ସିବିଏସଇ ଦଶମ ଓ ଦ୍ଵାଦଶ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରିଛି “ଦେବ ଇଣ୍ଟର ନ୍ୟାସନାଲ ସ୍କୁଲ” ଯାଜପୁର

ଯାଜପୁର/ବ୍ୟାସନଗର;୧୪/୦୫(ବ୍ୟୁରୋ): ପ୍ରକାଶ ପାଇଛି ୨୦୨୪-୨୫ ଶିକ୍ଷାବର୍ଷ ସିବିଏସଇ ଦଶମ ଓ ଦ୍ଵାଦଶ ପରୀକ୍ଷା ଫଳ । ଚଳିତ ବର୍ଷ ଦ୍ଵାଦଶରେ ମୋଟ ପାସ୍ ହାର ୮୮.୩୯ ପ୍ରତିଶତ ଥିବା ବେଳେ ଦଶମ ପାସ ହାର ୯୩.୬୬ ପ୍ରତିଶତ ରହିଛି । ଏହା ମଧ୍ୟରୁ ଝିଅଙ୍କ ପାସ୍ ହାର ୯୧.୬୪ପ୍ରତିଶତ ଥିବା ବେଳେ, ପୁଅଙ୍କ ପାସ୍ ହାର ୮୫.୭୦ ରହିଛି । ତେବେ ବ୍ୟାସନଗର ପୌରାଞ୍ଚଳ କୁସୁନପୁର ସ୍ଥିତ “ଦେବ ଇଣ୍ଟର ନ୍ୟାସନାଲ ସ୍କୁଲ”ର ଛାତ୍ର ଛାତ୍ରୀ ସିବିଏସଇ ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ ଅପୂର୍ବ ସଫଳତା ହାସଲ କରିଛନ୍ତି। ଦୁଇଟି ଯାକ ପରୀକ୍ଷାରେ ସ୍କୁଲ ଶତ ପ୍ରତିଶତ ସଫଳତା ହାସଲ କରିଛି।

 

ସିବିଏସଇ ଦଶମ ବୋର୍ଡ ପରୀକ୍ଷା ରେ ୧୦୭ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଇଶାନ ଗୁପ୍ତା ୯୯% ଓ ମୟଙ୍କ ରାଜ ୯୯% ରଖି ଟପର ହୋଇଛନ୍ତି। ତତ୍ ସହିତ ସାଇ ଶ୍ଳୋକ ବିଶ୍ଵାଳ ୯୮%, ଅନନ୍ୟା ସିଂହ ୯୭% ,ଭାରତ ବଜାଜ ୯୭% ରଖି ଦଶମ ପରୀକ୍ଷା ରେ ଗୌରବ ହାସିଲ କରିଛନ୍ତି। ୯୦%ଉର୍ଦ୍ଧ୍ବ ନମ୍ୱର୍ ରଖି ୪୫ଜଣ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

ସେହିପରି ଦ୍ୱାଦଶ ପରୀକ୍ଷାରେ ୨୯୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୯୦ ପ୍ରତିଶତ ରୁ ଉର୍ଦ୍ଧ୍ବ ୩୫ ଜଣ ରହିଛନ୍ତି। ବିଜ୍ଞାନରେ ୩୦ ଜଣ ଓ ବାଣିଜ୍ୟରେ ପାଞ୍ଚ ଜଣ। ବିଜ୍ଞାନରେ ସ୍ଵୟମ ନିର୍ଲିପ୍ତା ସାହୁ ୯୮.୨% ନମ୍ୱର୍ ରଖି ଟପର ହୋଇଛନ୍ତି। ତତ୍ ସହିତ ରୋସନ୍ ଗୁପ୍ତା ୯୫.୬%, ଆର୍ ବି ଶୁଭମ୍ ୯୪.୮ %, ବାଣିଜ୍ୟରେ ଅଙ୍କିତ କୁମାର ନାୟକ ୯୪%, ଚିରଞ୍ଜିବ ପତି ୯୩.୬ % , ଚନ୍ଦନ ଶର୍ମା ୯୩.୨% ,ତୃପ୍ତିସ୍ମିତା ସ୍ୱାଇଁ ୯୨.୮%, ଦିପ୍ତିମୟୀ ମହନ୍ତ ୯୨.୩% ରଖି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି।

 

ଅଧ୍ୟକ୍ଷ ବୁଦ୍ଧଦେବ ରାଉତ,ମୁଖ୍ୟ ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା, ଉପ ପ୍ରଧାନାଚାର୍ୟ ଆର ଏନ ରୟତ ସିଂ ଓ ଚକ୍ରଧର ପାଣି, ଏକାଡେମିକ କୋର୍ଡିନେଟର ସୋନିଆ ବେଦୀ ଓ ବଲବୀର ସିଂ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ବିଦ୍ୟାର୍ଥୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଉଜ୍ୱଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି।

 

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129