ନିଜ ହାତ ମୁଠାରେ ସଂକ୍ଷିପ୍ତ ଖବର

ଭୁବନେଶ୍ୱର;୧୫/୧୨(ଜ୍ୟୋତି ରଞ୍ଜନ ଙ୍କ ଠାରୁ):

୧.ପ୍ରଥମ ଥର ପାଇଁ ମାଟ୍ରିକ ପରୀକ୍ଷାକୁ ମନିଟରିଂ କରିବ AI କ୍ୟାମେରା।

୨.କଟକ: ସାରଳା ସାହିତ୍ଯ ସଂସଦର ସାରସ୍ବତ ଆସର;ପାଞ୍ଚ ପ୍ରତିଭା ହେଲେ ସମ୍ମାନିତ।

୩. ଶହେ ବର୍ଷର ସମସ୍ୟା, ଶହେ ଦିନରେ ଅନ୍ତ; ବିସ୍ଥାପିତଙ୍କୁ ଜମିପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୪.ଭୁବନେଶ୍ୱର:ଆଜି ଜାତୀୟ ରେଳ ପୁରସ୍କାର ପ୍ରଦାନ କରିବେ ରେଳ ମନ୍ତ୍ରୀ।

୫.ଯାଜପୁର ରୋଡ଼ କାଳୀ ମେଲଣ ପଡ଼ିଆରେ ଚାଲିଛି ପୁସ୍ତକ ମେଳା।

୬. ଜନତା ମଇଦାନରେ ତୋଷାଳୀ ଜାତୀୟ ହସ୍ତତନ୍ତ ମେଳା,୧୨ ଦିନ ଧରି ଚାଲିବ।

୭. ଡିସେମ୍ବର ୨୬ରେ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ, ରାଜ୍ୟବ୍ୟାପୀ ପାଳନ ପାଇଁ ଦଳର ଯୋଜନା।
୮.ଭୁବନେଶ୍ୱର:ଜି ଉଦୟଗିରିରେ ପାରଦ ଏବେ ୭ ଡିଗ୍ରୀ, ଦାରିଙ୍ଗବାଡିରେ ୯.୫ ଡିଗ୍ରୀ।

୯.ଭୁବନେଶ୍ୱର:ଲାଞ୍ଚ ନେଇ ଗିରଫ ହେଲେ କ୍ଷୁଦ୍ର ଜଳ ସେଚନ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ସେକ୍ସନ ଅଫିସର ଶୁଭକାନ୍ତ ସ୍ୱାଇଁ ।

୧୦.ନୟାଗଡ଼ ସବ୍‌ ରେଜିଷ୍ଟ୍ରାର ଶାଶ୍ବତ ପଟ୍ଟନାୟକ ଗିରଫ, ଦରମା ତୁଳନାରେ ଆୟ ୭୯% ଅଧିକ।

୧୧.Google ଦେଲା ଭୁଲ୍ ଠିକଣା, ଚାନ୍ଦିପୁର ବଦଳେ ସିନ୍ଧୁଆ ପହଞ୍ଚି ଗଲେ ଫ୍ରାନ୍ସ ଯୁବକ।

୧୨.କୋରାପୁଟରେ ଗଡ଼ିଲା ଲକ୍ଷ୍ମୀ ବସ୍, ୨୩୪ ପଞ୍ଚାୟତକୁ ଯୋଡ଼ିବ ୬୩ଟି ଲକ୍ଷ୍ମୀ ବସ୍।

୧୩.ମୋହନା ବ୍ଲକ ମଳାସପଦର ପଞ୍ଚାୟତ:ଗାଁରେ ବୁଲୁଛି ବାଘ ! ଭୟରେ ଲୋକେ ତାଟି କବାଟ ବୁଜି ଘରେ ବସିଛନ୍ତି।

୧୪.ମା’ଶାରଳାଙ୍କ ହୁଣ୍ଡିରୁ ଚୋରି । ୭ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା।

୧୫. T20 ଶୃଙ୍ଖଳା ବରାବର,ଶେଷ ମ୍ୟାଚ୍ ରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ଭାରତ।
୧୬. ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ହେବ ମାଟ୍ରିକ ପରୀକ୍ଷା, ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା।

୧୭. ମାର୍ଚ୍ଚ ୬ରୁ ନବମ ବାର୍ଷିକ ପରୀକ୍ଷା, Email ରେ ବିଦ୍ୟାଳୟ ଆଇଡିକୁ ଯିବ ପ୍ରଶ୍ନ ପତ୍ର।

୧୮.ସଡକ ଦୁର୍ଘଟଣା ହ୍ରାସକୁ ଗୁରୁତ୍ୱ:ମାସ ସାରା କଡାକଡି ହେବ ଚଢାଉ।

୧୯. ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଷ୍ଣୁଦେଓ ସାଏ,ମଧ୍ୟ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଯାଦବ।

୨୦.ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଥଣ୍ଡା, ଥଣ୍ଡା ପରେ ବଢ଼ିଲା କୁହୁଡି ଆଶଙ୍କା, କେନ୍ଦୁଝରରେ ସବୁଠୁ କମ୍ ତାପମାତ୍ରା ୯.୬ ଡିଗ୍ରୀ ରେକର୍ଡ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129