ସାହାରା ଇଣ୍ଡିଆ ପ୍ରତିଷ୍ଠାତା ସୁବ୍ରତ ରାୟଙ୍କ ପରଲୋକ

ନୁଆଦିଲ୍ଲୀ; ୧୬/୧୧(ବ୍ୟୁରୋ): ସାହାରା ଇଣ୍ଡିଆ ପ୍ରତିଷ୍ଠାତା ସୁବ୍ରତ ରାୟଙ୍କ ମଙ୍ଗଳବାର ଦିନ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସାହାରର ପ୍ରତିଷ୍ଠାତା ସୁବ୍ରତ ରାୟ ଦୀର୍ଘ ଦିନ ଧରି ଅସୁସ୍ଥ ଥିବାର ସୂଚନା ମିଳିଥିଲା। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ହଠାତ୍ ତାଙ୍କର ମୃତ୍ୟୁର ସମସ୍ତ ଙ୍କୁ ସ୍ଥବ୍ଧ କରି ଦେଇଦେଇଛି।ତାଙ୍କର ମର ଶରୀରକୁ ବୁଧବାର ଲକ୍ଷ୍ନୌର ସାହାରା ସହର ଅଣାଯିବା ର କାର୍ଯ୍ୟକ୍ରମ ରହିଛି। ଏଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଲୋଦଆଯିବ।୧୯୪୮ ମସିହା ଜୁନ ୧୦ ତାରିଖରେ ବିହାରର ଅରରିଆରେ ସୁବ୍ରତ ରାୟ ଜନ୍ମଗ୍ରହଣ କରିଥିଲେ। ସେ ଭାରତ ପ୍ରମୁଖ କାରବାର ସାହାରା ଇଣ୍ଡିଆ ପରିବାରର ସଂସ୍ଥାପକ ଥିଲେ। ସେ ସମଗ୍ର ଦେଶରେ ସାହାରାଶ୍ରୀ ନାମରେ ବେଶ ପରିଚିତ ଥିଲେ। ସୁବ୍ରତ ଗୋରଖପୁରର ସରକାରୀ ଟେକ୍ନିକାଲ ଇନଷ୍ଟିଚ୍ୟୁଟ୍‌ରୁ ମେକାନିକାଲ ଇଞ୍ଜିନିୟରିଂରେ ଉଚ୍ଚଶିକ୍ଷା ଲାଭ କରିଥିଲେ। ସେ ନିଜର ବ୍ୟବସାୟ ଗୋରଖପୁରରୁ ଆରମ୍ଭ କରିଥିଲ।
ପାଟନା ହାଇକୋର୍ଟରେ ସାହାରା ଇଣ୍ଡିଆ ବିରୋଧରେ ଲୋକଙ୍କ ଜମା ରାଶି ଦୀର୍ଘ ବର୍ଷ ଧରି ପୈଠ କରି ନଥିବା ମାମଲା ବିଚାରଧୀନ ରହିଛି। ଲୋକେ ନିଜର ଅର୍ଥ କମ୍ପାନୀର ଅନେକ ସ୍କିମରେ ନିବେଶ କରିଥିଲେ। ଦୀର୍ଘ ସମୟ ଧରି କୋର୍ଟରେ ମାମଲାର ଶୁଣାଣି ଚାଲିଥିଲା। ପରବର୍ତ୍ତୀ ସମୟରେ ମାମଲା ସୁପ୍ରିମକୋର୍ଟକୁ ଯାଇଥିଲା। ସାହାରାଶ୍ରୀଙ୍କୁ ଏହି ମାମଲାରେ ସୁପ୍ରିମକୋର୍ଟରୁ ବଡ଼ ଆଶ୍ଵସ୍ତି ମିଳିଥିଲା। ଗତ ବର୍ଷ ସର୍ବୋଚ୍ଚ ନ୍ୟାୟାଳୟ ପାଟନା ହାଇକୋର୍ଟଙ୍କ ଗିରଫଦାରୀ ଆଦେଶ ଉପରେ ତତ୍କାଳ ଶୁଣାଣି କରି ରୋକ୍ ଲଗାଇଥିଲେ। ଏହା ସହିତ ସୁବ୍ରତଙ୍କ ବିରୋଧରେ ଆଗକୁ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଉପରେ ସ୍ଥିତାବସ୍ଥା ବଜାୟ ରଖିବାକୁ ଆଦେଶ ଦେଇଥିଲେ।ଜମାକାରୀଙ୍କ ଜମା ପୁଞ୍ଜି ଫେରସ୍ତ ନ କରିବାର ଆଉ ଏକ ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି। ଏହି ମାମଲାରେ ସେ ଜାମିନରେ ବାହାରେ ଥିଲେ। ଅନ୍ୟପଟେ ନିବେଶକଙ୍କ ଅର୍ଥ ଫେରାଇବା ନେଇ ସାହାରା ଇଣ୍ଡିଆର କହିବା କଥା ତାଙ୍କ କମ୍ପାନୀ ସମସ୍ତ ବକୈୟା ଅର୍ଥ ସେବି ନିକଟରେ ଜମା କରି ସାରିଛି। ଏବେ ସାଧାରଣ ଲୋକେ ତାଙ୍କର ନିଧନ ପରେ ଚିନ୍ତିତ କି ତାଙ୍କର ଜମା ରାଶି ଫେରି ପାଇବେ କି ନାହିଁ।

 

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129