ସଂକ୍ଷେପରେ ହାତମୁଠାରେ ୨୫ ଖବର


୧.ନୂଆଦିଲ୍ଲୀ: କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ନୂଆ କୃଷି ମନ୍ତ୍ରୀ ଭାବେ ଦାୟିତ୍ବ ଦିଆଯାଇଛି।
୨.ମଝି ଆକାଶରେ ଜଳିଲା ଋଷର କାର୍ଗୋ ବିମାନ: ଭିଡିଓ ଭାଇରାଲ୍।
୩.ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ନେଇ ଡିସେମ୍ବର ୧୧ ତାରିଖରେ ରାୟ ଶୁଣାଇବେ ସୁପ୍ରିମକୋର୍ଟ।
୪.ଆୟ ବର୍ହିଭୁତ ସମ୍ପତ୍ତି ମାମଲା ରୁଜୁରେ ଓଡିଶା ଭିଜିଲାନ୍ସ ଏକ ନମ୍ବର।
୫.ଐତିହାସିକ ବାଲିଯାତ୍ରା ୯ ଦିନରେ ହେଲା ୩୦୦ କୋଟି କାରବାର।
୬.ତେଲେଙ୍ଗାନାରେ ରେବନ୍ତଙ୍କ ରାଜୁତି ଆରମ୍ଭ । ବାହୁବଳୀ ଶୈଳୀରେ ଶପଥ ପାଠ କରି ଚର୍ଚ୍ଚାରେ ନୂଆ ମୁଖ୍ୟମନ୍ତ୍ରୀ।
୭.ହଜାରେ ପୁଅରେ ୯୨୫ ଝିଅ,ଦେଶରେ ଷଷ୍ଠ ସ୍ଥାନରେ ଓଡ଼ିଶା।
୮.ଶିକ୍ଷା ପ୍ରଶାସନ କ୍ଷେତ୍ରରେ ରାଜ୍ୟର ୪ ଶିକ୍ଷା ଅଧିକାରୀଙ୍କୁ ମିଳିବ ଜାତୀୟ ପୁରସ୍କାର।
୯.କୋରାପୁଟ:କଫିି ଚାହିଦା ଦେଖି ଓଡିଶାରେ ୧.୫ ଲକ୍ଷ ହେକ୍ଟର କଫି ଚାଷ କରିବାକୁ ଲକ୍ଷ୍ୟ ରଖାଯାଇଛି।
୧୦.ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ୭୯୫୬୫ଟି ଆବେଦନ, ଯାଞ୍ଚ ପ୍ରକ୍ରିୟା ଆରମ୍ଭ।
୧୧.ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା! ଚୌଦ୍ୱାର ଓ ସମ୍ବଲପୁରରେ ୱେଲ୍ସସ୍ପୁନ ପ୍ରକଳ୍ପ ପାଇଁ ସ୍ୱତନ୍ତ୍ର ପ୍ୟାକେଜ, ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୦ ପ୍ରସ୍ତାବକୁ ମଞ୍ଜୁରୀ।
୧୨.ଏକକ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ୪ ହଜାର ୮୦୪ କୋଟି ମୂଲ୍ୟର ୧୯ଟି ପ୍ରକଳ୍ପକୁ ମଞ୍ଜୁରୀ,ସୃଷ୍ଟି ହେବ ୧୭୫୫୩ଟି ନିଯୁକ୍ତି।
୧୩.ବର୍ଷା ପରେ ବଦଳିଲା ପାଗ, ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ତାପମାତ୍ରା, ୧୦ରୁ ବଢିବ ଶୀତ।
୧୪.୨୦୩୬ରେ ଓଡ଼ିଶା ହେବ ବୟସ୍କଙ୍କ ରାଜ୍ୟ, ଜାତୀୟ ହାର ଠାରୁ ଯଥେଷ୍ଟ କମ୍ ରହିଛି ଓଡ଼ିଶାର ପ୍ରଜନନ ହାର।
୧୫.+୨ ପରୀକ୍ଷା ଫର୍ମ ପୂରଣ ଅବଧି ବୃଦ୍ଧି,୪୫୦ ଟଙ୍କା ଜୋରିମାନା ଦେଇ ୧୧ରୁ ୧୩ ମଧ୍ୟରେ କରିପାରିବେ ଫର୍ମ ଫିଲପ୍।
୧୬.ପୁରୀ ର ଧର୍ମଜ୍ୟୋତି ଲଜିଂଠୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଯାଏ ଲମ୍ବିବ ଟନେଲ ସଦୃଶ ଶୀତତାପ ନିୟନ୍ତ୍ରିତ ବ୍ୟାରିକେଡ୍ ।
୧୭.କନ୍ଧମାଳରେ ୭୦ ତମ ରାଜ୍ୟସ୍ତରୀୟ ପୁରୁଷ ଭଲିବଲ ଟୁର୍ଣ୍ଣାମେଣ୍ଟ, ଉଦଘାଟନ କଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ।
୧୮.ତେଜୁଛି ନୂଆ ଜିଲ୍ଲା ଦାବି: ପଦ୍ମପୁର ଜିଲ୍ଲା ଗଠନ ପାଇଁ ପ୍ରକ୍ର୍ରିୟା ଆରମ୍ଭ ପରେ ଆଠଗଡ଼ ଓ ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଳା ମାନ୍ୟତା ଦେବା ପାଇଁ ଜୋରଧରିଲା ଦାବି।
୧୯.ପଟ୍ଟାମୁଣ୍ଡାଇ:ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଗଲା ନିଆଁ : ୫ ବର୍ଷ ଶିଶୁର ମୃତ୍ୟୁ, ୨ ଗୁରୁତର।
୨୦.ବିଶୁଦ୍ଧ ରହିବ ଦୟା ନଦୀର ଜଳ, ଗଙ୍ଗୁଆ ଓ ଦୟା ନଦୀ ସଂଯୋଗ ସ୍ଥଳରେ ହେବ ଟ୍ରିଟ୍ ମେଣ୍ଟ ପ୍ଲାଣ୍ଟ।
୨୧. ଭୁବନେଶ୍ୱର:NMIMS ବିଶ୍ଵ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ।
୨୨.ଗଂଜାମ ଛତ୍ରପୁରରେ ଝିମିଟି ଖେଳରୁ ମହାଭାରତ: କ୍ରିକେଟ୍ ପଡିଆରେ କଥା କଟାକଟି, ଫେରିବା ବାଟରେ ଯବାନଙ୍କୁ ମରଣାନ୍ତକ ଆକ୍ରମଣ।
୨୩.କ୍ୟାପିଟାଲ ଥାନା ଚନ୍ଦୁ ହତ୍ୟା ମାମଲା, ଦୋଷୀ କାହ୍ନା ନାୟକକୁ ଆଜୀବନ ଜେଲ୍‌।
୨୪.ଆନ୍ତଃରାଜ୍ୟ ଫେକ୍ ସିମ୍ କାର୍ଡ ଗ୍ୟାଙ୍ଗର ପର୍ଦ୍ଦାଫାସ୍, ମାଷ୍ଟରମାଇଣ୍ଡ ପଶ୍ଚିମବଙ୍ଗରୁ ଗିରଫ।
୨୫.ରାମମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବ ପାଇଁ ୮ହଜାର ଅତିଥିଙ୍କୁ ନିମନ୍ତ୍ରଣ । ଅମିତାଭ ବଚ୍ଚନ, ସଚିନ ତେନ୍ଦୁଲକର, ବିରାଟ କୋହଲୀ ସହ ଯୋଗଦେବେ ବିଭିନ୍ନ କ୍ଷେତ୍ରର ମାନ୍ୟଗଣ୍ୟ ବ୍ୟକ୍ତି।

 

 

 

 

 

 

 

 

 

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129