ବ୍ୟାସନଗର ପବ୍ଲିକ୍ ସ୍କୁଲର ସାଇରାଜ,ରଶ୍ମିରଞ୍ଜନ,ଶକ୍ତି ଙ୍କୁ ଇଣ୍ଟରନ୍ୟାସନାଲ କରାଟେ ଚମ୍ପିୟାନସିପ ତରଫରୁ ରୋପ୍ୟ ପଦକ

ଯାଜପୁର;୦୪/୦୯ (ନି ପ୍ର): ବ୍ୟାସନଗର ପୌରାଞ୍ଚଳରେ ଥିବା ବ୍ୟାସନଗର ପବ୍ଲିକ୍ ସ୍କୁଲର ଛାତ୍ର ସାଇରାଜଙ୍କୁ ମିଳିଲା ଇଣ୍ଟରନ୍ୟାସନାଲ କରାଟେ ଚମ୍ପିୟାନସିପ ତରଫରୁ ରୋପ୍ୟ ପଦକ। ୩୧ ଅଗଷ୍ଟ ୨୦୨୫ ରବିବାର ଦିନ ଇଣ୍ଟରନ୍ୟାସନାଲ କରାଟେ ଚମ୍ପିୟାନସିପ ତରଫରୁ ଆୟୋଜିତ ଅନ୍ତର୍ଦେଶୀୟ କରାଟେ ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟ ତଥା ଦେଶରୁ ଆସିଥିବା ପ୍ରତିଯୋଗୀଙ୍କ ମଧ୍ୟରୁ ଓଡ଼ିଶାରୁ କୋଡ଼ିଏ ଜଣ ଭାଗ ନେଇଥିଲେ। କଲିକତା ସ୍ଥିତ ଅଲ୍ଲାମୋହନ ଦାସ ଇଣ୍ଡୋର୍ ଷ୍ଟାଡିୟମ୍ ରେ ଆୟୋଜିତ ଏହି କରାଟେ ପ୍ରତିଯୋଗିତାରେ ବିଭିନ୍ନ ଦେଶରୁ ଆସିଥିବା ପ୍ରତିଯୋଗୀ ନିଜ ନିଜର ପ୍ରତିଭା ଦେଖାଇଥିଲେ।ଏଥି ମଧ୍ୟରୁ ବ୍ୟାସନଗର ପବ୍ଲିକ୍ ସ୍କୁଲର ଛାତ୍ର ସାଇରାଜ ସାମନ୍ତରାୟ, ରଶ୍ମିରଞ୍ଜନ, ଶକ୍ତିଙ୍କୁ ରୋପ୍ୟ ପଦକ ପ୍ରାପ୍ତ ହୋଇଥିଲା। ସେମାନଙ୍କର କ୍ରୀଡା କୌଶଳ ଓ ତାଙ୍କର ଆଗ୍ରହ ଆଜି ତାଙ୍କୁ କରାଟେ କ୍ଷେତ୍ରରେ ଇଣ୍ଟରନ୍ୟାସନାଲ ସ୍ଥରରେ ରୋପ୍ୟ ପଦକ ପର୍ଯ୍ୟନ୍ତ ପହଞ୍ଚାଇ ବିଦ୍ୟାଳୟ ପାଇଁ ଗୌରବ ଆଣିପାରିଛି । ଆଗାମୀ ଦିନରେ ତାଙ୍କର ଚେଷ୍ଠା ସାହସିକତା ତାଙ୍କୁ ସ୍ୱର୍ଣ୍ଣ ପଦକ ହାସଲ ପାଇଁ ମାର୍ଗ ଦେଖାଇବ ବୋଲି ଆଶା ରଖାଯାଇଛି।ବିଦ୍ୟାଳୟର ଅଧ୍ୟକ୍ଷା ଡ଼. ଦେବସ୍ମିତା ସାହୁ ଓ ଉପ ପ୍ରଧାନାଚାର୍ୟ ନାରାୟଣ ଚନ୍ଦ୍ର ରାଉଳ ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି। ଏଥି ସହ ଡାଇନାମିକ ଇନଷ୍ଟିଚ୍ୟୁଟ ଅଫ କରାଟେ ଏବଂ ୟୋଗା ର  ଚେୟାରମେନ ତଥା ବ୍ଲାକ ବେଲ୍ଟ ଉପାଧି ପ୍ରାପ୍ତ ମନୋରଞ୍ଜନ ଭଞ୍ଜ ମଧ୍ୟ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

 

 

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129