ଅବ୍ଯବସ୍ଥା ଘେରରେ ସ୍କୁଲ,ଆଠ ଶ୍ରେଣୀକୁ ପାଞ୍ଚଶିକ୍ଷକ,

 

ଯାଜପୁର/ ବ୍ୟାସନଗର/ କୋରେଇ;୩୦/୦୭(ଅସିତ୍ କୁମାର ଦାସଙ୍କ ଠାରୁ): ଛାତ୍ରଛାତ୍ରୀମାନଙ୍କର ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ରାଜ୍ୟଠାରୁ କେନ୍ଦ୍ରସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି।ଉଭୟ କେନ୍ଦ୍ର ଓ ରାଜ୍ୟସରକାର ଶିକ୍ଷାକୁ ଗୁରୁତ୍ଵ ଦେଇ ଶିକ୍ଷା ଉପରେ କୋଟି କୋଟି ଟଙ୍କା ବିନିଯୋଗ କରାଯାଉଛି। କିନ୍ତୁ ଏହା ତଳସ୍ତରରେ ଠିକରେ କାର୍ଯ୍ୟକାରୀ ହେଉନଥିବା ଲକ୍ଷ କରଯାଉଛି।ଅନେକ ଶିକ୍ଷାନୁଷ୍ଠାନରେ ଶିକ୍ଷକ ଅଭାବ ଦେଖାଦେଇଛି।ଶିକ୍ଷକ ଅଭାବ ଯୋଗୁ ଵଢୁଛି ଅଭିଭାବକଙ୍କ ଅସନ୍ତୋଷ! ଅନ୍ୟପଟେ ରଙ୍ଗମଖା ରୂପାନ୍ତରିକରଣ କରି ଶିକ୍ଷାର ଭିତ୍ତିଭୂମି ବିକାଶ ନାମରେ ପୂର୍ବ ସରକାର ନିଜ ଦଳୀୟ କର୍ମୀ ଓ ଠିକାଦାରଙ୍କୁ ମାଲେମାଲ କରିଛନ୍ତି। ଭିତ୍ତିଭୂମି ସଜାଡି ହେବା ବଦଳରେ ବିଗିଡି ଯାଉଥିବା ଦେଖା ଦେଇଛି। ଫଳରେ ପିଲା ଓ ଅଭିଭାବକ ମାନଙ୍କର ସରକାରୀ ବିଦ୍ୟାଳୟ ପ୍ରତି ଅନାଗ୍ରହ ଦେଖାଯାଉଥିବା ଦେଖିବାକୁ ମିଳୁଛି।ଏପରି ଏକ ଘଟଣା ହଳଦୀ ଗଡ଼ିଆ ମଦନ ମୋହନ ସରକାରୀ ବିଦ୍ୟାଳୟରେ ଦେଖିବାକୁ ମିଳିଛି।ଶିକ୍ଷକ ଅଭାବ ଦେଖାଯାଉଥିବାବେଳେ ଏହାର ସମାଧାନ କରାଯାଉନଥିବାରୁ ଅଭିଭାବକ ଓ ପୁରାତନ ଛାତ୍ରଛାତ୍ରୀ ମହଲରେ ଅସନ୍ତୋଷ ଦେଖାଦେଇଛି। କୋରେଇ ବ୍ଲକର ହଳଦିଗଡିଆ ଗ୍ରାମପଞ୍ଚୟତରେ ଅବସ୍ଥିତ ସର୍ବପୁରାତନ ମଦନମୋହନ ସରକାରୀ ଉଚ୍ଚବିଦ୍ୟାଳୟଟିକୁ ନିଆଯାଇପାରେ।ଆଵଶ୍ଯକ ଶିକ୍ଷକ ଅଭାବରୁ ଶିକ୍ଷାଦାନରେ ବ୍ୟାହତ ସୃଷ୍ଟି ହେଉଛି।ଏହି ସର୍ବପୁରାତନ ବିଦ୍ୟାଳୟଟି ୧୯୦୬ ମସିହାରେ ସ୍ଥାପିତ ହୋଇଥିଲା,ଉକ୍ତ ବିଦ୍ୟାଳୟରେ ବର୍ତ୍ତମାନ ପ୍ରଥମଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼। ହେଉଥବା ବେଳେ ୧୬୬ ଜଣ ଛାତ୍ରଛାତ୍ରୀ ଶିକ୍ଷାଲାଭ କରୁଛନ୍ତି ,ଆବଶ୍ୟକ ଶିକ୍ଷକ ଅଭାବରୁ ଛାତ୍ରଛାତ୍ରୀଙ୍କର ଶିକ୍ଷାଅଧୟନରେ ସମସ୍ୟା ଦେଖାଦେଇଛି। ସ୍କୁଲର ପ୍ରଧାନଶିକ୍ଷୟତ୍ରୀଙ୍କୁ କୋରେଇ ବ୍ଲକର ତାହାରପୁର ଗ୍ରାମପଞ୍ଚାୟତର ଡେନ୍ତୁଳିଖୁଣ୍ଟା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ଗତ ଫ୍ରେବୃଆରୀ ମାସର ୧୫ ତାରିଖଠାରୁ ଡେପୁଟେସନରେ ସପ୍ତାହରେ ତିନିଦିନ ପଠାଯାଇଅଛି। ଆଉଜଣେ ଶିକ୍ଷକ ଫ୍ରେବୄଆରୀ ଶେଷ ସପ୍ତାହରେ ଅବସର ଗ୍ରହଣ କରିଯାଇଛନ୍ତି।ଆଉ ଯେଉଁ ୪ଜଣ ଶିକ୍ଷକ ଅଛନ୍ତି ସେମାନେ ଆଠଗୋଟି ଶ୍ରେଣୀରେ ଶିକ୍ଷାଦାନ ଦେବାରେ ଘୋର ଅସୁବିଧା ହେଉଛ। ସ୍ଥାନୀୟ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ଏବଂ ପୁରାତନ ଛାତ୍ରଛାତ୍ରୀ ଏ ନେଇ କ୍ଷୋଭ ପ୍ରକାଶ କରିଛନ୍ତି।ଯାହାକି ଶିକ୍ଷାକ୍ଷେତ୍ରରେ ଅନେକ ସମସ୍ୟା ବିଦ୍ୟାଳୟରେ ମୁଣ୍ଡଟେକିଛି। ଛାତ୍ରଛାତ୍ରୀମାନଙ୍କର ସ୍ଵାର୍ଥକୁ ଚାହିଁ ଶିକ୍ଷକ ନିଯୁକ୍ତି କରିବା ଦିଗରେ ବିଭାଗୀୟ ଅଧିକାରୀ ତୁରନ୍ତ ପଦକ୍ଷେପ ନେବାକୁ ପୁରାତନ ଛାତ୍ର ଭୁବନ ମୋହନ ମହାନ୍ତି ଦାବି କରିଛନ୍ତି।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129