ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବାବା ମହାବିନାୟକଙ୍କ ପୀଠରେ ପ୍ରସାଦ ବଣ୍ଟନ

ବ୍ୟାସନଗର,୦୫/୦୮(ବ୍ୟୁରୋ):  ୩ଅଗଷ୍ଟ ରବିବାର ଦିନ ଯାଜପୁର ବାବା ମହାବିନାୟକଙ୍କ ପୀଠ ଠାରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ପ୍ରସାଦ ବଣ୍ଟନ କରାଯାଇଥିଲା । ଯାଜପୁର ଜିଲ୍ଲା ବଜରଙ୍ଗ ଦଳ ଗୋରକ୍ଷା ପ୍ରମୁଖ ସନ୍ତୋଷ ସାହୁଙ୍କ ନେତୃତ୍ୱରେ ବାବା ମହାବିନାକଙ୍କ ପ୍ରାଙ୍ଗଣରେ ୨୦୦୦ କାଉଡ଼ିଆ ଭକ୍ତଙ୍କ ପାଇଁ ପ୍ରସାଦ, ପାଣି ବୋତଲ ଓ ଚାହାର ସୁବ୍ୟବସ୍ଥା କରାଯାଇଥିଲା । ରବିବାର ଦିବା ୪ ଘଟିକା ଠାରୁ ରାତ୍ର ୧୧.୩୦ ମିନିଟ ପର୍ଯ୍ୟନ୍ତ ବଂଟନ କାର୍ଯ୍ୟ ଚାଲୁ ରହିଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିତରଞ୍ଜନ ଗିରି, ବିଶ୍ୱ ହିନ୍ଦୁ ପରିଷଦର ଜିଲ୍ଲା ସହ ସମ୍ପାଦକ ହିମାଂଶୁ ଶେଖର ବଳ, ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ବସନ୍ତ କୁମାର ପାତ୍ର, ଜିଲ୍ଲା ସହ ସଂଯୋଜକ ସାରଦା ପ୍ରସନ୍ନ ବଳ, ଜିଲ୍ଲା ସୁରରକ୍ଷା ପ୍ରମୁଖ ସନ୍ତୋଷ ପତି, ସହ ସୁରକ୍ଷା ପ୍ରମୁଖ ଅସିତ ଦାସ, ବଡ଼ଚଣା ପ୍ରଖଣ୍ଡ ବିଶ୍ୱହିନ୍ଦୁ ପରିଷଦ ସମ୍ପାଦକ ବିଜୟ ସାହୁ, ଧର୍ମଶାଳା ପ୍ରଖଣ୍ଡ ବଜରଙ୍ଗ ଦଳ ସଂଯୋଜକ କିଶୋର ସାମଲ ସମେତ ସଞ୍ଜୟ ନାୟକ, ପ୍ରଶାନ୍ତ ପରିଡ଼ା, ପ୍ରଦୀପ ପରିଡ଼ା, ରବୀନ୍ଦ୍ର ସେଠୀ, ସୁବାସ ଜେନା, ଅରମାନ ପାତ୍ର, ସୁଧାଂଶୁ ସେଠୀ, ଶ୍ରୀଧର ପାତ୍ର, ବାସୁଦେବ ନାୟକ, ଅନୁପମ ପାତ୍ର, ଚିକୁନ୍‌, ରାଜେଶ ପ୍ରମୁଖ ୫୦ରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତା ସହଯୋଗ କରିଥିଲେ ।

 

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129