“ଏକ ପେଡ଼ ମା କେ ନାମ” କାର୍ଯ୍ୟକ୍ରମରେ ପଞ୍ଜାବ ଏଣ୍ଡ ସିନ୍ଧ ବ୍ୟାଙ୍କ୍ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବ୍ୟାସନଗର;୧୭/୦୯ (ନି ପ୍ର):ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିନ ଅବସରରେ ଭାରତର ବିଭିନ୍ନ ସ୍ଥାନରେ ଆଜି ବୁଧବାର ବୃକ୍ଷରୋପଣ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି । ଓଡିଶା ସରକାର ଏହି ପରିପ୍ରେକ୍ଷୀରେ ରାଜ୍ୟରେ ୭୫ ଲକ୍ଷ ଚାରାରୋପଣ କରିବାକୁ ଯୋଜନା କରିଛନ୍ତି । ଆଜି ସକାଳ ୦୬ଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହା ଚାଲୁ ରହିଥିବାର ଜଣାଯାଇଛି । ଏହି ଅବସରରେ “ଏକ ପେଡ଼ ମା କେ ନାମ” କାର୍ଯ୍ୟକ୍ରମରେ ପଞ୍ଜାବ ଏଣ୍ଡ ସିନ୍ଧ ବ୍ୟାଙ୍କ୍ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି। ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କ୍ ମ୍ୟାନେଜର ସୁଶ୍ରୀ ସ୍ୱାଗତିକା ସାମନ୍ତରାୟଙ୍କ ତତ୍ଵାବଧାନରେ ଉତ୍ସବ୍ ପ୍ୟାଲେସ ପରିସରରେ ବ୍ୟାଙ୍କ୍ କର୍ମଚାରୀଙ୍କ ମିଳିତ ସହଯୋଗରେ ବୃକ୍ଷ ରୋପଣ କରାଯାଇଥିଲା। ବୃକ୍ଷ ହିଁ ଜୀବନ ସମସ୍ତେ ମିଳିମିଶି ଯଦି ଗୋଟିଏ ଗୋଟିଏ ଗଛ ଲଗାଇପାରିବା ତାହେଲେ ଯାଇ ଏ ପୃଥିବୀ ମାତା ହରାଭରା ହୋଇ ହସି ଉଠିବ ବୋଲି ଶାଖା ପରିଚାଳକ ସୁଶ୍ରୀ ସ୍ୱାଗତିକା କହିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କ୍ କର୍ମଚାରୀଙ୍କ ମଧ୍ୟରେ ଅନ୍ଵେଶ କୁମାର ଧଳ, ପ୍ରିୟବ୍ରତ ସାମଲ, ସୁକାନ୍ତ ବେହେରା,ଶିଶିର କୁମାର ସିଂ ଙ୍କ ସହ ରାଜ୍ୟସ୍ତରୀୟ ମାନବାଧିକାର କର୍ମୀ ଦୀପକ ରଞ୍ଜନ ପାଣିଗ୍ରାହୀ ଉପସ୍ଥିତ ଥିଲେ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129