପାରିବ ସେ ଦିଗରେ ବିଶେଷ ଗୁରୁତ୍ୱ ପ୍ରଦାନ ଦିଗରେ ସରକାରଙ୍କ ପାଖରେ କଥା ରଖିବାକୁ ମୁଖ୍ୟ ଅତିଥି ନିଜ ବକ୍ତବ୍ୟ ମାଧ୍ୟମରେ ପ୍ରସ୍ତାବ ରଖିଥିଲେ। ଆଗାମୀ ଦିନରେ ଏହି କ୍ଳବ୍ କିପରି ଆଗକୁ ବଢ଼ି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବ ଏ ଦିଗରେ ମଧ୍ୟ ସମସ୍ତଙ୍କୁ ସାହସ ପ୍ରଦାନ କରିଥିଲେ। କ୍ଲବର ସଦସ୍ୟ ନିଗମ ପ୍ରସାଦ ନାଥ, ରାଜ୍ୟ ସ୍ତରୀୟ ମାନବାଧିକାର କର୍ମୀ ଦୀପକ ରଞ୍ଜନ ପାଣିଗ୍ରାହୀ ମଞ୍ଚ ପରିଚାଳନା ଦାୟୀତ୍ୱ ନିଭାଇଥିଲେ। କ୍ଲବ ର ଅନ୍ୟ ସଦସ୍ୟ ଜ୍ୟୋତି ପ୍ରକାଶ,ସମରେନ୍ଦ୍ର କୁମାର,ଅସିତ୍ ଦାସ,ଅଭିଳାଷ ସାହୁ,ବିଶ୍ୱଜିତ୍ ପାଢ଼ୀ, ସୋଭିନ କୁମାର,ନିହାର ରାଉତ,ଡନି ଭାଇ,ବସନ୍ତ କୁମାର,ସୁନିଲ କୁମାର,ଟୁନା ଗୁରୁ,ଚକ୍ରଧର ଦାସ,ସ୍ବରାଜ କୁମାର, ଗୌରାଙ୍ଗ କୁମାର ପ୍ରମୁଖ କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ।ଶେଷରେ ସାମ୍ବାଦିକ ନିଗମ ପ୍ରସାଦ ଓ ବରିଷ୍ଠ ସାମ୍ବାଦିକ ଦୀପକ ପାଣିଗ୍ରାହୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129