ଶିକ୍ଷକ ଓ ଅଧ୍ୟାପକଙ୍କୁ ୧୯୯୪ ନିୟମ ଅନୁସାରେ ଗ୍ରାଣ୍ଟ୍-ଇନ୍-ଏଡ୍ ଦରମା

ଭୁବନେଶ୍ୱର ; ୨୧/୦୩(ବ୍ୟୁରୋ): ସମସ୍ତ ଶିକ୍ଷକ, ଅଧ୍ୟାପକଙ୍କୁ ୧୯୯୪ ନିୟମ ଅନୁସାରେ ଗ୍ରାଣ୍ଟ୍-ଇନ୍-ଏଡ୍ ଦରମା ପ୍ରଦାନ କରିବାକୁ ହାଇକୋର୍ଟ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାୟ ୩ ଶହ ଆବେଦନକାରୀ ଶିକ୍ଷକ, ଅଧ୍ୟାପକଙ୍କ ପକ୍ଷରୁ ଆଗତ ମାମଲାର ଏକତ୍ର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବିରଜା ପ୍ରସନ୍ନ ଶତପଥୀ ଏହି ନିର୍ଦ୍ଦେଶ ଦେଇଛନ୍ତି ।ହାଇକୋର୍ଟଙ୍କ ଏହି ଆଦେଶ ଫଳରେ ରାଜ୍ୟର ଲକ୍ଷାଧିକ ଶିକ୍ଷକ, ଅଧ୍ୟାପକ ଉପକୃତ ହେବେ ।
ରାଜ୍ୟ ସରକାର ୧୯୯୪ ମସିହାରେ ଏକ ଆଇନ ବଳରେ ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଶିକ୍ଷକ ଓ ଅଧ୍ୟାପକଙ୍କ ପାଇଁ ଗ୍ରାଣ୍ଟ୍-ଇନ୍-ଏଡ୍ ଲାଗୁ କରିଥିଲେ । ଏହା ଲାଗୁ ହେବା ଫଳରେ ବ୍ୟବସ୍ଥା ହେଲା ଯେ ଜଣେ ଶିକ୍ଷକ ବା ଅଧ୍ୟାପକ ୫ବର୍ଷ ଚାକିରି କରିବା ପରେ ମୋଟ୍ ଦରମାର ୩ଭାଗରୁ ଗୋଟେ ଭାଗ ପାଇବେ । ୭ବର୍ଷ ଚାକିରି ପୂରଣ କଲେ ତିନି ଭାଗରୁ ଦୁଇ ଭାଗ ଏବଂ ୯ବର୍ଷ ଚାକିରି ପୂରଣ କଲେ ସମ୍ପୂର୍ଣ୍ଣ ଦରମା ପାଇବେ । କିନ୍ତୁ ୨୦୦୪ରେ ରାଜ୍ୟ ସରକାର ୧୯୯୪ ନିୟମକୁ ଉଚ୍ଛେଦ କରି ଗ୍ରାଣ୍ଟ୍-ଇନ୍-ଏଡ୍ ପରିବର୍ତ୍ତେ ବ୍ଲକ୍ ଗ୍ରାଣ୍ଟ୍ ଲାଗୁ କରିଥିଲେ । ଅର୍ଥାତ ଜଣେ ଶିକ୍ଷକ ବା ଅଧ୍ୟାପକଙ୍କୁ ସରକାର ମୋଟ୍ ଦରମାର ୪୦% ପ୍ରଦାନ କରିବେ ।
ବାକି ଅର୍ଥ ମ୍ୟାନେଜ୍ମେଣ୍ଟ୍ ପ୍ରଦାନ କରିବେ । ୨୦୦୮ରେ ରାଜ୍ୟ ସରକାର ୬୬୨ଟି ମହାବିଦ୍ୟାଳୟକୁ ବ୍ଲକ୍ ଗ୍ରାଣ୍ଟ୍ ପ୍ରଦାନ କରିଥିଲେ । ୨୦୦୯ରେ ବାକି ରହିଯାଇଥିବା ମହାବିଦ୍ୟାଳୟକୁ ଏହି ବ୍ଲକ୍ ଗ୍ରାଣ୍ଟ୍ରେ ସାମିଲ୍ କରାଯାଇଥିଲା । ଏହି ବ୍ଲକ୍ ଗ୍ରାଣ୍ଟ୍କୁ ବିରୋଧ କରି ବହୁ ମାମଲା ସ୍ୟାଟ୍ରେ ହୋଇଥିଲା । ସ୍ୟାଟ୍ ବ୍ଲକ୍ ଗ୍ରାଣ୍ଟ୍ ପରିବର୍ତ୍ତେ ଗ୍ରାଣ୍ଟ୍-ଇନ୍-ଏଡ୍ ପ୍ରଦାନ ଲାଗି ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ହାଇକୋର୍ଟ ଏହି ଆଦେଶକୁ ରଦ୍ଦ କରି ୧୯୯୪ ଆଇନ ଉଚ୍ଛେଦ ହୋଇଯାଇଥିବାରୁ ଆଉ ଗ୍ରାଣ୍ଟ-ଇନ୍-ଏଡ୍ ଲାଗୁ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ସୁପ୍ରିମ୍କୋର୍ଟରେ ମଧ୍ୟ ଏହି ଆଦେଶ କାଏମ୍ ରହିଥିଲା ।
କିନ୍ତୁ ପରେ ସୁପ୍ରିମ୍କୋର୍ଟରୁ ପୁଣି କିଛି ମାମଲାରେ ସ୍ୟାଟ୍ ଆଦେଶ ଆଧାରରେ ଗ୍ରାଣ୍ଟ୍-ଇନ୍-ଏଡ୍ ଲାଗୁ କରିବା ଲାଗି ନିର୍ଦ୍ଦେଶ ମିଳିଥିଲା । ଏହିଭଳି ସ୍ଥିତିରେ ବହୁ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ମାମଲାର ରାୟ ପ୍ରକାଶ କରି ଶିକ୍ଷକ, ଅଧ୍ୟାପକଙ୍କ ମଧ୍ୟରେ ସମାନ କାମ ପାଇଁ ପୃଥକ୍ ପୃଥକ୍ ନିୟମ ଲାଗୁ ହୋଇପାରିବ ନାହିଁ ବୋଲି କହିଛନ୍ତି । ତେଣୁ ଯେଉଁମାନେ ୧୯୯୪ ନିୟମ ଆଧାରରେ ଆବେଦନ କରିଛନ୍ତି ସେମାନଙ୍କ କଥାକୁ ବିଚାରକୁ ନେଇ ରାଜ୍ୟ ସରକାର ଗ୍ରାଣ୍ଟ୍-ଇନ୍-ଏଡ୍ ପ୍ରଦାନ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ମାମଲା ପରିଚାଳନା କରୁଥିଲେ ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129