ଜେଲ୍‌ରେ ବଢ଼ୁଛି ଶିକ୍ଷିତ କଏଦୀଙ୍କ ସଂଖ୍ୟା

କଟକ;୧୧/୦୧(ବ୍ୟୁରୋ): ଜେଲ୍‌ରେ ଦେଖିବାକୁ ମିଳୁଛି ଶିକ୍ଷିତ କଏଦୀଙ୍କ ସଂଖ୍ୟା। ଅର୍ଥାତ ଉଚ୍ଚଶିକ୍ଷା ପାଇଥିବା ଯୁବକମାନେ ବି ଏବେ ଅଧିକରୁ ଅଧିକ ଅପରାଧରେ ସାମିଲ ହୋଇ ଦଣ୍ଡ ଭୋଗୁଛନ୍ତି। ଏଭଳି ତଥ୍ୟ ଏବେ ସାମାଜିକ ଦୃଷ୍ଟିକୋଣରୁ ଉଦ୍‌ବେଗର କାରଣ ହୋଇଛି। ତଥ୍ୟ ଅନୁଯାୟୀ ରାଜ୍ୟର ବିଭିନ୍ନ ଜେଲରେ ଏବେ ୪ ହଜାର ୯୬୧ ଜଣ ଉଚ୍ଚ ଶିକ୍ଷିତ କଏଦୀ ଅଛନ୍ତି। ଏମାନେ ସ୍ନାତକ, ସ୍ନାତକୋତ୍ତର, ବୈଷୟିକ ଶିକ୍ଷାରେ ଡିଗ୍ରି ହାସଲ କରିଛନ୍ତି।ଅନ୍ୟପଟେ ଜେଲ୍ ସଂସ୍କାର ଯୋଜନାରେ ୪୯୪ କଏଦୀଙ୍କୁ ଉଚ୍ଚ ଶିକ୍ଷା ଏବଂ ୯୧ ଜଣଙ୍କୁ କମ୍ପ୍ୟୁଟର ଶିକ୍ଷା ଯୋଗାଇ ଦିଆଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି। ତଥ୍ୟ ଅନୁଯାୟୀ ଓଡ଼ିଶାରେ ୯୨ଟି ଜେଲ୍‌ରେ ୨୦୨୨ ବର୍ଷରେ ମୋଟ ୨୮ ଶହ ୭୮ ଦୋଷୀ ସାବ୍ୟସ୍ତ କଏଦୀଙ୍କ ମଧ୍ୟରୁ ନିରକ୍ଷରଙ୍କ ସଂଖ୍ୟା ୯୫୦ ଥିବା ବେଳେ ମାଟ୍ରିକ ତଳକୁ ପଢ଼ିଥିବା କଏଦୀଙ୍କ ସଂଖ୍ୟା ୧୫ଶହ, ମାଟ୍ରିକରୁ ଯୁକ୍ତ ଦୁଇ ପଢ଼ିଥିବା କଏଦୀଙ୍କ ସଂଖ୍ୟା ୩୨୮, ସ୍ନାତକଙ୍କ ସଂଖ୍ୟା ୭୨, ବୈଷୟିକ ଡିଗ୍ରି କିମ୍ବା ଡିପ୍ଲୋମାଙ୍କ ସଂଖ୍ୟା ୧୫, ସ୍ନାତକୋତ୍ତରଙ୍କ ସଂଖ୍ୟା ୧୩ ରହିଛି। ସେହିଭଳି ଏହି ବର୍ଷରେ ବିଚାରାଧୀନ କଏଦୀ ୧୬ ହଜାର ୫୮ ଥିବା ବେଳେ ଏଥିରେ ନିରକ୍ଷରଙ୍କ ସଂଖ୍ୟା ୪ ହଜାର ୨୩୧, ମାଟ୍ରିକ ତଳକୁ ପଢ଼ିଥିବା ସଂଖ୍ୟା ୭ ହଜାର ୨୯୪, ମାଟ୍ରିକରୁ ଯୁକ୍ତ ଦୁଇ ସଂଖ୍ୟା ୩ ହଜାର ୧୯୨, ସ୍ନାତକ ସଂଖ୍ୟା ୮୩୭, ବୈଷୟିକ କିମ୍ବା ଡିପ୍ଲୋମା ସଂଖ୍ୟା ୩୨୯, ସ୍ନାତକୋତ୍ତର ସଂଖ୍ୟା ୧୭୫ ରହିଛି। ୨୦୨୧ ବର୍ଷରେ ମୋଟ ଦୋଷୀ ସାବ୍ୟସ୍ତ କଏଦୀଙ୍କ ସଂଖ୍ୟା ଥିଲା ୨ ହଜାର ୬୨୦। ଏଥିରୁ ନିରକ୍ଷର କଏଦୀଙ୍କ ସଂଖ୍ୟା ୯୨୭ ଥିବା ବେଳେ, ମାଟ୍ରିକ ତଳକୁ ପଢ଼ିଥିବା କଏଦୀ ସଂଖ୍ୟା ୧ ହଜାର ୨୭୧, ମାଟ୍ରିକରୁ ଯୁକ୍ତ ଦୁଇ ସଂଖ୍ୟା ୩୩୧, ସ୍ନାତକ ସଂଖ୍ୟା ୭୧, ବୈଷୟିକ ଡିଗ୍ରି କିମ୍ବା ଡିପ୍ଲୋମା ସଂଖ୍ୟା ୧୩, ସ୍ନାତକୋତ୍ତର ସଂଖ୍ୟା ୭ ରହିଥିଲା। ସେହିବର୍ଷ ଜେଲ୍‌ରେ ମୋଟ ବିଚାରାଧୀନ କଏଦୀଙ୍କ ସଂଖ୍ୟା ୧୮ ହଜାର ୧୬୪ ରହିଥିବା ବେଳେ ସେମାନଙ୍କ ମଧ୍ୟରେ ନିରକ୍ଷରଙ୍କ ସଂଖ୍ୟା ୪ ହଜାର ୭୪୭, ମାଟ୍ରିକ ତଳକୁ ପଢ଼ିଥିବା କଏଦୀଙ୍କ ସଂଖ୍ୟା ୮ ହଜାର ୮୯୪, ମାଟ୍ରିକରୁ ଯୁକ୍ତ ଦୁଇ ପଢ଼ିଥିବା କଏଦୀଙ୍କ ସଂଖ୍ୟା ୩ ହଜାର ୨୮୮, ସ୍ନାତକଙ୍କ ସଂଖ୍ୟା ୯୨୪, ବୈଷୟିକ ଡିଗ୍ରି ଓ ଡିପ୍ଲୋମାଙ୍କ ସଂଖ୍ୟା ୧୭୬, ସ୍ନାତକୋତ୍ତରଙ୍କ ସଂଖ୍ୟା ୧୩୫ ରହିଥିଲା।୨୦୨୦ରେ ଦୋଷୀ ସାବ୍ୟସ୍ତ ମୋଟ ୩ ହଜାର ୨୪୫ କଏଦୀଙ୍କ ମଧ୍ୟରୁ ନିରକ୍ଷରଙ୍କ ସଂଖ୍ୟା ୧ ହଜାର ୭, ମାଟ୍ରିକ ତଳକୁ ୧ ହଜାର ୬୯୭, ମାଟ୍ରିକରୁ ଯୁକ୍ତ ଦୁଇ ୩୬୦, ସ୍ନାତକ ୧୪୮, ବୈଷୟିକ ଡିଗ୍ରି ଓ ଡିପ୍ଲୋମା ୧୯, ସ୍ନାତକୋତ୍ତର କଏଦୀଙ୍କ ସଂଖ୍ୟା ୧୪ ଥିଲା। ସେହି ବର୍ଷ ବିଚାରାଧୀନ ମୋଟ କଏଦୀ ୧୫ ହଜାର ୬୧୯ ଜଣଙ୍କ ମଧ୍ୟରୁ ନିରକ୍ଷରଙ୍କ ସଂଖ୍ୟା ୩ ହଜାର ୯୪୦ ଥିବା ବେଳେ ମାଟ୍ରିକ ତଳକୁ ୭ ହଜାର ୭୮୩, ଦଶମରୁ ଯୁକ୍ତ ଦୁଇ ୨ ହଜାର ୭୮୮, ସ୍ନାତକ ୮୯୬, ବୈଷୟିକ ଡିଗ୍ରି ଓ ଡିପ୍ଲୋମା ୧୩୮, ସ୍ନାତକୋତ୍ତର ଡିଗ୍ରି ଧାରୀ କଏଦୀ ୭୪ ଜଣ ଥିଲେ। ୨୦୧୯ରେ ଦୋଷୀ ସାବ୍ୟସ୍ତ ମୋଟ କଏଦୀ ଥିଲେ ୩ ହଜାର ୭୨୫। ସେମାନଙ୍କ ମଧ୍ୟରୁ ନିରକ୍ଷର ୧ ହଜାର ୩୮, ମାଟ୍ରିକ ତଳକୁ ୧ ହଜାର ୮୬୮, ଦଶମରୁ ଯୁକ୍ତ ଦୁଇ ୬୫୭, ସ୍ନାତକ ୧୩୬, ବୈଷୟିକ ଡିଗ୍ରି ଓ ଡିପ୍ଲୋମା ୧୩, ସ୍ନାତକୋତ୍ତର କଏଦୀ ୧୩ ଜଣ ରହିଥିଲେ। ସେହି ବର୍ଷ ବିଚାରାଧୀନ କଏଦୀଙ୍କ ସଂଖ୍ୟା ୧୩ ହଜାର ୮୦୩ ରହିଥିବା ବେଳେ ସେଥିରୁ ନିରକ୍ଷର ୩ ହଜାର ୮୭୫, ମାଟ୍ରିକ ତଳକୁ ୬ ହଜାର ୯୪୯, ମାଟ୍ରିକରୁ ଯୁକ୍ତ ଦୁଇ ୨ ହଜାର ୨୦୩, ସ୍ନାତକ ୬୩୮, ବୈଷୟିକ ଡିଗ୍ରି ଓ ଡିପ୍ଲୋମା ୮୭, ସ୍ନାତକୋତ୍ତର କଏଦୀ ୫୧ ଜଣ ରହିଥିଲେ। ୨୦୧୯ ପରଠାରୁ ଜେଲଗୁଡ଼ିକରେ ଶିକ୍ଷିତ କଏଦୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଛି। ମୋଟ ସଂଖ୍ୟା ଦୃଷ୍ଟିରୁ ଦେଖିଲେ ୨୦୨୨ରେ ମୋଟ ୪୯୬୧ କଏଦୀ ଶିକ୍ଷିତ ଥିବା ବେଳେ ୨୦୨୧ରେ ଏହି ସଂଖ୍ୟା ୪୯୪୫, ୨୦୨୦ରେ ୪୪୩୭, ୨୦୧୯ରେ ୩୭୯୮ ରହିଥିଲା।

 

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129