ଜିଲ୍ଲା ସ୍ତରୀୟ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ -୨୦୨୪ ଊଜ୍ଜାପନୀ ସମାରୋହ ଅନୁଷ୍ଠିତ

ଯାଜପୁର;୦୫/୦୨(ବ୍ୟୁରୋ):ଓଡିଶା ସରକାରଙ୍କ ତରପଂରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ତା ୦୩ା୦୨ା୨୦୨୪ ରିଖ ଠାରୁ ପେଂବୃୟାରୀ ୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଭୁବନେଶ୍ୱର ସ୍ଥିତ ଜନତା ମୈଦାନରେ ୩ ଦିନ ଧରି ପାଳିତ ହୋଇଥିବା ବେଳେ ସମଗ୍ର ବିଶ୍ୱରେ ଭାରତର ବିଭିନ୍ନ କୋଣ ଅନୁକୋଣରେ ଏବଂ ରାଜ୍ୟର ସମସ୍ତ ବିଦ୍ୟାଳୟ ସ୍ତରୀୟ, ବ୍ଳକ ସ୍ତରୀୟ, ପୈାରାଞ୍ଚଳ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ପାଳନ କରାଯାଇଅଚ୍ଥି । ପେଂବୃୟାରୀ ୩ ତାରିଖ ଦିନ ଜିଲ୍ଲାର ୧୫୨୭ ପ୍ରାଥମିକ ଓ ଊଚ୍ଚ ପ୍ରାଥମିକ ସ୍ତରରେ ପାଳନ କରାଯାଇଥିବା ବେଳେ ୪ ତାରିଖରେ ବ୍ଳକ ସ୍ତରରେ ଏବଂ ଆଜି ପେଂବୃୟାରୀ ୫ ତାରିଖରେ ଯାଜପୁର ବ୍ଳକ ଅନ୍ତର୍ଗତ ବିରଜା ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅପରାହ୍ନରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ୨୦୨୪ ଊଜ୍ଜାପନୀ ସମାରୋହ ପାଳିତ ହୋଇଯାଇଅଚ୍ଥି ।ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ କେନ୍ଦ୍ର ସାହିତ୍ୟ ଏକାଡେମୀ ଓଡିଆ ବିଭାଗର ଉପଦେଷ୍ଟା ଡଃ ବିଜୟାନନ୍ଦ ସିଂହ ଯୋଗଦେଇ କହିଲେ ଯେ, ଭାଷା ଆମର ସଂପର୍କ ସୃଷ୍ଟି କରେ । ଏଣୁ ଭାଷାର ସୁରକ୍ଷା ଆମ ସସ୍ତଙ୍କର କର୍ତ୍ତବ୍ୟ ହେଊ । ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଭାଷାବିତ୍ ଏବଂ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ପଣ୍ଡିତ ଡଃ ସୂର୍ଯ୍ୟମଣି ଖୁଣ୍ଟିଆ କହିଲେ ଯେ, ଭାଷା ଆମ ଜୀବନ ସହିତ ରହିଥିଲା, ଏବେ ରହିଚ୍ଥି ଏବଂ ରହିଥିବ ମଧ୍ୟ । ଓଡିଆ ଭାଷା ଆମ ଜୀବନର ଆତ୍ମା ଅଟେ । ସମ୍ମାନୀତ ଅତିଥି ଭାବେ ସହକାରୀ ଜିଲ୍ଳ୍‌ା ଶିକ୍ଷା ଅଧିକାରୀ ଶ୍ରୀ ଶଶିଧର ସିଂହ, ବିରଜା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ କିଶୋର ଚନ୍ଦ୍ର ମଲ୍ଳ୍‌ିକ ଯୋଗଦେଇ ଓଡିଆ ଭାଷାର ଇତିହାସ ସଂପର୍କରେ ଅବତାରଣ କରିଥିଲେ ।ସଭାପତି ଭାଷଣରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣୀ କହିଲେ ଯେ ପ୍ରତ୍ୟେକ ଜାତିର ପରିଚୟ ତାର ଭାଷା ହିଁ ପ୍ରଦାନ କରିଥାଏ । ଯେଊଁ ଜାତିର ଭାଷା ଯେତେ ମାର୍ଜିତ, ବ୍ୟବହାରିତ ଏବଂ ସୁରକ୍ଷିତ ସେ ଜାତିର ଶିକ୍ଷା ଏବଂ ଜୀବନ ଶୈଳୀ ସେତେ ଊନ୍ନତ । ଓଡିଶା ସରକାରଙ୍କ ତରପଂରୁ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ନିଶ୍ଚିତ ଭାବେ ସମଗ୍ର ରାଜ୍ୟ ପାଇଁ ଗୁରୁତ୍ୱ ବହନ କରିବ ବୋଲି ସେ ଉଥାପନ କରିଥିଲେ । ଏହି ସମ୍ମିଳନୀ ପାଳନ ପରିପ୍ରେକ୍ଷୀରେ ଚ୍ଥାତ୍ର ଚ୍ଥାତ୍ରୀ ମାନଙ୍କ ମଧ୍ୟରେ ତର୍କ, କୁଇଜ, ଚିତ୍ରାଙ୍କନ, ସାଂସ୍କୃତିକ ସୃଜନାତ୍ମକ ପ୍ରଦର୍ଶନୀ ଏବଂ ସାହିତ୍ୟିକ ପ୍ରଦର୍ଶନୀର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବିରଜା ସରକାରୀ ଉଚ୍ଚ ବିଦ୍ୟାଳୟର ଚ୍ଥାତ୍ର ଚ୍ଥାତ୍ରୀ ମାନଙ୍କ ଦ୍ୱାରା ବନ୍ଦେ ଊତ୍କଳ ଜନନୀ ଏବଂ ମୋ ଓଡିଶା ସଂଗୀତ ଗାନ କରାଯାଇଥିଲା । ସମଗ୍ର ଶିକ୍ଷା ଅଭିଯାନ ଅନୁସୂଚିତ ଜାତି ଏବଂ ଜନଜାତି ସଂଯୋଜିକା ଶ୍ରୀମତୀ ଜ୍ୟୋସ୍ନାମୟୀ ଧଳ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଏହି ସମାରୋହରେ ଚ୍ଥାତ୍ର ଚ୍ଥାତ୍ରୀ , ଶିକ୍ଷକ, ଶିକ୍ଷୟତ୍ରୀ, ବୁଦ୍ଧିଜିବୀ, ସାହିତ୍ୟ ସଂସ୍କୃତି ପ୍ରେମୀ, ବରିଷ୍ଠ ନାଗରିକ ବୃନ୍ଦ, ସରକାରୀ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗ ଦେଇଥିଲେ ।

 

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129